‘ଜୋକର’ର ସିକ୍ବେଲ ପାଇଁ ଜୋକିନ ନେବେ ୩୬୭ କୋଟି!


ଟଡ ଫିଲିପ୍ସଙ୍କ ଦ୍ବାରା ନିର୍ଦେଶିତ ସିନେମା ହଲିଉଡ ସିନେମା ‘ଜୋକର’ ୨୦୧୯ ସବୁଠାର ବଡ଼ ବ୍ଲକବଷ୍ଟର ସିନେମା ଥିଲା। ଏଥିରେ ନିଜର ଜବରଦସ୍ତ ଅଭିନୟରେ ସାରା ବିଶ୍ବର ଲୋକଙ୍କୁ ଦୀୱାନା କରିଥିଲେ ଜୋକିନ ଫିନିକ୍ସ। ଖୁବଶୀଘ୍ର ଜୋକିନ ଏହି ବ୍ଲକବଷ୍ଟର ଫିଲ୍ମର ସିକ୍ବେଲ ‘ଜୋକର ୨’ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଏହି ସିନେମା ପାଇଁ ଜୋକିନଙ୍କୁ ୫୦ ମିଲିଅନ ଡଲାର ଅର୍ଥାତ ପାଖାପାଖି ୩୬୭ କୋଟି ଟଙ୍କା ଅଫର କରାଯାଇଥିବା ଜଣାପଡ଼ିଛି।

ତେବେ ପୂର୍ବରୁ ଜୋକର ସିନେମାର ସିକ୍ବେଲ ପାଇଁ କୌଣସି ଯୋଜନା ନ ଥିବାବେଳେ ଏହି ସିନେମାର ଅଦ୍ଭୁତପୂର୍ବ ସଫଳତା ଦେଖି ଜୋକିନ ଓ ଟଡ ଜୋକରର ସିକ୍ବେଲ ପାଇଁ ସୂଚନା ଦେଇଛନ୍ତି। ଜୋକର ସିନେମାରେ ନିଜର ପରଫରମାନ୍ସ ପାଇଁ ଜୋକିନ ଏକାଡେମୀ ଆୱାର୍ଡ ମଧ୍ୟ ଜିତିଥିଲେ। ଓସ୍କାର ୨୦୨୦ରେ ଏହାକୁ ଅଲଗା ଅଲଗା କ୍ୟାଟେଗୋରୀରେ ମଧ୍ୟ ନୋମିନେଟ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ