ଜାଣନ୍ତୁ ପାଦ ଫୁଲା ରୋଗର କାରଣ ଓ ଉପଚାର


କୌଣସି ପରିଶ୍ରମ ନ କରି ବି ପାଦରେ ଯନ୍ତ୍ରଣା କିମ୍ବା ଫୁଲିବା ସମସ୍ୟା ହେଉଛି କି? ଏହାର କାରଣ ମଧୁମେହ, ୟୁରିକ ଏସିଡ ବଢ଼ିବା ହୋଇପାରେ। ଅନେକ ସମୟରେ ଅଧିକ ଚାଲିଲେ ମଧ୍ୟ ଏହି ସମସ୍ୟା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପାଦ ଫୁଲା ଦୂର କରିବା ପାଇଁ କେତେକ ଘରୋଇ ଉପାୟ ସମ୍ପର୍କରେ।

କାହିଁକି ଫୁଲିଥାଏ ପାଦ
ଶରୀରର କେତେକ ଅଂଶରେ ତରଳ ପଦାର୍ଥ ଏକାଠି ହେଲେ, ଏହା ଗୋଡ଼ର ନିମ୍ନ ଭାଗରେ ଯାଇ ଜମା ହୋଇପାରେ। ଏହି ପାଦ ଫୁଲା ରୋଗକୁ ପେଡ଼ାଲ ଇଡିମା ବୋଲି ମଧ୍ୟ କୁହାଯାଏ। ଖରାପ ରକ୍ତ ପ୍ରବାହ, ଲିମ୍ଫ ନୋଡସ ବା ଲିଭରରେ କୌଣସି ସମସ୍ୟାର ସଙ୍କେତ ମଧ୍ୟ ଏହା ହୋଇପାରେ। ଖରାପ ଜୀବନଶୈଳୀ ସହିତ ୟୁରିକ ଏସିଡ ବଢ଼ିବା, ହାର୍ଟ ଫେଲ୍ୟୁଅର, ରକ୍ତରେ ପ୍ରୋଟିନର ଅଭାବ, ମହିଳାଙ୍କ ଗର୍ଭାବସ୍ଥା ସମୟରେ, ଲିଭର ଷ୍ଟୋନ, ରକ୍ତ ଜମାଟ ବାନ୍ଧିବା କିମ୍ବା ଟ୍ୟୁମର, ଆଣ୍ଟି ହାଇପରଟେନସିଭ ଔଷଧ ସେବନ, ତ୍ବଚାରେ ଆଲର୍ଜି କିମ୍ବା ସଂକ୍ରମଣ, ମୋଟାପଣ ଆଦି କାରଣ ପାଇଁ ପାଦ ଫୁଲା ରୋଗ ହୋଇଥାଏ।

ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ

ପ୍ରଥମେ ଜଙ୍କ କିମ୍ବା ପ୍ରିଜରଭେଟିଭ ଫୁଡ, ବାସି ଖାଦ୍ୟ, ଥଣ୍ଡା ଓ ଖଟା ଜିନିଷ ସେବନ କରିବା ବନ୍ଦ କରନ୍ତୁ। ଏହା ବଦଳରେ ଡାଏଟରେ ଫାଇବରଯୁକ୍ତ ଖାଦ୍ୟ ସେଓ, କଦଳୀ, ନାସପାତି, ଗାଜର, ବ୍ରୋକୋଲି, ଗଜା ଶସ୍ୟ, କଖାରୁ, ଡାଲି, ମଟର, ଜୋ, ବାଦାମ, ଚିଆ ସିଡ ଆଦି ସାମିଲ କରନ୍ତୁ।

ଭରପୂର ପାଣି ପିଅନ୍ତୁ
ସାରା ଦିନରେ ଅତିକମରେ ୮ରୁ ୯ ଗ୍ଲାସ ପାଣି ପିଅନ୍ତୁ। ଲୁଣ ଓ ମିଠା ଖାଦ୍ୟଠାରୁ ଦୂରେଇ ରହନ୍ତୁ।

ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ

ପାଦକୁ ଅଧିକ ସମୟ ଝୁଲାଇ ରଖନ୍ତୁ ନାହିଁ, ବେଶୀ ସମୟ ଚାଲନ୍ତୁ ନାହିଁ, ମଦ, ତମାଖୁ ଏବଂ କଫିନ ସେବନ କରନ୍ତୁନି, ନିୟମିତ ପ୍ରାଣାୟମ ଓ ଯୋଗ କରନ୍ତୁ, ପ୍ରଭାବିତ ସ୍ଥାନକୁ ଉଚ୍ଚରେ ରଖନ୍ତୁ, ପ୍ରଭାବିତ ସ୍ଥାନକୁ ସଫା, ମଏଶ୍ଚରାଇଜଡ ରଖନ୍ତୁ।

କଣ୍ଟ୍ରାଷ୍ଟ ହାଇଡ୍ରୋଥେରାପି
ଯଦି ଆପଣଙ୍କୁ ଘରୋଇ ଉପାୟରେ ଆରାମ ମିଳୁ ନାହିଁ, ତେବେ ଡାକ୍ତରଙ୍କ ପରାମର୍ଶରେ କଣ୍ଟ୍ରାଷ୍ଟ ହାଇଡ୍ରୋଥେରାପିର ସାହାଯ୍ୟ ନେଇପାରିବେ। ଏଥିପାଇଁ ଟବରେ ୨ ଫୁଟ ଗରମ ଓ ଥଣ୍ଡା ପାଣି ରଖନ୍ତୁ। ପ୍ରଥମେ ଗରମ ପାଣିରେ ୩ରୁ ୪ ମିନିଟ ପାଦ ବୁଡ଼ାଇ ରଖନ୍ତୁ। ଏହାପରେ ୧ ମିନିଟ ଥଣ୍ଡା ପାଣିରେ ପାଦ ବୁଡ଼ାନ୍ତୁ। ଏମିତି କିଛି ଦିନ କରିବା ଫଳରେ ପାଦ ଫୁଲା ଦୂର ହୋଇପାରେ। ଯଦି ଏହି ସମସ୍ୟା ଗୋଟିଏ ସପ୍ତାହରେ ଭଲ ହେଉ ନାହିଁ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କାରଣ ଏହା କିଡନୀ କିମ୍ବା ଲିଭର ସହିତ ଜଡ଼ିତ ରୋଗର ସଙ୍କେତ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ