ଏମିତି ଗାର୍ଲଫ୍ରେଣ୍ଡ ଥିଲେ ବିଗିଡ଼ିବନି ସମ୍ପର୍କ


ସମସ୍ତଙ୍କ ଜୀବନ ଉତ୍ଥାନ ପତନ ଦେଇ ଗତି କରିଥାଏ। ତେବେ ଜୀବନରେ ଜଣେ ଉତ୍ତମ ପାର୍ଟନର ମିଳିଗଲେ, ହସ ଖୁସିରେ ଜୀବନ ବିତିଯାଏ। କିନ୍ତୁ ଯଦି ପାର୍ଟନରଙ୍କ ମଧ୍ୟରେ ବୁଝାମଣା ନ ଥିବ, ତେବେ ସମ୍ପର୍କ ଅଧିକ ଦିନ ତିଷ୍ଠିବ ନାହିଁ। ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରେ ବ୍ରେକ୍ ହେବା ପରେ ମଧ୍ୟ ସେମାନଙ୍କର କୌଣସି ମନୋମାଳିନ୍ୟ ନ ଥିଲା। ଏପରି ସମୟରେ ସୁଶାନ୍ତଙ୍କ ମୃତ୍ୟୁ ପୂରା ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଥିବା ବେଳେ ଅଙ୍କିତା ମଧ୍ୟ ବହୁତ ଦିନ ଯାଏ ଚିନ୍ତିତ ଥିଲେ। କିନ୍ତୁ ଏବେ ଅଙ୍କିତାଙ୍କୁ ଦେଖିଲେ ମନେହେଉଛି, ସେ ଧିରେ ଧିରେ ସୁଶାନ୍ତଙ୍କ ମୃତ୍ୟୁ ଦୁଃଖରୁ ବାହାରୁଛନ୍ତି। ଏଥିରେ ତାଙ୍କୁ ସାଥ୍ ଦେଉଛନ୍ତି ତାଙ୍କ ମଙ୍ଗେତର ଭିକ୍କି ଜୈନ। ଅଙ୍କିତା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଭିକ୍କିଙ୍କ ଭଉଣୀଙ୍କ ଜାଆଁଳା ପିଲାଙ୍କୁ କୋଳରେ ବସାଇଥିବା ନଜର ଆସୁଛନ୍ତି।

ଆପଣ ଭାବୁଥିବେ ଏତେ ସବୁ ହୋଇଗଲା ପରେ ବି ଭିକ୍କି ଅଙ୍କିତାଙ୍କ ସାଥ୍ କିପରି ଛାଡ଼ି ନାହାନ୍ତି? ସୁଶାନ୍ତଙ୍କ ମୃତ୍ୟୁ ପରେ ଯେଉଁଭଳି ଭାବେ ଅଙ୍କିତା ଓ ସୁଶାନ୍ତଙ୍କ ସମ୍ପର୍କକୁ ପୁଣିଥରେ ତାଜା କରିଦେଲା, ଏହା ନିଶ୍ଚିତ ଭାବେ ଭିକ୍କିଙ୍କୁ ଖରାପ ଲାଗିଥିବ। ଏହି ଦୁର୍ଘଟଣା ପରେ ଭିକ୍କି ନିଜ ଇନଷ୍ଟାଗ୍ରାମର କମେଣ୍ଟ ବକ୍ସକୁ ମଧ୍ୟ ଅଫ୍ କରି ଦେଇଥିଲେ। କିନ୍ତୁ ଅଙ୍କିତାଙ୍କ କେତେକ ଅଭ୍ୟାସ ପାଇଁ ଏବେ ବି ସେମାନଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ବାସ ଭରି ରହିଛି। ଚାଲନ୍ତୁ ଜାଣିବା ଝିଅମାନଙ୍କର ଏଭଳି କେତେକ ଭଲ ଗୁଣ ସମ୍ପର୍କରେ ଯାହାଙ୍କୁ ପୁଅମାନେ ହରାଇବାକୁ ଚାହାନ୍ତି ନାହିଁ।

ଋିଲେସନଶିପକୁ ନେଇ ଡରି ଯାଇଥିଲେ ଭିକ୍କି
ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ବହୁତ ଚିନ୍ତାରେ ଥିବାବେଳେ ଭିକ୍କି ରିଲେସନଶିପକୁ ନେଇ ଡରି ଯାଇଥିଲେ। ଭିକ୍କିଙ୍କୁ ଇନଷ୍ଟାଗ୍ରାମରେ ଅଙ୍କିତାଙ୍କୁ ଛାଡ଼ିଦିଅ ବୋଲି ମଧ୍ୟ କମେଣ୍ଟ ଆସିଥିଲା। କିନ୍ତୁ ଅଙ୍କିତାଙ୍କ ସତ୍ୟତା ଓ ଭିକ୍କିଙ୍କ ପ୍ରତି ତାଙ୍କର ପ୍ରେମ ଏହି ସମ୍ପର୍କକୁ ଜୀବିତ ରଖିଥିଲା। ତେଣୁ ସମ୍ପର୍କରେ ପ୍ରେମ ଓ ବିଶ୍ବାସ ରହିବା ବହୁତ ଜରୁରୀ।

ଭିକ୍କିଙ୍କ ପରିବାରକୁ ଆପଣାଇଥିଲେ ଅଙ୍କିତା
ଅଙ୍କିତା ସବୁ ପରିସ୍ଥିତିରେ ଭିକ୍କିଙ୍କ ପରିବାରକୁ ନିଜ ପରିବାର ଭଳି ବ୍ୟବହାର କରନ୍ତି। ଏବେ ଅଙ୍କିତା ଅନେକ ମାନସିକ ଅସ୍ଥିରତା ଦେଇ ଗତି କରୁଥିଲେ ମଧ୍ୟ ଏହାର ପ୍ରଭାବ ସେ ନିଜ ବୟଫ୍ରେଣ୍ଡ କିମ୍ବା ତାଙ୍କ ପରିବାର ଉପରେ ପଡ଼ିବାକୁ ଦେଇ ନାହାନ୍ତି। ସେ ଜାଣିଥିଲେ ସୁଶାନ୍ତଙ୍କ ମୃତ୍ୟୁପରେ ତାଙ୍କ ପ୍ରଶଂସକମାନେ ରାଗରେ ଥିବେ। ତେଣୁ ଅଙ୍କିତା ଭିକ୍କିଙ୍କୁ ନିଜ ଠାରୁ ଦୂରେଇ ରଖିଥିଲେ।

କେବେ ବି ତୁଳନା କରନ୍ତି ନାହିଁ
ଅଙ୍କିତା ଓ ସୁଶାନ୍ତ ଟିଭି ଇଣ୍ଡଷ୍ଟ୍ରୀର ସବୁଠାରୁ ଲୋକପ୍ରିୟ ଯୋଡ଼ି ଥିଲା। କେବଳ ସେତିକି ନୁହେଁ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟ କାହାରିକୁ ଅଛପା ନାହିଁ। ଭିକ୍କିଙ୍କ ସହିତ ରିଲେସନଶିପରେ ଆସିବା ପରେ ଅଙ୍କିତା କେବେ ବି ସୁଶାନ୍ତଙ୍କ ସହ ତାଙ୍କର ତୁଳନା କରି ନାହାନ୍ତି।

ବିଚାରବନ୍ତ ହେବା ସମ୍ପର୍କ ପାଇଁ ଖରାପ
ବେଳେବେଳେ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ, ଯେଉଁ ସମୟରେ ଆମେ ଖୁବ୍ ଶୀଘ୍ର କୌଣସି କଥାର ନିଷ୍କର୍ଷ ବାହାର କରି ଦେଇଥାଉ। ତେଣୁ କେବେ ବି ନିଜ ସମ୍ପର୍କକୁ ନେଇ ବିଚାରବନ୍ତ ହୁଅନ୍ତୁ ନାହିଁ। ପରିସ୍ଥିତିକୁ ନେଇ ଆପଣ ଭାବପ୍ରବଣ ହୋଇପାରନ୍ତି। କିନ୍ତୁ ବିଚାରବନ୍ତ ହେବା ଠିକ୍ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ