କୋରୋନାରେ ପୂର୍ବତନ କଂଗ୍ରେସ ସାଂସଦ ସୁରେନ୍ଦ୍ର ଗୋୟଲଙ୍କର ମୃତ୍ୟୁ


ନୂଆଦିଲ୍ଲୀ: କଂଗ୍ରେସର ପୁରୁଖା ନେତା ତଥା ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ପ୍ରକାଶ ଗୋୟଲଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ପରଲୋକ ଗମନ କରିଥିବା ଗୋୟଲଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ଗୋଟିଏ ଝିଅ ଓ ପୁଅ ଅଛନ୍ତି। ଗୋୟଲଙ୍କ ପରଲୋକରେ କେନ୍ଦ୍ର ସଡ଼କ ଓ ପରିବହନ ତଥା ରାଜପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ତଥା ଗାଜିଆବାଦର ବର୍ତ୍ତମାନ ସାଂସଦ ଅବସରପ୍ରାପ୍ତ ଜେନେରାଲ୍ ଭିକେ ସିଂହ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଗୋୟଲ କୋରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ତାଙ୍କର ଚିକିତ୍ସା ଚାଲିଥିଲେ ହେଁ ସେ ପରଲୋକ ଗମନ କରିଥିବା ସିଂହ ସୂଚନା ଦେଇଛନ୍ତି। ଗତ ୨୦୦୪ରେ ଗୋୟଲ୍ ଗାଜିଆବାଦରୁ କଂଗ୍ରେସ ଟିକେଟରେ ନିର୍ବାଚନ ବିଜୟୀ ହୋଇଥିଲେ। ସାଂସଦ ଥିବା ଅମଳରେ ଗୋୟଲ୍ ଗାଜିଆବାଦ ସହରରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ