ତାସ୍‌ ଖେଳରୁ ଗୋଷ୍ଠୀ ସଂଘର୍ଷ: ୮ ଗୁରୁତର


ତାସ ଖେଳରୁ ସୃଷ୍ଟି ହୋଇଛି ଗୋଷ୍ଠୀ ସଂଘର୍ଷ। ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍‌ ରୁମାଗଡ଼ ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗାଁର ନିବାସୀ ପାଳ ଓ ମାଧବ ମାଲ୍ଲିକଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ଝଗଡ଼ା ହୋଇଥିଲା। ତେବେ ସେଠାରେ ଥିବା ଲୋକେ ବୁଝାସୁଝା କରି ସମସ୍ୟାର ସମାଧାନ କରିଥିଲେ। ତେବେ ରାତିରେ ପୁଣି ନିବାସ ପାଳ ଏବଂ ମାଧବ ମଳିକଙ୍କ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରିବାର ଲୋକ ଖଣ୍ଡା ଏବଂ କାତିରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଥିବା ୩ ଜଣଙ୍କୁ ପୋଲସରାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲସରା ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ