ଏସବୁ ଲକ୍ଷଣ କହିବ ରୋଗ ପ୍ରତିରୋଧକ ଶକ୍ତି କେତେ ଦୁର୍ବଳ


କୋରୋନା ଭାଇରସରୁ ରକ୍ଷା କରିବା ଲାଗି ଆଜି ପର୍ଯ୍ୟନ୍ତ କୌଣସି ଭ୍ୟାକସିନ କିମ୍ବା ଔଷଧ ବାହାରି ନାହିଁ। ଏପରିସ୍ଥଳେ ଆମ ରୋଗପ୍ରତିରୋଧକ ଶକ୍ତି ହିଁ ଏହା ସହିତ ଲଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକେ ଶୀଘ୍ର କୋରୋନା ଭାଇରସ ଦ୍ବାରା ସଂକ୍ରମଣ ହୋଇଯାଇଥାନ୍ତି। ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଅନେକ କାରଣ ରହିଛି। ପୂର୍ବରୁ କୌଣସି ରୋଗର ଶିକାର ହୋଇଥିଲେ କିମ୍ବା ମାତ୍ରାଧିକ ମଦ ଓ ସିଗାରେଟ ସେବନ କରିବା ଦ୍ବାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ତେବେ ଏହି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କେତେ ଦୁର୍ବଳ।

ସବୁବେଳେ ଥକା ଲାଗିବାର ଅନେକ କାରଣ ହୋଇପାରେ। ଯେମିତିକି ନିଦ ପୂରା ନ ହେବା, ଚାପରେ ରହିବା, ଏନିମିଆ କିମ୍ବା କ୍ରୋନିକ ଫାଟିଗ ସିଣ୍ଡ୍ରୋମ। ଯଦି ଆପଣଙ୍କୁ ଏହାର କାରଣ ଜଣାନାହିଁ ଓ ପର୍ଯ୍ୟାପ୍ତ ନିଦରେ ଶୋଇବା ପରେ ମଧ୍ୟ ଯଦି ଏହି ସମସ୍ୟା ରହୁଛି, ତେବେ ଜାଣି ନିଅନ୍ତୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି।

ଋତୁ ବଦଳିଲେ ରୋଗରେ ପଡ଼ିବା ସାଧାରଣ କଥା ବିଶେଷକରି ଶୀତଦିନେ। କିନ୍ତୁ ଯଦି ଆପଣ ପ୍ରତ୍ୟେକ ଋତୁରେ ବାରମ୍ବାର ରୋଗରେ ପଡ଼ୁଛନ୍ତି, ତେବେ ଏହାର କାରଣ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ବ୍ୟାକ୍ଟେରିଆ, ଭାଇରସ ଓ ରୋଗ ସହିତ ଲଢ଼ିଥାଏ। ଯଦି ଆପଣଙ୍କର ବାରମ୍ବାର ୟୁରିନ ଇନଫେକ୍ସନ, ପାଟିରେ ଛାଲ, ଥଣ୍ଡା କିମ୍ବା ଫ୍ଲୁର ଅଭିଯୋଗ ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅନେକ ଲୋକଙ୍କ ଆଲର୍ଜି କାରଣରୁ ଋତୁଜନିତ ଜ୍ବର ହୋଇଥାଏ। ଯଦି ଆପଣଙ୍କ ଆଖିରୁ ସବୁବେଳେ ପାଣି ବାହାରୁଛି କିମ୍ବା କୌଣସି ଖାଦ୍ୟ ଖାଇବା ପରେ ରିଆକ୍ସନ ହେଉଛି, ଚର୍ମ ରାଶେସ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ପେଟ ସମସ୍ୟା ଦୁର୍ବଳ ରୋଗପ୍ରତିରୋଧକ ଶକ୍ତିର କାରଣ ହୋଇପାରେ। ଯଦି ଘା’ ଶୀଘ୍ର ଶୁଖୁ ନାହିଁ, ତେବେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ। ଥଣ୍ଡା ଓ ଫ୍ଲୁ ହେଲେ ସାଧାରଣତଃ ଏକ ସପ୍ତାହ ଭିତରେ ଏହା ଭଲ ହୋଇଯାଏ। କିନ୍ତୁ ଯଦି ଏହା ଅଧିକ ଦିନ ରହେ, ତେବେ ହୁଏତ ଆପଣଙ୍କ ଶରୀର ସଂକ୍ରମଣ ସହିତ ଲଢ଼ିପାରୁ ନାହିଁ। ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଏ। ଯଦି ଆପଣଙ୍କର ବାରମ୍ବାର ତରଳ ଝାଡ଼ା, ଅଲସର, ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହୁଛି, ତେବେ ଏହା ଆପଣଙ୍କର ଦୁର୍ବଳ ରୋଗପ୍ରତିରୋଧକ ଶକ୍ତିର ସଙ୍କେତ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ