ଜାଣନ୍ତୁ ମୋଦିଙ୍କ ପସନ୍ଦର ମନ୍ଦିର ସମ୍ପର୍କରେ କିଛି ରୋଚକ କଥା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ ଗୁଜୁରାଟର ମେହସଣାରେ ଅବସ୍ଥିତ ମୋଢେରାସ୍ଥିତ ଲୋକପ୍ରିୟ ସୂର୍ଯ୍ୟମନ୍ଦିରର ଏକ ଭିଡ଼ିଓ ଶେୟାର କରିଥିଲେ। ଏହାର କ୍ୟାପସନ ଦେଇଥିଲେ ବର୍ଷାଦିନେ ଏହି ମନ୍ଦିର ଆହୁରି ଅଧିକ ସୁନ୍ଦର ଦେଖାଯାଉଛି। ୫୫ ସେକେଣ୍ଡର ଏହି ଭିଡ଼ିଓରେ ବର୍ଷା ଜଳ ମନ୍ଦିରର ଶିଡ଼ିରେ ପ୍ରବାହିତ ହେଉଥିବାର ଦୃଶ୍ୟ ବାସ୍ତବରେ ମନମୋହକ ଥିଲା। ଏହି ମୋଢେରା ସୂର୍ଯ୍ୟ ମନ୍ଦିରର ବାସ୍ତୁଶିଳ୍ପ ମଧ୍ୟ ବେଶ ନିଆରା। ଗୁଜୁରାଟର ସବୁଠାରୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏହା ଅନ୍ୟତମ।

ମୋଢେରା ସୂର୍ଯ୍ୟ ମନ୍ଦିର ୧୦୨୬-୨୭ ଶତାବ୍ଦୀରେ ଚାଲୁକ୍ୟ ବଂଶର ରାଜା ପ୍ରଥମ ଭୀମଙ୍କ ଦ୍ବାରା ନିର୍ମାଣ ହୋଇଥିଲା। ପୁଷ୍ପବତୀ ନଦୀ କୂଳରେ ଥିବା ଏକ ପାହାଡ଼ ଉପରେ ଏହି ସୁନ୍ଦର ଓ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ୧୧ଶ ଶତାବ୍ଦୀରେ ଏହି ମନ୍ଦିର ଏଭଳି ଭାବେ ନିର୍ମାଣ ହୋଇଥିଲା ଯେ ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ମନ୍ଦିର ଉପରେ ପଡ଼ିଥାଏ। ଏବେ ଏହି ମନ୍ଦିରରେ କୌଣସି ପୂଜାର୍ଚ୍ଚନା ହେଉ ନ ଥିବାବେଳେ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ନେଇଛି। ଏହି ମନ୍ଦିରରେ ଅନେକଗୁଡ଼ିଏ ମୂର୍ତ୍ତି ରହିଛି। ଅନ୍ୟ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଭଳି ମୋଢେରା ସୂର୍ଯ୍ୟ ମନ୍ଦିର ମଧ୍ୟ ତିନି ଭାଗରେ ବିଭାଜିତ ହୋଇଛି। ସେଗୁଡ଼ିକ ହେଲା ଗୁଢାମଣ୍ଡପ, ସାମ୍ବମଣ୍ଡପ ଓ ସୂର୍ଯ୍ୟକୁଣ୍ଡ। ଏହାର ନିମ୍ନ ଭାଗରେ ଅନେକଗୁଡ଼ିଏ ଶିଡ଼ି ନିର୍ମାଣ କରାଯାଇଛି। ତାହାର ନିମ୍ନ ଭାଗରେ ଅନେକଗୁଡ଼ିଏ ମନ୍ଦିର ନିର୍ମାଣ କରାଯାଇଛି।

ମନ୍ଦିର ଭିତରେ ଅନେକଗୁଡ଼ିଏ ସ୍ତମ୍ଭ ଦେଖିବାକୁ ମିଳିଥାଏ। ଏହା ଉପରେ ରାମାୟଣ ଓ ମହାଭାରତର ଚିତ୍ରକଳା କରାଯାଇଛି। ଏହି ପ୍ରସିଦ୍ଧ ମନ୍ଦିରକୁ ଗୁଜୁରାଟର ଖଜୁରାହୋ ମନ୍ଦିର ବୋଲି ମଧ୍ୟ କୁହାଯାଏ। ଏହି ମନ୍ଦିର ପରିସର ଗୁରଜାରା ଶୈଳୀ (ଚାଲୁକ୍ୟ ଶୈଳୀ)ରେ ନିର୍ମାଣ କରାଯାଇଛି। ମନ୍ଦିରର ବାହାର ପାର୍ଶ୍ବକୁ ଖୁବ ସୁନ୍ଦର ଭାବେ ସଜାଯାଇଛି। ନିଖୁଣ ଭାବେ ମନ୍ଦିରରେ ଅନେକ ପ୍ରକାରର ମୂର୍ତ୍ତି ଖୋଦିତ କରାଯାଇଛି। ଏହି ମନ୍ଦିରର କାରୁକାର୍ଯ୍ୟ ବାସ୍ତବରେ ମନ ମୁଗ୍ଧକର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ