ଶରୀରରେ ମାତ୍ର ୫୦ ଦିନ ରହୁଛି କୋରୋନା ଆଣ୍ଟିବଡି


ଆମ ଶରୀରରେ କୋଭିଡ-୧୯ ଆଣ୍ଟିବଡି ଦୁଇ ମାସରୁ ଅଧିକ ସମୟ ରହୁନାହିଁ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜେଜେ ଗ୍ରୁପ ଅଫ ହସ୍ପିଟାଲର କୋରୋନା ସଂକ୍ରମିତ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।

ଗବେଷଣାର ନେତୃତ୍ବ ନେଇଥିବା ଡା.ନିଶାନ୍ତ କୁମାର କହିଛନ୍ତି ଯେ ଜେଜେ, ଜିଟି ଓ ସେଣ୍ଟ ଜର୍ଜ ହସ୍ପିଟାଲର ୮୦୧ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏଥିରେ ସାମିଲ ୨୮ ଜଣ ଯେଉଁମାନେ ସାତ ସପ୍ତାହ ପୂର୍ବରୁ (ଏପ୍ରିଲ ଶେଷ, ମେ’ ପ୍ରଥମ) କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଜୁନରେ କରାଯାଇଥିବା ସିରୋ ସର୍ଭେରେ ୨୮ ଜଣଙ୍କ ମଧ୍ୟରୁ କାହାରି ଠାରେ ମଧ୍ୟ ଆଣ୍ଟିବଡି ଦେଖାଯାଇ ନ ଥିଲା। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କମ୍ୟୁନିଟି ମେଡିସିନ ଆଣ୍ଡ ପବ୍ଲିକ ହେଲଥ ସେପ୍ଟେମ୍ବର ସଂଖ୍ୟାରେ ଏହି ରିପୋର୍ଟ ପ୍ରକାଶ କରାଯିବ। ଜେଜେ ହସ୍ପିଟାଲର ସିରୋ ସର୍ଭେରେ ୩୪ ଜଣ ଏପରି ଥିଲେ, ଯେଉଁମାନେ ସର୍ଭେର ୫ ସପ୍ତାହ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିଲେ। ତିନି ସପ୍ତାହ ପୂର୍ବରୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୯୦ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ମିଳିଥିଲା। ସେହିପରି ପାଞ୍ଚ ସପ୍ତାହ ପୂର୍ବରୁ ସଂକ୍ରମିତ ଚିହ୍ନଟ ହୋଇଥିବା ୩୮.୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ମିଳିଥିଲା ବୋଲି ଗବେଷଣାର ନେତୃତ୍ବ ନେଇଥିବା ଡା.ନିଶାନ୍ତ କୁମାର କହିଛନ୍ତି।

ଆଣ୍ଟିବଡି ଟେଷ୍ଟ କ’ଣ
କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ହେବା ପରେ ତାଙ୍କ ଶରୀରରେ ଭାଇରସ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ରୋଗ ପ୍ରତିରୋଧକ କ୍ଷମତା ମୁତାବକ ଲୋକଙ୍କ ଠାରେ କୋରୋନା ଭାଇରସର ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ। କାହାରି ଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାବେଳେ ଆଉ କାହା ଠାରେ କମ ଲକ୍ଷଣ ଓ କାହାରି ଠାରେ ଗୁରୁତର ଲକ୍ଷଣ ଦେଖାଯାଇଥାଏ। ଆଣ୍ଟିବଡି ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଥାଏ। ଯଦି ଆଣ୍ଟିବଡ଼ି ପଜିଟିଭ ଆସୁଛି, ତେବେ ଉକ୍ତ ବ୍ୟକ୍ତିଙ୍କୁ ଅତୀତରେ କୋରୋନା ସଂକ୍ରମଣ ହୋଇଥିବା ଗ୍ରହଣ କରିବାକୁ ପଡ଼ିଥାଏ। ଯଦି ଆଣ୍ଟିବଡି ନେଗେଟିଭ ଆସୁଛି, ତେବେ ଉକ୍ତ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇ ନାହିଁ ବୋଲି ଗ୍ରହଣ କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ