ଚୀନକୁ ବାଧୁଛି ଭାରତର ବାଣିଜ୍ୟିକ କଟକଣା: ସ୍ବର ଉଠାଇଲେ ରାଷ୍ଟ୍ରଦୂତ


ବେଜିଂ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ଚୀନ ବିରୋଧରେ କେତେକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ତଥା ଅର୍ଥନୈତିକ କଟକଣା ଲଗାଯାଇଛି। ଏହା ଚୀନକୁ ବେଶ ବାଧୁଥିବା ଭଳି ଲାଗୁଛି। ଏଣୁ ଭାରତରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ସୁନ ୱେଇଡଙ୍ଗ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଜଣାପଡ଼ିଛି। ଭାରତର ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକା 'ଚୀନ-ଇଣ୍ଡିଆ ରିଭ୍ୟୁ'ରେ ରାଷ୍ଟ୍ରଦୂତ ଲେଖିଛନ୍ତି, ବାଣିଜ୍ୟ ଓ ଅର୍ଥନୀତି ସଂକ୍ରାନ୍ତ ଯେକୌଣସି ପ୍ରକାରର ପ୍ରତିକୂଳ ନିଷ୍ପତ୍ତି ଭାରତକୁ ବି କ୍ଷତି ପହଞ୍ଚାଇବ। ଦୁଇଦେଶ ମଧ୍ୟରେ ଦ୍‌ଢ଼ ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଥିବା ବେଳେ କେତେକ ବ୍ୟକ୍ତିଙ୍କ ଚୀନବିରୋଧୀ ଅସହଯୋଗ ସ୍ଲୋଗାନ ଏକ ଭ୍ରାନ୍ତଧାରଣା ସ୍‌ଷ୍ଟି କରିଛି। ଭାରତର ବ୍ୟବସାୟ ଗୋଷ୍ଠୀ ଏବଂ ଲୋକେ ଚୀନ-ଭାରତ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗର ହିତାଧିକାରୀ। ଏଣୁ ଚୀନ ବିରୋଧରେ ତାରିଫ ବ୍‌ଦ୍ଧି ଓ କଟକଣା ଲଗାଣ ପଦକ୍ଷେପ ସମସ୍ତଙ୍କ ପାଇଁ ଅନ୍ୟାୟ ହେବ ବୋଲି ସେ କହିଛନ୍ତି।

ରାଷ୍ଟ୍ରଦୂତ ୱେଇଡଙ୍ଗ ଆହୁରି କହିଛନ୍ତି ଯେ ଏଥିପାଇଁ ଆମେ ଉଚ୍ଚସ୍ତରୀୟ ଅର୍ଥନୈତିକ ଏବଂ ବାଣିଜ୍ୟ ‌ଆଲୋଚନା କୌଶଳ ଉପରେ ଧ୍ୟାନ ଦେବା ଉଚିତ। ଏଥିଲାଗି ଗତ ବର୍ଷ ଅକ୍ଟୋବର ମାସରେ ଚେନ୍ନାଇ ଠାରେ ଦ୍ବିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକରେ ଦୁଇ ଦେଶର ନେତା ସମ୍ମତ ହୋଇଥିଲେ। ଭାରତ ଓ ଚୀନ‌ ପରସ୍ପରର ବିଶ୍ବାସଭାଜନ ହେବା ଉଚିତ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ‌ ମଧ୍ୟରେ ବହୁବାର କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲେ ବି ଫିଙ୍ଗର୍‌ ଫୋର୍‌ ଓ ଏଇଟ୍‌ ଅଞ୍ଚଳରୁ ପିପଲସ୍‌ ଲିବରେସନ୍ ଆର୍ମି ହଟିବାକୁ ରାଜି ହେଉନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ