ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା ୧.୭ ଲକ୍ଷ ଟପିଲା, ବିଶ୍ବରେ ୭.୫ ଲକ୍ଷ


ୱାଶିଂଟନ୍: କୋରୋନାଜନିତ ମୃତ୍ୟୁସଂଖ୍ୟା ସମଗ୍ର ବିଶ୍ବରେ ୭ ଲକ୍ଷ ୫୭ ହଜାର ୪୯୫ରେ ପହଞ୍ଚିଛି। ଏଥି ମଧ୍ୟରୁ କେବଳ ଆମେରିକାରେ ୧ ଲକ୍ଷ ୭୦ ହଜାର ୪୧୫ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲରେ ୧ ଲକ୍ଷ ୫ ହଜାର ୫୬୪ ଜଣ ଅଛନ୍ତି। ସେହିପରି ବିଶ୍ବରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୪ ହଜାର ୧୯୯ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଆମେରିକାରେ ୫୪ ଲକ୍ଷ ୧୫ ହଜାର ୬୬୬ ଜଣ ଓ ବ୍ରାଜିଲରେ ୩୨ ଲକ୍ଷ ୨୯ ହଜାର ୬୨୧ ଜଣ ରହିଛନ୍ତି। ଏହାଛଡ଼ା ଇତିମଧ୍ୟରେ ୧ କୋଟି ୩୯ ଲକ୍ଷ ୨୫ ହଜାର ୬୧୨ ଜଣ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିସାରିଥିବା ଜଣାପଡ଼ିଛି। ସଂକ୍ରମିତ, ସଂକ୍ରମିତଙ୍କ ମୃତ୍ୟୁ ଓ ସୁସ୍ଥତା ହାରରେ ଏକ ନମ୍ବରରେ ଥିବା ଆମେରିକାରେ ୨୮ ଲକ୍ଷ ୪୩ ହଜାର ୨୦୪ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ବ୍ରାଜିଲରେ ୨୩ ଲକ୍ଷ ୫୬ ହଜାର ୬୪୦ ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି।

ଭାରତ ୩ୟରେ କାଏମ ରହିଥିବା ବେଳେ ରୁଷିଆରେ ୯ ଲକ୍ଷ ୭ ହଜାର ୭୫୮ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଏହି ଦେଶରେ ୧୫ ହଜାର ୩୮୪ ଜଣ ସଂକ୍ରମିତଙ୍କର ପ୍ରାଣହାନି ହୋଇସାରିଛି। ପଞ୍ଚମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା, ଯେଉଁଠାରେ ୫ ଲକ୍ଷ ୭୨ ହଜାର ୮୬୫ ଜଣ ସଂକ୍ରମିତ ଅଛନ୍ତି ଏବଂ ଏହି ଦେଶରେ ୧୧ ହଜାର ୨୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପେରୁରେ ୫ ଲକ୍ଷ ୭ ହଜାର ୯୯୬ ଜଣ, ମେକ୍ସିକୋରେ ୫ ଲକ୍ଷ ୫ ହଜାର ୭୫୧ ଜଣ, କଲମ୍ବିଆରେ ୪ ଲକ୍ଷ ୩୩ ହଜାର ୮୦୫ ଜଣ ସଂକ୍ରମିତ ହୋଇସାରିଛନ୍ତି। ଚିଲିରେ ୩.୮୦ ଲକ୍ଷ, ସ୍ପେନରେ ୩.୫୫ ଲକ୍ଷ, ଇରାନରେ ୩.୩୬ ଲକ୍ଷ, ଯୁକ୍ତରାଜ୍ୟରେ ୩.୧୩ ଲକ୍ଷ, ସାଉଦି ଆରବରେ ୨.୯୪ ଲକ୍ଷ, ପାକିସ୍ତାନରେ ୨.୮୭ ଲକ୍ଷ, ଆର୍ଜେଣ୍ଟିନାରେ ୨.୭୬ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ରହିଛନ୍ତି। ସେହିପରି ମେକ୍ସିକୋରେ ୩ୟ ସର୍ବାଧିକ ୫୫ ହଜାର ୨୯୩ ଜଣ ମୃତ୍ୟୁବରଣ କରିସାରିଛନ୍ତି। ଏହାଛଡ଼ା ଯୁକ୍ତରାଜ୍ୟରେ ୪୧ ହଜାର ୩୪୭, ଇଟାଲୀରେ ୩୫ ହଜାର ୨୩୧, ଫ୍ରାନ୍ସରେ ୩୦ ହଜାର ୩୮୮, ପେରୁରେ ୨୫ ହଜାର ୬୪୮ ଓ ସ୍ପେନରେ ୨୮ ହଜାର ୬୦୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ