ଧରାହେଲା ସେକ୍ସ ରାକେଟ୍: ୨ ଯୁବତୀ ଉଦ୍ଧାର


ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଠାବ ହୋଇଛି ସେକ୍ସ୍‌ ରାକେଟ୍। ଜଳେଶ୍ୱର ବଜାରରେ ଥିବା ସୁବର୍ଣ୍ଣରେଖା ନାମକ ଏକ ହୋଟେଲ୍‌ରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ଜଳେଶ୍ୱର ପୋଲିସ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ୨ ଜଣ ମହିଳାଙ୍କୁ ଅଟକ ରଖିଥିବା ବେଳେ ଜଣେ ଗ୍ରାହକ ଓ ହୋଟେଲ୍‌ ମ୍ୟାନେଜରଙ୍କୁ ଗିରଫ କରିଛି। ଏଥିସହ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୀର୍ଘ ଦିନ ଧରି ଏହି ହୋଟେଲ୍‌ରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସ୍ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଉକ୍ତ ହୋଟେଲ୍‌କୁ ଆଜି ୨ ଜଣ ଦେହଜୀବୀ ଆସିଥିବା ନେଇ ପୋଲିସ୍‌ ଖବର ପାଇବା ପରେ ଜଳେଶ୍ୱର ଆଇଆଇସି ମାନସ ଦେଓଙ୍କ ନିର୍ଦେଶ କ୍ରମେ ଜଳେଶ୍ୱର ପୋଲିସ୍‌ ଅଚାନକ ହୋଟେଲ୍‌ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ଜଣେ ଗ୍ରାହକ ସମେତ ୨ ଜଣ ଯୁବତୀଙ୍କୁ ଧରିଥିଲା। ପୋଲିସ୍‌ ସେମାନଙ୍କୁ ଅଟକ ରଖିଥିବା ବେଳେ ହୋଟେଲ୍‌ ମ୍ୟାନେଜରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ