ପର୍ଯ୍ୟଟନ ଶିଳ୍ପକୁ ଅମ୍ଳଜାନ ଦେବାକୁ ରାଜସ୍ଥାନ ସରକାର ସଜବାଜ


କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ପୂରା ଦେଶରେ ୨୪ ମାର୍ଚ୍ଚରୁ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନରେ ଟ୍ରେନ, ବସ, ବିମାନ ସେବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇ ଦିଆଯାଇଥିଲା। ଦେଶବ୍ୟାପୀ ଲକଡାଉନ ଲାଗିଥିବାରୁ ଜୀବନ ଯେମିତି ଏକରକମ ରୋକି ଯାଇଥିଲା। ଏବେ ଧୀରେ ଧୀରେ ଲକଡାଉନ କୋହଳ କରାଯାଉଛି। ଜନ ଜୀବନକୁ ଟ୍ରାକକୁ ଆଣିବା ଲାଗି ଚେଷ୍ଟା କରାଯାଉଛି। ଲକଡାଉନରେ ପର୍ଯ୍ୟଟନ ମଧ୍ୟ ପୂରାପୂରି ଠପ ହୋଇଯାଇଥିଲା।

ପର୍ଯ୍ୟଟନ କ୍ଷେତ୍ରକୁ ଲାଇନକୁ ଆଣିବା ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଖୁବଶୀଘ୍ର ନୂଆ ପର୍ଯ୍ୟଟନ ନୀତି ଆଣିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ସଙ୍କେତରୁ ଅନୁମାନ କରାଯାଉଛି ଯେ ନୂଆ ପର୍ଯ୍ୟଟନ ନୀତିରେ ସଙ୍କଟରେ ଘେରି ରହିଥିବା ପର୍ଯ୍ୟଟନ ଶିଳ୍ପକୁ କିଛି ମାତ୍ରାରେ ରିହାତି ପ୍ରଦାନ କରାଯାଇପାରେ। ମୁଖ୍ୟମନ୍ତ୍ରୀ ଗେହଲୋଟ କହିଛନ୍ତି ଯେ ରାଜସ୍ଥାନ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଅଟେ। ଏହା ସହିତ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାରର ମାଧ୍ୟମ ଯୋଡ଼ି ହୋଇ ରହିଛି। ପର୍ଯ୍ୟଟନ ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଖୁବ ଶୀଘ୍ର ନୂଆ ପର୍ଯ୍ୟଟନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ପାଖାପାଖି ୨୦ ବର୍ଷ ପରେ ଆସିବାକୁ ଯାଉଥିବା ଏହି ପର୍ଯ୍ୟଟନ ନୀତିରେ ପର୍ଯ୍ୟଟନକୁ ଲାଇନକୁ ଆଣିବାରେ ସହାୟତା ମିଳିବ ବୋଲି ଗେହଲୋଟ କହିଛନ୍ତି।

ଗେହଲୋଟ ଆହୁରି ମଧ୍ୟ କହିଛନ୍ତି ଯେ ମେଳା ଉତ୍ସବରେ ଅଧିକରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇପାରିବେ। ଏଥିପାଇଁ ଏହାକୁ ନୂଆ ରୂପ ଦିଆଯିବ। ପୁଷ୍କର ମେଳା, ଡେଜର୍ଟ ଫେଷ୍ଟିଭାଲ, କୁମ୍ଭଳଗଢ଼, ବୁନ୍ଦ ଉତ୍ସବ ସହିତ ଅନ୍ୟ ମେଳା ଉତ୍ସବକୁ ନୂତନ ଭାବେ ବ୍ରାଣ୍ଡିଂ କରାଯିବ। ଯାହାଫଳରେ ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହୋଇପାରିବେ। ମୁଖ୍ୟମନ୍ତ୍ରୀ ଗେହଲୋଟ କହିଛନ୍ତି ଯେ ଧାର୍ମିକ ପର୍ଯ୍ୟଟନ ଦୃଷ୍ଟିରୁ ଅଧିକାରୀମାନେ ଧାର୍ମିକ ସ୍ଥଳକୁ ବିକାଶର ରୂପରେଖ ପ୍ରସ୍ତୁତ କରନ୍ତୁ। ସେହିପରି ଭରତପୁରର କେଓଲାଦେଓ ଘାନା ନ୍ୟାସନାଲ ପାର୍କରେ ପାଣି ସମସ୍ୟା ଦୂର ଲାଗି ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଗେହଲୋଟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ