ଟ୍ରମ୍ପଙ୍କ ରାସ୍ତାରେ ବିଡେନ ନୁହନ୍ତି, ହ୍ୟାରିସ କଣ୍ଟା


ନଭେମ୍ବର ୩ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆକ୍ଷେପ ପ୍ରତିଆକ୍ଷେପ ବଢ଼ିଛି। ରିପବ୍ଳିକାନ ପାର୍ଟି ପାଇଁ ଦ୍ବିତୀୟ ଥର ସକାଶେ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚିତ ହେବା ପାଇଁ ଆଶା ରଖିଥିଲା ବେଳେ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛନ୍ତି ଡେମୋକ୍ରାଟିକ ଦଳରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା କମଲା ହ୍ୟାରିସ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି। ଏଥର ମଧ୍ୟ ଭାରତୀୟ ବଂଶୋଦ୍ଭବ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି। ଏହିପରି ସ୍ଥିତିରେ ଡେମୋକ୍ରାଟିକ ଦଳ ପକ୍ଷରୁ ପ୍ରଥମ ଥର ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରାଯିବା ଟ୍ରମ୍ପଙ୍କ ପାଇଁ ଚ୍ୟାଲେଞ୍ଜ ସଷ୍ଟି କରିଛି।

ଟ୍ରମ୍ପଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ କମଲା ହ୍ୟାରିସ ବିପଦର କାରଣ ବୋଲି ଅନୁଭବ କରୁଛନ୍ତି। ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ଠାରୁ ଟ୍ରମ୍ପ ଏବେ ବି ଲୋକପ୍ରିୟତାରେ ଆଗରେ ରହିଛନ୍ତି। ୫୦ଟି ପ୍ରୋଭିନ୍ସ ମଧ୍ୟରୁ ଟ୍ରମ୍ପଙ୍କ ପଲା ଅଧିକାଂଶ ପ୍ରୋଭିନ୍ସରେ ଭାରୀ ରହିଛି। କୋରୋନା ମହାମାରୀ ସତ୍ତ୍ବେ ଟ୍ରମ୍ପ ଲୋକପ୍ରିୟତା ହରାଇ ନାହାନ୍ତି। ମାତ୍ର ଡେମୋକ୍ରାଟିକ ଦଳ ଟ୍ରମ୍ପଙ୍କୁ ଚେକ୍ ଦେବା ପାଇଁ କମଲା ହ୍ୟାରିସଙ୍କ ପ୍ରାର୍ଥୀ କରିବା ସମୀକରଣକୁ ବଦଳାଇବା ନେଇ ସମ୍ଭାବନା ସଷ୍ଟି କରିଛି। ଟ୍ରମ୍ପ ହ୍ୟାରିସଙ୍କ ବିରୋଧରେ ଯେତେ ରୁକ୍ଷ ଭାବେ ଭାଷଣ ଦେବେ, ତାହା ତାଙ୍କ ପାଇଁ ବୁମେରାଂ ହେବ ବୋଲି କୁହାଯାଉଛି। ମାତ୍ର ଅନ୍ତିମ ଦୁଇ ସପ୍ତାହ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସର୍ବଦା ଗୁରୁତ୍ବ ବହନ କରୁଥିବାରୁ ଏହାକୁ ଟ୍ରମ୍ପ ଓ ବିଡେନ କିପରି ଭାବେ ପରିଚାଳନା କରିବେ, ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ