ଗଣେଶ ଚତୁର୍ଥୀରେ ତିଆରି କରନ୍ତୁ ଚକୋଲେଟ ମୋଦକ


ପ୍ରତ୍ୟେକ ବର୍ଷ ଦେଶ ସାରା ଗଣେଶ ଚତୁର୍ଥୀ ବଡ଼ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ସବୁ ପର୍ବପର୍ବାଣୀକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ପଡ଼ୁଛି। ତେବେ କେତେକ ଲୋକେ ଘରେ ମୂର୍ତ୍ତି ପୂଜାର ଆୟୋଜନ କରୁଥିବା ଦେଖିବାକୁ ମିଳୁଛି। ଗଣେଶଜୀଙ୍କୁ ବିଭିନ୍ନ ପ୍ରକାରର ମିଠା ଭୋଗ କରାଯାଏ। ଗଣେଶଙ୍କୁ ମୋଦକ ବହୁତ ପସନ୍ଦ। ଏଥର ଆପଣ ଘରେ ଚକୋଲେଟ ମୋଦକ ପ୍ରସ୍ତୁତ କରି ପାରିବେ। ଚାଲନ୍ତୁ ଜାଣିବା କିପରି ତିଆରି ହୁଏ ଚକୋଲେଟ ମୋଦକ।

କ’ଣ ଦରକାର
୨୫୦ ଗ୍ରାମ ଡାର୍କ ଚକୋଲେଟ, ୧୦୦ ଗ୍ରାମ କୋରୋ ନଡ଼ିଆ, ୨ ଚାମଚ କଟା ବାଦାମ, ୨ ଚାମଚ କଟା କାଜୁ, ୨ଚାମଚ କଟା ପିସ୍ତା, ୫୦ ଗ୍ରାମ କଣ୍ଡେନ୍ସଡ ମିଲ୍କ, ୧ ଚାମଚ ଦେଶୀ ଘିଅ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଡବଲ ବଏଲରରେ ଡାର୍କ ଚକୋଲେଟ ପକାଇ ମଧ୍ୟମ ଆଞ୍ଚରେ ଚକୋଲେଟ ତରଳାନ୍ତୁ ଏବେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ କାଜୁ, ପିସ୍ତା, କୋରା ନଡ଼ିଆ ଆଦି ପକାଇ ୧ରୁ ୨ ମିନିଟ ଯାଏ ଭାଜନ୍ତୁ। ଏବେ ଏଥିରେ କଣ୍ଡେନ୍ସଡ ମିଲ୍କ ପକାଇ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ଚକୋଲେଟ ପେଷ୍ଟ ପକାଇ ଭଲ ଭାବେ ମିଶାନ୍ତୁ ଓ ଗ୍ୟାସ ବନ୍ଦ କରନ୍ତୁ। ଏବେ ଏହାକୁ ଥଣ୍ଡା କରି ଏଥିରୁ କିଛି ମିଶ୍ରଣ ନେଇ ମୋଦକ ଛାଞ୍ଚରେ ରଖି ଚାପନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚକୋଲେଟ ମୋଦକ। ଗଣେଶ ଠାକୁରଙ୍କୁ ଭୋଗ ଲଗାଇ ପ୍ରସାଦ ସେବନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ