ପିଲାଙ୍କ ପାଇଁ ‘ହୁ’ର ମାସ୍କ ନିୟମ


ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) କହିବାନୁସାରେ କୋରୋନା ଭାଇରସ ମହାମାରୀରୁ ରକ୍ଷା ପାଇବା ଲାଗି ୧୨ ବର୍ଷ ବା ତାହା ଠାରୁ ଅଧିକ ବର୍ଷର ପିଲାଙ୍କୁ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଜାରି କରିଛି। ‘ହୁ’ ମୁତାବକ ବିଭିନ୍ନ ଦେଶରେ ବୟସ୍କ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ନିୟମ ରହିଛି। ସେହି ନିୟମ ପିଲାଙ୍କ ଉପରେ ମଧ୍ୟ ଲାଗୁ ହେବା ଉଚିତ। ‘ହୁ’ ମୁତାବକ ପିଲାଙ୍କ ଜରିଆରେ କୋରୋନା ସଂକ୍ରମଣ କିପରି ବ୍ୟାପୁଛି ଏହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ଏକଥା ସତ ଯେ କିଶୋରଙ୍କ ଜରିଆରେ ବୟସ୍କଙ୍କ ଭଳି କୋରୋନା ଭାଇରସ ସଂକ୍ରମଣ ବ୍ୟାପି ପାରେ।

’ହୁ’ ମୁତାବକ ୫ ବର୍ଷ ଓ ତାହାଠାରୁ କମ ବୟସର ପିଲାଙ୍କୁ ମାସ୍କ ପିନ୍ଧାଇବା ଉଚିତ ନୁହେଁ। ୬ରୁ ୧୧ ବର୍ଷର ପିଲାଙ୍କୁ ତାଙ୍କ ପରିବାର ଲୋକ ମାସ୍କ ପିନ୍ଧାଇବା ଓ ବାହାର କରିବା ପାଇଁ ସାହାଯ୍ୟ କରିବା ପାଇଁ ‘ହୁ’ ପକ୍ଷରୁ କୁହାଯାଇଛି। ୬୦ ବର୍ଷରୁ କମ ବୟସର ସୁସ୍ଥ ଲୋକମାନେ କପଡ଼ାରେ ତିଆରି ମାସ୍କ ପିନ୍ଧିବା ଉଚିତ। ତେବେ ଏହାଠାରୁ ଅଧିକ ବୟସର ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକେ ମେଡିକାଲ ମାସ୍କ ପିନ୍ଧିବା ଉଚିତ।

ସୂଚନାଯୋଗ୍ୟ ଯେ ‘ହୁ’ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ମହାମାରୀ ଘୋଷିତ କରିଥିଲା। ଆମେରିକାର ଜନ ହପକିନ୍ସ ୟୁନିଭସିର୍ଟିର ବିଜ୍ଞାନ ଏବଂ ଇିନିୟରିଂ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ସାରା ବିଶ୍ବରେ କୋରୋନା ସଂକ୍ରମଣ ମାମଲା ୨.୩୫ କୋଟି ଅତିକ୍ରମ କରିସାରିଥିବା ବେଳେ ୮ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ