ଚିକେନ ମଲାଇ ଶିଖ କବାବର ମଜା ନିଅନ୍ତୁ


ଚିକେନ ମଲାଇ ଶିଖ କବାବ ରେସିପି ନାଁ ଶୁଣୁ ଶୁଣୁ ପାଟିରେ ଲାଳ ଆସିଗଲା କି? ତେବେ ଆସିବନି ବା କେମିତି? ଯଦି ଡିଶର ନାମ ଏମିତି ତେବେ ଏହା କେତେ ସ୍ବାଦିଷ୍ଟ ହୋଇଥିବ! ଚାଲନ୍ତୁ ଜାଣିବା ଘରେ ଏହି ଡିଶ କିପରି ତିଆରି କରିବେ।

କ’ଣ ଦରକାର
୫୦୦ ଗ୍ରାମ ଚିକେନ କିମା, ୪ ଚାମଚ କ୍ରିମ, ୧ ଚାମଚ ମେଥି ପତ୍ର, ଚାଟ ମସଲା, ସ୍ବାଦାନୁସାରେ ଲୁଣ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୩ ଚାମଚ ଅଦା ରସୁଣ ପେଷ୍ଟ, ୧ଟା ବଡ଼ ପିଆଜ, ବ୍ରେଡ କ୍ରମ୍ବସ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ସମସ୍ତ ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ବ୍ରେଡ କ୍ରମ୍ବସ ପକାଇ ସେମି ସଲିଡ ପେଷ୍ଟ ତିଆରି କରନ୍ତୁ। ଏଥିରେ ତେଲ ପକାନ୍ତୁ ଓଭାନକୁ ପ୍ରିହିଟ କରନ୍ତୁ। ଏଥିରେ ଏହି ମିଶ୍ରଣ ସିଝିବା ଯାଏ ରଖନ୍ତୁ। ଆପଣ ଚାହିଲେ ମିଶ୍ରଣକୁ ହାତରେ କବାବ ଆକାର ଦେଇ ପାରିବେ। ପରେ ଏଥିରେ ତେଲ କିମ୍ବା ଲହୁଣି ପକାଇ ହାଲୁକା ଆଞ୍ଚରେ ପୋଡ଼ି ପାରିବେ। କବାବ ପ୍ରସ୍ତୁତ ହୋଇଗଲା ପରେ ପୁଦିନା ଓ ଧନିଆ ଚଟଣି ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ