ଜାଣନ୍ତୁ ଭାରତର ନିଆରା ମ୍ୟୁଜିଅମ ସମ୍ପର୍କରେ


ଆପଣ ଅନେକ ମ୍ୟୁଜିଅମରେ ବୁଲି ପୁରୁଣା ଜିନିଷ ଦେଖିବାର ସୁଯୋଗ ପାଇଥିବେ। କେଉଁଠି ପଶୁଙ୍କ କଙ୍କାଳ ତ ଆଉ କେଉଁଠି ଇତିହାସ ସହିତ ଜଡ଼ିତ ଜିନିଷ ଦେଖିବାକୁ ମିଳିଥାଏ। କିନ୍ତୁ ଏଠାରେ ଦେଶର କେତେକ ନିଆରା ମ୍ୟୁଜିଅମ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଆପଣ ଚକିତ ହୋଇଯିବେ।

ଭିଚର ୟୁଟେନସିଲ ମ୍ୟୁଜିଅମ
ଗୁଜରାଟର ଅହମଦାବାଦରେ ରହିଛି ଭିଚର ୟୁଟେନସିଲ ମ୍ୟୁଜିଅମ। ଏଠାରେ ୪ ହଜାରରୁ ଅଧିକ ବାସନ ରହିଛି। ସେଥିରୁ ଅନେକ ପାତ୍ର ହଜାର ବର୍ଷ ତଳର ପୁରଣା। ଏହି ସଂଗ୍ରହାଳୟ ବହୁତ ବଡ଼ ଓ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର।

ସୁଲଭ ଇଣ୍ଟରନ୍ୟାସନାଲ ସୋସାଲ ଏଣ୍ଡ ମ୍ୟୁଜିଅମ
ସୁଲଭ ଇଣ୍ଟରନ୍ୟାସନାଲ ସୋସାଲ ଏଣ୍ଡ ମ୍ୟୁଜିଅମ ଦିଲ୍ଲୀରେ ଅବସ୍ଥିତ। ଏଠାରେ ଏକ ପ୍ରକାରର ଶୌଚାଳୟର ସଂଗ୍ରହ ରହିଛି। ଏହି ନିଆରା ମ୍ୟୁଜିଅମରେ ୨୫୩୦ ଏଡି ପୂର୍ବରେ ରୋମାନ ସମ୍ରାଟଙ୍କ ଦ୍ବାରା ବ୍ୟବହାର କରାଯାଇଥିବା ସୁନା ରୁପାର ଶୌଚାଳୟ ମଧ୍ୟ ଆପଣ ଦେଖିବାକୁ ପାଇବେ।

ଶଙ୍କର ଇଣ୍ଟରନ୍ୟାସନାଲ ଡଲ୍ସ ମ୍ୟୁଜିଅମ
ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗରେ ଚିଲ୍ଡ୍ରେନ ବୁକ ଟ୍ରଷ୍ଟ ଭବନରେ ରହିଛି ଏକ ଘରୋଇ ମ୍ୟୁଜିଅମ, ଯାହା ଶଙ୍କର ଇଣ୍ଟରନ୍ୟାସନାଲ ଡଲ୍ସ ମ୍ୟୁଜିଅମ ନାମରେ ଜଣାଶୁଣା। ଏହି ସଂଗ୍ରହାଳୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର କଣ୍ଢେଇ ରଖାଯାଇଛି, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ