ଜାଣନ୍ତୁ କେଉଁ ମହାରାଷ୍ଟ୍ର ଜୁଏଲାରୀ ପାଲଟିଛି ଝିଅବୋହୁଙ୍କ କ୍ରେଜ


ନବ ବଧୂ କେଉଁ ପରିବେଶରୁ ଆସିଛନ୍ତି, ତାହା ଜାଣିବା ଲାଗି ତାଙ୍କ ବାହାଘର ପୋଷାକ ଓ ଜୁଏଲାରୀ ଯଥେଷ୍ଟ। ଗହଣା ବିନା କୌଣସି ନବବଧୂର କଳ୍ପନା କରାଯାଇ ନ ପାରେ। କାରଣ ଏହା ବିନା ତାଙ୍କ ଶୃଙ୍ଗାର ଅଧୁରା ହୋଇଥାଏ। ଭାରତରେ ପ୍ରତ୍ୟେକ ରାଜ୍ୟରେ ନବବଧୂଙ୍କ ଗହଣାରେ ଆପଣଙ୍କୁ ବିବିଧତା ଦେଖିବାକୁ ମିଳିଥାଏ। କାରଣ ପ୍ରତ୍ୟେକ ରାଜ୍ୟର ବଧୂ ନିଜ ପାରମ୍ପରିକ ଜୁଏଲାରୀ ବାହାଘରରେ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ ଏବେ ସମୟ ବଦଳି ଯାଇଛି। ଏବେ ନବବଧୂ ନିଜ ରାଜ୍ୟର ନୁହେଁ ବରଂ ପସନ୍ଦ ଅନୁସାରେ ଜୁଏଲାରୀ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଆଜିକାଲି ଝିଅମାନଙ୍କଠାରେ ମହାରାଷ୍ଟ୍ରିଆନ ଜୁଏଲାରୀ ପିନ୍ଧିବାର କ୍ରେଜ ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ମହାରାଷ୍ଟ୍ରର ପାରମ୍ପରିକ ଜୁଏଲାରୀ ସମ୍ପର୍କରେ।

ନୋଥ
ନାକରେ ପିନ୍ଧାଯାଉଥିବା ଏହି ଆଭୂଷଣ ନୋଥ ମହାରାଷ୍ଟ୍ରିଆନ ମହିଳାମାନେ କାଜୁ ଆକୃତିର ନୋଥ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଏହି ନୋଥ ବାସ୍ତବରେ ବ୍ରାହ୍ମଣୀ ଶୈଳୀର ଅଟେ, ଯାହା ବେସରା ମୋତି, ପନ୍ନା ବା ମାଣିକ ସହିତ ଜଡ଼ିତ ହୋଇଥାଏ। ପାରମ୍ପରିକ ଭାବେ ଏହାକୁ ନାକର ବାମ ପଟେ ଛିଦ୍ର କରି ପିନ୍ଧାଯାଇଥାଏ। ଯଦି ଆପଣ ନାକ ଛିଦ୍ର କରିବାକୁ ଚାହୁ ନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ନୋଥ କ୍ଲିପ ଅନ ରୂପରେ ମଧ୍ୟ ମିଳିଯାଉଛି। ଯାହାଫଳରେ ଆପଣ ମହାରାଷ୍ଟ୍ରର ପାରମ୍ପରିକ ନୋଥ ଆରାମରେ ପିନ୍ଧି ପାରିବେ।

ମୋହନ ମାଳା
ବାସ୍ତବରେ ଏକ ଲମ୍ବା ହାରକୁ ମୋହନ ମାଳା କହନ୍ତି। ଏଥିରେ ସୁନା ଓ ମୋତି ଜଡ଼ିତ ହୋଇଥାଏ। ସାଧାରଣତଃ ଅନ୍ୟ ଦିନରେ ପିନ୍ଧା ଯାଉଥିବା ଏହି ମୋତି ଡିଜାଇନ ବହୁତ ସିମ୍ପଲ ଏବଂ ରାଉଣ୍ଡ ଶେପରେ ରହିଥାଏ। କିନ୍ତୁ ଆପଣ ନିଜ ବାହାଘରରେ ମୋହନା ମାଳ ପିନ୍ଧିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ କିଛି ଅଲଗା ଡିଜାଇନର ମାଳା ଚୟନ କରିପାରିବେ।

କୋହ୍ଲାପୁରୀ ସାଜ
ଏକ ପ୍ରକାରର ନେକ ପିସକୁ କୋହ୍ଲାପୁରୀ ସାଜ କୁହାଯାଏ। ଏଥିରେ ଅନେକଗୁଡ଼ିଏ ଲଟକନ ବି ରହିଥା।ଏ ପ୍ରତ୍ୟେକ ଲଟକନରେ ଏକ ଅଲଗା ଡିଜାଇନ ରହିଥାଏ। ଏଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାର ଦେଖିବାକୁ ମିଳିଥାଏ। ୨ଟିରେ ପନ୍ନା ଓ ମାଣିକ ଲଗାଯାଇଥାଏ ଓ ୮ଟିରେ ସୁଖ ଓ ସମୃଦ୍ଧି ଦର୍ଶାଇବା ଲାଗି ଏକ ଅଷ୍ଟମଙ୍ଗଳ ଡିଜାଇନ ତିଆରି କରାଯାଏ ଓ ଶେଷରେ ଏକ ଏମ୍ୟୁଲେଟ ରହିଥାଏ।

ଅମ୍ବାଡ଼ା ପିନ
ମହାରାଷ୍ଟ୍ରର ମହିଳାମାନେ ନିଜ ଖୋସାରେ ଅମ୍ବାଡ଼ା ପିନ ଲଗାଇଥାନ୍ତି। ଏହି ପିନ ଏକ ସେମି ସର୍କୁଲାର ପିନ ଅଟେ, ଯାହା ମହିଳାଙ୍କ କେଶ ଓ ଏଥିରେ ତିଆରି ହେଆରଷ୍ଟାଇଲକୁ ଅଧିକ ସୁନ୍ଦର ଲୁକ ଦେଇଥାଏ। ଆଜିକାଲି ଏହା ଅନେକ ଡିଜାଇନରେ ଉପଲବ୍ଧ ହେଉଛି।

ଭାକି
ବାଜୁରେ ପିନ୍ଧା ଯାଉଥିବା ଏହି ଅଭୂଷଣକୁ ଭାକି ବା ବାଜୁବନ୍ଧ ବୋଲି ମଧ୍ୟ କୁହାଯାଏ। ଏହା ସୁନା କିମ୍ବା କୌଣସି ପେଣ୍ଡାଣ୍ଟ ଡିଜାଇନରେ ମିଳିଯାଏ। ପାରମ୍ପରିକ ଡ୍ରେସ ସହିତ ପିନ୍ଧା ଯାଉଥିବା ଏହି ଜୁଏଲାରୀ ଦେଖିବାକୁ ବହୁତ ସୁନ୍ଦର ଅଟେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ