ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ


ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତ। ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଅଭିନବ ଉପାୟରେ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ଅବକାରୀ ବିଭାଗ। ବୋଲେରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ। ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର୍‌ ହୋଇଯାଇଛନ୍ତି। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା-କଟକ ବାଇପାସ୍ ରାସ୍ତାରେ ବୋଲେରୋଟି ଯାଉଥିବାବେଳେ ଭରତପୁର ଅଞ୍ଚଳରେ ଅବକାରୀ ବିଭାଗ ବୋଲେରୋ ଉପରେ ଚଢ଼ଉ କରିଥିଲା। ଏହାପରେ ବୋଲେରୋ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ୍‌ ଚାମ୍ବର ହୋଇଥିବା ବେଳେ ତା' ଭିତରୁ ଛୋଟ ଚୋଟ ପ୍ୟାକେଟ୍‌ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ବିଭାଗ ପକ୍ଷରୁ ସମୁଦାୟ ୯୩ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି। ଯେଉଁଥିରେ ୨ କିଲୋର ୧୪ଟି ପ୍ୟାକେଟ୍, ୧ କେଜିର ୫୩ଟି ପ୍ୟାକେଟ୍, ୫୦୦ ଗ୍ରାମର ୨୪ଟି ପ୍ୟାକେଟ୍ ରହିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅଭକାରୀ ବିଭାଗ ସୂଚନା ଦେଇଛି। ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ସୂଚନା ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ