ଏହି ଦେଶରେ ମଧ୍ୟ ରହିଛି ଅଯୋଧ୍ୟା ଓ ସରଯୁ ନଦୀ, ଜାଣନ୍ତୁ ଏହାର ଇତିହାସ


ଭାରତରେ ଅଯୋଧ୍ୟା ଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଦକ୍ଷିଣ ପୂର୍ବ ଏସିଆର ଦେଶ ଥାଇଲାଣ୍ଡ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଜୀବନ ଦ୍ବାରା ପ୍ରେରିତ। ଥାଇଲାଣ୍ଡର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପ୍ରାଚୀନ ସହର ଅଯୋଧ୍ୟା ସାମିଲ। ସିଆମ ରାଜ୍ୟର ରାଜଧାନୀ ଭାବେ ଅଯୋଧ୍ୟାକୁ ଉପସ୍ଥାପିତ କରାଯାଉଛି। ଅଯୋଧ୍ୟା ନଗରୀର ସ୍ଥାପନା ଏବଂ ଏହାର ଇତିହାସ ଏହାର ଆଖପାଖ ସ୍ଥାନର ମଧ୍ୟ ବେଶ ଯୋଗଦାନ ରହିଛି। ସ୍ଥାନୀୟ ଲୋକେ ଏହାକୁ ଅୟୁଥୟା ବୋଲି ମଧ୍ୟ କହିଥାନ୍ତି। ଏହି ସହର ଛାଓ ପ୍ରେୟା ନଦୀ ଉପତ୍ୟକାରେ ଅବସ୍ଥିତ। ଏହି ସହର ବାଣିଜ୍ୟ, ସଂସ୍କୃତି ସହିତ ଆଧ୍ୟାତ୍ମିକତାର ଗଡ଼ ବୋଲି ମଧ୍ୟ କୁହାଯାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜନ କରିବା ପରେ ଥାଇଲାଣ୍ଡସ୍ଥିତ ଅଯୋଧ୍ୟାର ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଅଯୋଧ୍ୟାର ଅର୍ଥ ହେଉଛି ଅପରାଜେୟ। ଅଯୋଧ୍ୟା ସହିତ ଏହି ସହରର ନାମ ଯୋଡ଼ିବା ପଛର କାରଣ ହେଉଛି ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରେ ଏହି କ୍ଷେତ୍ରରେ ହିନ୍ଦୁମାନଙ୍କ ପ୍ରାଧାନ୍ୟ ବେଶୀ ଥିଲା। ପୁରୁଷୋତ୍ତମ ରାମଙ୍କ ଜୀବନୀ ଚରିତ ଉପରେ ଭାରତରେ ବାଲ୍ମିକୀ ଋଷିଙ୍କ ଦ୍ବାରା ଲିଖିତ ରାମାୟଣ ଥାଇଲାଣ୍ଡରେ ମଧ୍ୟ ମହାକାବ୍ୟ ଭାବେ ପ୍ରଚଳିତ। ଲିଖିତ ସାକ୍ଷ୍ୟ ଆଧାରରେ କୁହାଯାଉଛି ଯେ ଏହାକୁ ଦକ୍ଷିଣ ଏସିଆରେ ଭାରତୀୟ ତାମିଲ ବେପାରୀ ଓ ବିଦ୍ବାନ ପହଞ୍ଚାଇଥିଲେ। ପ୍ରଥମ ଶତାବ୍ଦୀ ଶେଷ ଆଡ଼କୁ ରାମାୟଣ ଥାଇଲାଣ୍ଡର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା ବୋଲି କୁହାଯାଉଛି। ୧୩୬୦ ବେଳକୁ ରାଜା ରମାଥିବୋଦି ତର୍ବଧା ବୌଦ୍ଧ ଧର୍ମକୁ ଅଯୋଧ୍ୟା ସହରର ଶାସକୀୟ ଧର୍ମ କରି ଦେଇଥିଲେ। ଏଥିରେ ପ୍ରଭାବିତ ହୋଇ ସେ ହିନ୍ଦୁ ଧର୍ମକୁ ଏଠାର ରାଜଧର୍ମ ଭାବେ ଘୋଷଣା କରିଥିଲେ। ଏହା ଏକ ଶତାବ୍ଦୀ ଯାଏ ବୈଧ ଥିଲା। ୧୫ଶ ଶତାବ୍ଦୀରେ ଥାଇଲାଣ୍ଡର ରାଜଧାନୀ ଅୟୁଥୟା ସହର ଥିଲା। ଏହା ସ୍ଥାନୀୟ ଭାଷାରେ ଅଯୋଧ୍ୟା ଶବ୍ଦର ସମାନ ଅର୍ଥ। ପରେ ବର୍ମା ସେନାଙ୍କ ଆକ୍ରମଣ କରି ପୂରା ସହରକୁ ଧ୍ବସଂ କରି ଦେଇଥିଲେ। ଏଥିସିତ ମନ୍ଦିରର ମୂର୍ତ୍ତି ମଧ୍ୟ ନଷ୍ଟ କରି ଦିଆଯାଇଥିଲା।

ଦକ୍ଷିଣ ପୂର୍ବ ଏସିଆର ଦେଶ ଥାଇଲାଣ୍ଡ ଏକଦା ରାମରାଜ୍ୟ ଥିଲା। କୁହାଯାଉଛି ଚକ୍ରି ବଂଶର ପ୍ରଥମ ରାଜାଙ୍କ ଉପାଧି ରାମ ପ୍ରଥମ ଥିଲା। ଥାଇଲାଣ୍ଡରେ ଏବେ ବି ଏହି ରାଜବଂଶ ରହିଛି। ବର୍ମା ସେନା ଚାଲିଗଲା ପରେ ଦେଶ ନିଜର ସଂସ୍କୃତିର ମୂଳ ଖୋଜିବା ଅଭିଯାନ ଚଳାଇଥିଲା ଓ ଏଠାରେ ପୁଣିଥରେ ରାମାୟଣକୁ ପ୍ରତିଷ୍ଠା ମିଳିବା ଆରମ୍ଭ ହୋଇଥିଲା। ଥାଇଲାଣ୍ଡରେ ଗଣତନ୍ତ୍ରର ସ୍ଥାପନା ୧୯୩୨ରେ ହୋଇଥିଲା। ଏହାପରେ ଥାଇଲାଣ୍ଡର ଏହି ସହରକୁ ପୁନଃନିର୍ମାଣ ଉପରେ ଧ୍ୟାନ ଦିଆଯାଇଥିଲା। ଏଠାରେ ଥିବା ଜଙ୍ଗଲକୁ ସଫା କରି ସହରର ଅବଶେଷକୁ ମରାମତି କରାଯାଇଛି। ସହରର ମଝିରେ ଏକ ପାର୍କ ରହିଛି। ଏଥିରେ ବୁଦ୍ଧଙ୍କ ପ୍ରତିମା ରହିବା ସହିତ ଆଉ ଏକ ପଥର ମୂର୍ତ୍ତିର ମସ୍ତକକୁ ବରଗଛ ଜାବୁଡ଼ି ଧରିଛି। ୨୦୧୮ରେ ଥାଇଲାଣ୍ଡ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରିଥିଲା। ଏହାର ଆରମ୍ଭ ମଧ୍ୟ ହୋଇସାରିଛି। ଏହି ରାମ ମନ୍ଦିର ସହରର ପ୍ରସିଦ୍ଧ ସୋରାୟ ନଦୀ (ଭାରତରେ ପ୍ରସିଦ୍ଧ ସରଯୁ ନଦୀ) କୂଳରେ ନିର୍ମାଣ ହେଉଛି। ସୂଚନାଯୋଗ୍ୟ ଯେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକକୁ ମହେନ୍ଦ୍ର ଅଯୋଧ୍ୟା ବୋଲି ମଧ୍ୟ କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ