ରାତ୍ରିଭୋଜନ ପାଇଁ ପରଫେକ୍ଟ ଆଳୁ ମଟର କୋରମା


ଆଳୁ ମଟର କୋରେମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କାରଣ ଏହା ଥରେ ଖାଇବା ପରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ। ଏହା ତିଆରି କରିବା ମଧ୍ୟ ବହୁତ ସହଜ। ଯଦି ରାତ୍ରିଭୋଜନରେ ରୁଟି ସହିତ କିଛି ସ୍ବାଦିଷ୍ଟ ତରକାରୀ କରିବାକୁ ଚାହୁଛନ୍ତି, ତେବେ ଆଳୁ ମଟର କୋରମା ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ରେସିପି।

କ’ଣ ଦରକାର
୨ଟି ଆଳୁ, ୧ କପ ସିଝା ଗ୍ରୀନ ମଟର, ୧ ଚାମଚ ଘିଅ, ୨ଟି ଗୁଜୁରାତି, ୨ଟି ଲବଙ୍ଗ, ୧ଟି ତେଜପତ୍ର, ଏକ ଚତୁର୍ଥାଶଂ କପ ଫ୍ରେଶ କ୍ରିମ, ୨ ଚାମଚ ଫେଣ୍ଟା ଦହି, ୧ ଚାମଚ ଗରମ ମସଲା ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ୧ଟି କଟା ପିଆଜ, ୮ଟି କାଜୁ, ୧ ଚାମଚ କଟା ଅଦା, ୨ ଚାମଚ କଟା କଞ୍ଚାଲଙ୍କା।

ପ୍ରସ୍ତୁତି ପ୍ରଣାଳୀ

ପେଷ୍ଟ ତିଆରି କରିବା ଲାଗି ପିଆଜ, ଅଦା, କାଜୁ ପାଣି ନ ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଆଳୁ ସିଝାଇ ଚୋପା ଛଡ଼ାନ୍ତୁ। କଡ଼େଇରେ ଘିଅ କରମ କରି ସେଥିରେ ଗୁଜରାତି, ଲବଙ୍ଗ, ତେଜପତ୍ର ପକାଇ ଦୁଇ ମିନିଟ ଯାଏ ଭାଜନ୍ତୁ। ପ୍ରସ୍ତୁତ କରିଥିବା ପେଷ୍ଟକୁ ଏଥିରେ ପକାଇ ପୁଣି ଦୁଇମିନିଟ ଭାଜନ୍ତୁ। ଫ୍ରେଶ କ୍ରିମ, ଦହି, ଗରମ ମସଲା, ଲୁଣ ଓ ଏକ କପ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ମଧ୍ୟମ ଆଞ୍ଚରେ ୨ରୁ ୩ ମିନିଟ ଯାଏ ଲଗାତର ଗୋଳାନ୍ତୁ। ଏବେ ଆଳୁ ଓ ମଟରକୁ ଏହି ମସଲାରେ ପକାଇ ମଧ୍ୟମ ଆଞ୍ଚରେ ୪ରୁ ୫ ମିନିଟ ଯାଏ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଆଳୁ ମଟର କୋରମା। ରୁଟି କିମ୍ବା ଚପାତି ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ