ନିଆରା ନାଇଟ କ୍ଲବ: ଏଠି ସଂସ୍କୃତ ଗୀତରେ ଝୁମନ୍ତି ଲୋକେ


ଭାରତରେ ସାଧାରଣତଃ ନାଇଟ କ୍ଲବରେ ହିନ୍ଦୀ, ପଞ୍ଜାବୀ କିମ୍ବା ଇଂରାଜୀ ଗୀତରେ ଲୋକଙ୍କୁ ଝୁମୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ନିଜ ଜୀବନରେ ଏମିତି କିଛି ନାଇଟ କ୍ଲବ ଦେଖିଛନ୍ତି କି ଯେଉଁଠି ସଂସ୍କୃତ ଗୀତରେ ଲୋକେ ନାଚନ୍ତି? ଯଦିଓ ଏହା ଶୁଣିବାକୁ ବହୁତ ଅଜବ ଲାଗିପାରେ, କିନ୍ତୁ ବିଶ୍ବରେ ଏଭଳି ଏକ ଦେଶ ରହିଛି, ଯେଉଁଠି ନାଇଟ କ୍ଲବରେ ଲୋକେ ସଂସ୍କୃତ ଗୀତରେ ଝୁମନ୍ତି। ଚାଲନ୍ତୁ ଜାଣିବା ଏହି ନିଆରା ନାଇଟକ୍ଲବ ସମ୍ପର୍କରେ।

ଆର୍ଜେଣ୍ଟିନାର ରାଜଧାନୀ ବୁନସ ଆରିସରେ ଗ୍ରୁଭ ନାମକ ଏକ ନାଇଟକ୍ଲବ ରହିଛି। ଏଠାରେ ସାଲସା, ସାମ୍ବା ଗୀତ ବାଜିବା ବଦଳରେ ସଂସ୍କୃତ ଗୀତ ବାଜିଥାଏ। ଏହି ନାଇଟ କ୍ଲବରେ ଜୟ ଜୟ ରାଧା ରମଣ ହରି ବୋଲ, ଜୟ କ୍ରିଷ୍ଣା ହରେ, ଗୁରୁଦେବ ଓମ, ଗଣେଶ ଶରଣମ, ଜୟ ଶିବ ଶମ୍ଭୁ ଭଳି ଗୀତର ତାଳେ ତାଳେ ଲୋକେ ଝୁମୁଥିବା ଦେଖିବାକୁ ମିଳିଥାଏ। ଏହି ନାଇଟକ୍ଲବ ସବୁ କ୍ଷେତ୍ରରେ ନିଆରା। ଏହା କୌଣସି ଛୋଟ ମୋଟ ନାଇଟ କ୍ଲବ ମଧ୍ୟ ନୁହେଁ। ଏଠାରେ ଏକସଙ୍ଗେ  ୮୦୦ ଲୋକ ଝୁମୁଥିବା ଦେଖିବାକୁ ମିଳିଥାଏ। ୨୦୧୨ରେ ଭାରତୀୟ ଆମ୍ବାସାଡ଼ର ଆର ବିଶ୍ବନାଥନ ଏହି କ୍ଲବକୁ ଯାଇ ନିଜ ଅନୁଭୂତି ଶେୟାର କରିଥିଲେ।

ବିଶ୍ବନାଥନଙ୍କ କହିବା ଅନୁସାରେ ଏହି ନାଇଟ କ୍ଲବରେ ଆଲକୋହଲ ନିଷେଧ। ଧୂମପାନ, ଡ୍ରଗ୍ସ ସେବନ, ମାଂସ ମଧ୍ୟ ସେବନ କରିବାକୁ ଏଠାରେ ଅନୁମତି ନାହିଁ। ଗ୍ରୁଭ ନାଇଟ କ୍ଲବରେ କେବଳ ମୃଦୁ ପାନୀୟ କିମ୍ବା ଜୁସ ମିଳିଥାଏ। ନାଚ ଓ ଗୀତ ଶେଷ ହେବା ମାତ୍ରେ ଜଣେ ଯୋଗ ପ୍ରଶିକ୍ଷକ ଆସି ସମସ୍ତଙ୍କୁ ନିରବରେ ବସିଯିବାକୁ କହିଥିଲେ ଓ ଧିମା ସଙ୍ଗୀତ ସହିତ ମେଡିଟେସନ ଓ ଯୋଗ କରାଇଥିଲେ। ଏହି ନାଇଟ କ୍ଲବର ପରିବେଶ ପୂରାପୂରି ଧାର୍ମିକ ବୋଲି ବିଶ୍ବନାଥନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ