ଘରେ ତିଆରି କରନ୍ତୁ ଏଗଲେସ କଣ୍ଡେନ୍ସଡ ମିଲ୍କ କୁକିଜ


ଆପଣ କୁକିଜ ବଜାରରୁ ଅନେକ ସମୟରେ କିଣି ଖାଇଥିବେ। ଯଦି ଘରେ ଏହା କରିବାକୁ ଚାହୁଛନ୍ତି, ତାହାର ରେସିପି ଏଠାରେ ଦିଆଯାଇଛି। ଆପଣ ଏହି ଉପାୟ ଅବଲମ୍ବନ କରି ସହଜରେ ଘରେ ଏଗଲେସ କଣ୍ଡେନ୍ସଡ ମିଲ୍କ କୁକିଜ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୧ କପ ମଇଦା, ୧୨୫ ଗ୍ରାମ ବଟର, ୧ ଚିମୁଟା ଖାଇବା ସୋଡ଼ା, ଅଧଚାମଚ ପାଇନ ଆପେଲ ଏସେନ୍ସ, ଅଧ କପ କଣ୍ଡେନ୍ସଡ ମିଲ୍କ ଓ ଜାମ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ମଇଦା ଓ ଅଧ କପ ବଟରକୁ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ ଖାଇବା ସୋଡ଼ା ଓ ପାଇନଆପଲ ଏସେନ୍ସ ମିଶାଇ ହାତରେ ଭଲ ଭାବେ ମିଶାନ୍ତୁ। ଏବେ ଏଥିରେ କଣ୍ଡେନ୍ସଡ ମିଲ୍କ ମିଶଇ ଭଲ ଭାବେ ଚକଟନ୍ତୁ। ଏହା ଅଧିକ ଶୁଖିଲା ଲାଗୁଥିଲେ ୨ ଚାମଚ କ୍ଷୀର ମିଶାଇ ଚକଟିପାରିବେ। ଏବେ ଏକ ବଟର ପେପର ନେଇ ଏହି ମିଶ୍ରଣକୁ ତଳେ ରଖି ବେଲନ୍ତୁ। ଏବେ କୁକି କଟରରେ ଏହାକୁ କାଟି ଦିଅନ୍ତୁ। ଏହା ମଝିରେ ମଧ୍ୟ ଗୋଲ ଗୋଲ କରି କାଟି ବାହାର କରନ୍ତୁ। ଏକ ଟ୍ରେରେ ବଟର ଲଗାଇ ଏହା ଉପରେ ବଟର ପେପର ରଖନ୍ତୁ ଓ ଏହା ଉପରେ ଉକ୍ତ କୁକିଜକୁ ରଖନ୍ତୁ। ଓଭାନକୁ ୧୬୦ ଡିଗ୍ରି ସେଣ୍ଟିଗ୍ରେଡରେ ପ୍ରି ହିଟ କରନ୍ତୁ। ଏହି ଟ୍ରେକୁ ୧୦ ମିନିଟ ଯାଏ ବେକ କରି ବାହାର କରନ୍ତୁ। ଏହା ଉପରେ ଜାମ ଓ କଣ୍ଡେନ୍ସଡ ମିଲ୍କରେ ସଜାଇ ପାରିବେ। ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଏଗଲେସ କଣ୍ଡେନ୍ସଡ ମିଲ୍କ କୁକିଜ। ଏବେ ଏହାକୁ ଖାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ