କେରଳ ଓ ପଶ୍ଚିମବଙ୍ଗରୁ ୯ ଅଲ-କାଏଦା ଆତଙ୍କବାଦୀ ଗିରଫ


ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ପାକିସ୍ତାନ ସମର୍ଥିତ ୯ ଅଲ-କାଏଦା ଆତଙ୍କବାଦୀଙ୍କୁ କେରଳ ଓ ପଶ୍ଚିମବଙ୍ଗରୁ ଶନିବାର ଗିରଫ କରିଛି। ସେମାନେ ଦେଶରେ ନୀରିହ ଲୋକଙ୍କୁ ହତ୍ୟା କରି ନରସଂହାର ଚଳାଇବା ପାଇଁ ଯୋଜନା କରୁଥିବାର ପ୍ରମାଣ ମିଳିବା ପରେ ଏନଆଇଏ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ କେରଳ ଓ ପଶ୍ଚିମବଙ୍ଗରୁ ଗିରଫ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ କେରଳ ଓ ପଶ୍ଚିମବଙ୍ଗର ନାଗରିକ ବୋଲି ମଧ୍ୟ ଏନଆଇଏ ସୂତ୍ରରୁ ସୂଚନା ମିଳିଛି।

ଏନଆଇଏ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏମାନେ ସମସ୍ତେ ଆତଙ୍କୀ ସ୍ବଭାବର ବ୍ୟକ୍ତି। ସେମାନେ ସୋସାଲ ମିଡିଆ ଜରିଆରେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଅଲ-କାଏଦା ସଂଗଠନ ସହ ଜଡ଼ିତ ହୋଇ କାର୍ଯ୍ୟ କରୁଥିଲେ। ବିଶେଷକରି ସେମାନେ ଦିଲ୍ଲୀ ଏନସିଆର ଅଞ୍ଚଳରେ ବିସ୍ଫୋରଣ ଘଟାଇବା ଯୋଜନା ପ୍ରସ୍ତୁତ କରିବାର ପ୍ରମାଣ ଏନଆଇଏ ହାତରେ ଲାଗିଛି। ଗ୍ୟାଙ୍ଗର କେତେକ ସଦସ୍ୟ ଦିଲ୍ଲୀ ଯାଇ ବିସ୍ଫୋରକ ସାମଗ୍ରୀ ଆଣିବାକୁ ଯୋଜନା କରୁଥିଲା ବେଳେ ଏନଆଇଏ  ସେମାନଙ୍କୁ ଧରିବାରେ ସଫଳ ହୋଇଛି।

ଗିରଫ ହୋଇଥିବା ୯ ଅଲ-କାଏଦା ଆତଙ୍କବାଦୀଙ୍କ ପରିଚୟ ଓ ଠିକଣା ମଧ୍ୟ ହସ୍ତଗତ ହୋଇଛି। ଗିରଫ ହୋଇଥିବା ୯ ଆତଙ୍କବାଦୀଙ୍କ ମଧ୍ୟରେ ୩ ଜଣ କେରଳର ହୋଇଥିଲା ବେଳେ ଅନ୍ୟ ୬ ଜଣ ପଶ୍ଚିମବଙ୍ଗର। ମୁର୍ଶିଦ ହାସନ, ଲ୍ୟାକ୍ୟୁବ ବିଶ୍ବାସ ଓ ମୋସରାଫ ହୁସୈନ କେରଳର ଏର୍ଣ୍ଣାକୁଲମର ବାସିନ୍ଦା ବୋଲି ଜଣାପଡ଼ିଛି। ଗିରଫ ଅନ୍ୟ ୬ ଆତଙ୍କବାଦୀ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ନାଜମୁସ ସାକିବ, ଅବୁ ସୁଫିୟାନ, ମୈନୁଲ ମଣ୍ଡଳ, ଲିଉ ୟେନ ଅହମଦ, ଅଲ ମାମୁନ କମଲ ଓ ଅତିତୁର ରେହମାନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ