ଓଡ଼ିଶାର ୧୪ ଜଣ ପାଇବେ ପୋଲିସ୍‌ ପଦକ


ଭୁବନେଶ୍ୱର: ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୋଲିସ୍‌ ପଦକ। ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍‌ ପଦକ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୪ ଜଣ ପୋଲିସ୍‌ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ, କନ୍‌ଷ୍ଟେବଲ୍‌ ବିରଞ୍ଚି ନାରାୟଣ ସାହୁ ରାଷ୍ଟ୍ରପତି ପଦକ ପାଇବାକୁ ମନୋନିତ ହୋଇଛନ୍ତି।

ଏହାଛଡ଼ା ୧୨ ଜଣ ପୋଲିସ୍‌ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯିବ। ସେମାନେ ହେଲେ ଭିଜିଲାନ୍ସ ଏଏସ୍‌ପି ଅଭିରାମ କର, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ତାପସ ମହାପାତ୍ର, ଏସ୍‌ପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଅତୁଲକ୍ରିଷ୍ଣା ଦାସ, ସରୋଜ ପଟେଲ, ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମର ପ୍ରମୁଖ ପୋଲିସ୍‌ ପଦକ ପାଇବେ ବୋଲି ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ