ବସରେ ଦିଲ୍ଲୀରୁ ଲଣ୍ଡନ ଟ୍ରିପ: ୭୦ ଦିନରେ ୧୮ ଦେଶ ପରିଭ୍ରମଣ


କୋରୋନା ଭାଇରସ ଡରରେ ସାରା ବିଶ୍ବର ଅନେକ ଦେଶ ଏବେ ଲକଡାଉନରେ ରହିଛି। କେତେକ ଦେଶରେ ବିଦେଶୀ ଯାତ୍ରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ବିମାନଯାତ୍ରାକୁ ସୀମିତ କରି ଦିଆଯାଇଛି। ଇତିମଧ୍ୟରେ ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଏକ ନିଆରା ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହି ଯାତ୍ରାକୁ ନିଆରା ଏଥିପାଇଁ କୁହାଯାଉଛି ଯେ ଏହା ବିମାନ ବଦଳରେ ବସରେ ହେବାକୁ ଯାଉଛି। ଗୁଡଗାଓଁର ଏକ କମ୍ପାନୀ ୧୫ ଅଗଷ୍ଟରେ ‘ବସ ଟୁ ଦ ଲଣ୍ଡନ’ ନାମକ ଏକ ଟ୍ରିପର ଘୋଷଣା କରିଛି। ଏହି ୭୦ ଦିନିଆ ଟ୍ରିପରେ ଯାତ୍ରୀମାନେ ସଡ଼କ ମାର୍ଗରେ ଦିଲ୍ଲୀରୁ ଲଣ୍ଡନ ଯାଇ ପହଞ୍ଚିବେ। ଏହି ଟ୍ରାଭେଲ କମ୍ପାନୀ ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ସୋସାଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିଲା।

୨୦ ଜଣ ଯାତ୍ରା କରିବେ

୨୦୨୧ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ଏହି ଟ୍ରିପରେ କେବଳ ୨୦ ଯାତ୍ରୀ ଅଂଶଗ୍ରହଣ କରିପାରିବେ। ଏହି ବସର ସମସ୍ତ ସିଟ ବିଜନେସ କ୍ଲାସର ହେବ। ବସରେ ଜଣେ ଚାଳକ, ଜଣେ ସହାୟକ ଚାଳକ, ଅର୍ଗାନାଇଜର କମ୍ପାନୀ ଏଜେଣ୍ଟ ଓ ଜଣେ ଗାଇଡ ରହିବେ। ଯାତ୍ରୀଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ପ୍ରତ୍ୟେକ ଦେଶରେ ଗାଇଡ ବଦଳିବେ।

୧୮ଟି ଦେଶ ଭ୍ରମଣ
ଇନଷ୍ଟାଗ୍ରାମରେ କରାଯାଇଥିବା ଏକ ପୋଷ୍ଟ ଅନୁସାରେ ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ହେବାକୁ ଥିବା ଏହି ଯାତ୍ରା ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଏହି ୭୦ ଦିନରେ ଯାତ୍ରୀଙ୍କୁ ୨୦,୦୦୦ କିମି ଯାତ୍ରା କରିବାକୁ ପଡ଼ିବ। ବ୍ରିଟେନ ପହଞ୍ଚିବା ପୂର୍ବରୁ ଏହି ବସ ମିଆଁମାର, ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିଜସ୍ତାନ, ଉଜବେକିସ୍ତାନ, କଜାଖସ୍ତାନ, ରୁଷ, ଲାଟବିୟା, ଲିଥୁଆନିଆ, ପୋଲାଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ ଓ ଫ୍ରାନ୍ସ ଭଳି ୧୮ଟି ଦେଶ ଦେଇ ଯାତ୍ରା କରିବ।

କେମିତି ମିଳିବ ସୁବିଧା
ଏହି ଟ୍ରିପରେ ଯିବା ପାଇଁ ଯାତ୍ରୀଙ୍କୁ ୧୦ଟି ଦେଶର ଭିସାର ଆବଶ୍ୟକତା ରହିଛି। ଏହାର ବ୍ୟବସ୍ଥା ଟ୍ରାଭେଲ କମ୍ପାନୀ ଦ୍ବାରା କରାଯିବ। ଭିନ୍ନ ଭିନ୍ନ ଦେଶ ଭ୍ରମଣ କରିବାକୁ  ଇଚ୍ଛା ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହୋଇପାରେ। ଚାରି ତାରକା କିମ୍ବା ପଞ୍ଚ ତାରକା ହୋଟେଲରେ ଏହି ଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯିବ। ଯଦିଓ ଏଥିପାଇଁ ପର୍ଯ୍ୟଟକଙ୍କୁ ମୋଟା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଭଡ଼ା କେତେ
ରିପୋର୍ଟ ମୁତାବକ ଦିଲ୍ଲୀରୁ ଲଣ୍ଡନ ଯିବାକୁ ଥିବା ଏହି ବସର ଟିକେଟ ଦାମ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ପଡ଼ିବ। ଯେଉଁମାନେ ଏକାବେଳେ ୧୫ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ, ସେମାନେ କିସ୍ତିରେ ମଧ୍ୟ ଦେଇପାରିବେ। ଟ୍ରାଭେଲ କମ୍ପାନୀର ପ୍ରତିଷ୍ଠାତା କହିଛନ୍ତି ଯେ ସେ ଓ ତାଙ୍କ ସାଥୀ ୨୦୧୭, ୨୦୧୮ ଓ ୨୦୧୯ରେ ମଧ୍ୟ କାରରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରି ସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ