ମୃତ୍ୟୁ ପୂର୍ବରୁ ୧୦୦ ନମ୍ବରକୁ ଡାଏଲ କରିଥିଲେ ଦିଶା: ନୀତେଶ


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ସହିତ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁର ସଂଯୋଗ ରହିଛି ବୋଲି ଅଭିଯୋଗ ହେବାରେ ଲାଗିଛି। ତେବେ ମହାରାଷ୍ଟ୍ରର ବିଜେପି ବିଧାୟକ ନୀତେଶ ରାଣେ ଦିଶା ଓ ସୁଶାନ୍ତଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଚମକାଇ ଦେବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦିଶାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପ୍ରେମିକ ରୋହନ ରାୟଙ୍କୁ ସବୁକିଛି ଜଣାଅଛି। କିନ୍ତୁ ସେ ଡରରେ ଲୁଚି ରହିଛନ୍ତି। ଯଦି ରୋହନ ରାୟ ୮ ଜୁନ ଘଟଣା ସମ୍ପର୍କରେ ମୁହଁ ନ ଖୋଲନ୍ତି, ତେବେ ସେ ସିବିଆକୁ ସବୁ ରହସ୍ୟ ଜଣାଇଦେବେ ବୋଲି ନୀତେଶ କହିଛନ୍ତି।

ନୀତେଶ କହିଛନ୍ତି ଯେ ଯଦି ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ହୋଇଥାନ୍ତା, ତେବେ ଦିଶାଙ୍କ ମାମଲାର ଯାଞ୍ଚ କରୁଥିବା ଅଫିସକୁ କାହିଁକି ଦୁଇ ଥର ବଦଳାଗଲା? ଦିଶାଙ୍କ ପୋଷ୍ଟମର୍ଟମ ୧୧ଜୁନରେ ହୋଇଥିବା ବେଳେ ୯ ଜୁନରେ ଅନ୍ତିମ ସଂସ୍କାର କରିବାର ଯୋଜନା ରୋହନ କିପରି କରିଥିଲେ ବୋଲି ନୀତେଶ ପ୍ରଶ୍ନ କରିଛନ୍ତି।

ନୀତେଶ ଆହୁରି ମଧ୍ୟ କହିଛନ୍ତି ଯେ ଦିଶାଙ୍କ ଫୋନର ସିଡିଆରରେ ଶେଷ କଲ ୮ ଜୁନ ରାତି ୮ଟା ୩୦ କାହିଁକି ଦେଖାଉଛି? ତାଙ୍କ ଫୋନ ସାଢ଼େ ୪ ଘଣ୍ଟା କାହିଁକି ବନ୍ଦ ଥିଲା? ଦୁର୍ଘଟଣା ଦିନ ଦିଶାଙ୍କ ଫୋନ ଆଉ କିଏ ବ୍ୟବହାର କରିଥିଲେ? ଏସବୁକୁ ଦେଖି ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା ଲାଗୁ ନାହିଁ ବୋଲି ନୀତେଶ କହିଛନ୍ତି। ନୀତେଶ ଆହୁରି ମଧ୍ୟ କହିଛନ୍ତି ଯେ ପାର୍ଟି ରାତିରେ ଦିଶାଙ୍କ ସହିତ ଖରାପ ବ୍ୟବହାର ହୋଇଥିଲା। ଯାହାଫଳରେ ସେ ତାଙ୍କ ଘରକୁ ଚାଲି ଯାଇଥିଲେ। ଏହି ସମୟରେ ଦିଶା ୧୦୦ ନମ୍ବରକୁ କଲ ମଧ୍ୟ କରିଥିଲେ ବୋଲି ସେ ଜାଣିଥିବା କହିଛନ୍ତି। ଏହାପରେ ଦିଶା ମୁମ୍ବାଇ ପୋଲିସକୁ ସମସ୍ତ ସୂଚନା ଦେଇଥିଲେ ଓ ସାହାଯ୍ୟ ମାଗିଥିଲେ। ଏହାପରେ ମଧ୍ୟ ପୋଲିସ ତାଙ୍କୁ ସହଯୋଗ କରି ନ ଥିଲା। ଏହା ମୁମ୍ବାଇ ପୋଲିସ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସିବିଆଇକୁ ଏହି ମାମଲାର ତଦନ୍ତ କରିବା ଉଚିତ। ସିବିଆଇ ଚାହିଲେ ସେ ସାହାଯ୍ୟ କରିବେ ବୋଲି ନୀତେଶ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ