ଷ୍ଟାଇଲିଶ କୁର୍ତ୍ତା ପାଇଁ ନିଅନ୍ତୁ ଟିପ୍‌ସ


ଭାରତୀୟ ଆଉଟଫିଟ ଏବେ ପାରମ୍ପରିକ ନ ହୋଇ ଗ୍ଲୋବାଲ ହୋଇଯାଇଛି। ବିଶେଷକରି ସାଲୱାର କମିଜ। ଏହି କାରଣରୁ ଏବେ ବିଦେଶରେ ମଧ୍ୟ ଭାରତୀୟ ପରିଧାନକୁ ଖୁବ ପସନ୍ଦ କରାଯାଉଛି। ଆପଣ ଚାହିଲେ ସାଲୱାର କମିଜ ସୁଟକୁ ମଡର୍ଣ୍ଣ ଅନ୍ଦାଜରେ ପିନ୍ଧି ନିଜ ଲୁକକୁ ପୂରା ପୂରି ବଦଳାଇପାରିବେ। ଷ୍ଟ୍ରେଟ ଫିଟ ଶର୍ଟ କୁର୍ତ୍ତାକୁ ଧୋତି ପ୍ୟାଣ୍ଟ କିମ୍ବା ପଟିଆଲା ସାଲୱାର ସହିତ ପିନ୍ଧନ୍ତୁ। ଚୁଡ଼ିଦାର କିମ୍ବା ଲେଗିଙ୍ଗସ ତ ସମସ୍ତେ କୁର୍ତ୍ତା ସହିତ ପିନ୍ଧୁଛନ୍ତି। ଆପଣ ପଟିଆଲା ସାଲୱାର କିମ୍ବା ଧୋତି ପ୍ୟାଣ୍ଟ ପିନ୍ଧି ସମସ୍ତଙ୍କଠାରୁ ଅଲଗା ଓ ଷ୍ଟାଇଲିଶ ନଜର ଆସିବେ।

ଆଜିକାଲି ଲଙ୍ଗ କୁର୍ତ୍ତି ସହିତ ପ୍ଲାଜୋ ପିନ୍ଧିବାର ଟ୍ରେଣ୍ଡ ବହୁତ ଲୋକପ୍ରିୟ। ଆପଣ ମଧ୍ୟ ଏହା ଟ୍ରାଏ କରିପାରିବେ। ଏହାକୁ ସାଲୱାର କମିଜର ଆଧୁନିକ ଭର୍ସନ ବୋଲି କୁହାଯାଉଛି। ଫର୍ମାଲ ଲୁକ ପାଇଁ ମଧ୍ୟ ଆପଣ ଲଙ୍ଗ କୁର୍ତ୍ତା ସହିତ ପ୍ଲାଜୋ କମ୍ବିନେସନ ଟ୍ରାଏ କରିପାରିବେ। ଲଙ୍ଗ କୁର୍ତ୍ତା ସହିତ ଯଦି ଆପଣ ପ୍ଲାଜୋ ସିଗାରେଟ ପ୍ୟାଣ୍ଟ ପିନ୍ଧୁଛନ୍ତି, ତେବେ ଏହା ସହିତ ସ୍କାର୍ଫ, ବେଲ୍ଟ ଓ ନେକପିସ ଆଦି ପିନ୍ଧି ଆଉଟଫିଟକୁ ଆହୁରି ଅଧିକ ଷ୍ଟାଇଲିଶ କରିପାରିବେ। ଆପଣ ଏହାକୁ ମିକ୍ସ ଏଣ୍ଡ ମ୍ୟାଚ କରି ମଧ୍ୟ ପିନ୍ଧିପାରିବେ। ଯଦି ଆପଣ ହ୍ବାଇଟ କଟନ କିମ୍ବା ଟସର ସିଲ୍କ କୁର୍ତ୍ତା ପିନ୍ଧୁଛନ୍ତି, ତେବେ ଇଣ୍ଡିଗୋ କିମ୍ବା ଫୁସିଆ ପିଙ୍କ ରଙ୍ଗର ବ୍ରୋକେଡ ସାଲୱାର କିମ୍ବା ଚୁଡ଼ିଦାର ପିନ୍ଧିପାରିବେ। ଏଥିସହିତ ଚଙ୍କି ନେକପିସ କିମ୍ବା ସ୍କାର୍ଫ ବ୍ୟବହାର କରିପାରିବେ।

ପ୍ଲାଜୋରେ ବଦଳାନ୍ତୁ ଲୁକ
ଉହିଳାମାନେ କୁର୍ତ୍ତା ସହିତ ଚୁଡ଼ିଦାର କିମ୍ବା ଲେଗିଙ୍ଗସ ପିନ୍ଧି ବୋର ହୋଇଗଲେଣି। ଏହି କାରଣରୁ ସେମାନେ ପ୍ଲାଜୋ କନସେପ୍ଟକୁ ଖୁବ ପସନ୍ଦ କରୁଛନ୍ତି। ଏଥିରେ ସେମାନଙ୍କୁ କୋଟ ଓ ନୂଆ ଲୁକ ଦୁଇଟିଯାକ ମିଳୁଛି। ପ୍ଲାଜୋରେ ମଧ୍ୟ ଆଜିକାଲି ବହୁତ ଗୁଡ଼ିଏ ଭେରାଇଟି ଦେଖିବାକୁ ମିଳୁଛି। ଏପରିସ୍ଥଳେ ନିଜ ପସନ୍ଦ ଅନୁସାରେ ଷ୍ଟ୍ରେଟ କଟ, ଫ୍ଲେୟର୍ଡ, ଶରାର କ୍ୟାପ୍ରି ଏବଂ ଏଙ୍କଲ ଲେନଥ ପ୍ଲାଜୋ ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ