ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ୍


ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦାମ୍ ହୁ ହୁ ହୋଇ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। କୌଣସି ପରିସ୍ଥିତିରେ ପିଆଜ ଦେଶ ବାହାରକୁ ରପ୍ତାନୀ ହୋଇପାରିବ ନାହିଁ ବୋଲି ସରକାର ନିର୍ଦେଶ ଦେବା ସହ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ମଧ୍ୟ କହିଛନ୍ତି। ସପ୍ତାହେ ତଳେ ଦେଶରେ ପିଆଜ କିଲୋ ପ୍ରତି ପ୍ରାୟ ୨୦ ଟଙ୍କା ରହିଥିଲା ବେଳେ ଏବେ କିଲୋ ପ୍ରତି ୩୫ଟଙ୍କାରୁ ୪୦ ଟଙ୍କା ଦାମରେ ବିକ୍ରି ଆରମ୍ଭ ହେଲାଣି। ତେଣୁ ଆଗକୁ ଯଦି ରପ୍ତାନୀ ଜାରି ରହେ ତାହେଲେ ପିଆଜର ଦାମ ଆହରି ବଢ଼ିବା ଆଶଙ୍କାରେ ସରକାର ଏହାର ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି।

ବିଶେଷକରି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ପିଆଜ ରପ୍ତାନୀ ହୋଇଥାଏ। ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୂଟାନ, ମାଲେସିଆ ପରି ରାଷ୍ଟ୍ର ଭାରତୀୟ ପିଆଜ ଉପରେ ହିଁ ନିର୍ଭର କରିଥାନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟରେ ଲଗାଣ ବର୍ଷା ପାଇଁ ଫସଲହାନି ହେବାରୁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ସେହିପରି ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ପ୍ରତିକୂଳ ପାଗ ପିଆଜ ଦାମ ବଢ଼ିବାର କାରଣ ହୋଇଛି। ମହାରାଷ୍ଟ୍ରରେ ପିଆଜର ହୋଲସେଲ୍ ଦାମ୍ ବର୍ତ୍ତମାନ ଟନ୍ ପିଛା ୩୦ ହଜାର ଟଙ୍କାରେ ପହଞ୍ଚିଲାଣି। ତେଣୁ ଆଗକୁ ଖାଉଟିଙ୍କୁ ପିଆଜ କନ୍ଦାଇବ ବୋଲି ଆଶଙ୍କା ଉପୁଜିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ