ଭୁଟାନରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍: ସ୍କୁଲ୍, ଅଫିସ୍ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ


ଥିମ୍ପୁ: ହିମାଳୟ ପାଦ ଦେଶରେ ଥିବା ଭୁଟାନରେ ଗୁରୁବାର ପ୍ରଥମ ଥର ପାଇଁ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଦେଶରେ ଜନୈକ ବ୍ୟକ୍ତି ବିଦେଶରୁ ଆସିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ହେଁ ତାଙ୍କଠାରେ ଘାତକ କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ଏପରି କଡ଼ା ନିୟମ ଲାଗୁ କରାଯାଇଛି। ଫଳସ୍ବରୂପ ଦେଶର ସାଢ଼େ ୭ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ଘରେ ରହିବା ସକାଶେ କୁହାଯାଇଛି। ସମସ୍ତ ସ୍କୁଲ୍, କଲେଜ ଓ ଅଫିସ୍କୁ ବନ୍ଦ କରାଯାଇଛି ଏହାଛଡ଼ା ସମସ୍ତ ପ୍ରକାର ବାଣିଜି୍ୟକ ପ୍ରତିଷ୍ଠାନକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦେଶନାମାରେ କୁହାଯାଇଛି ଯେ ଏହି ଲକଡାଉନ୍ ନିୟମ ୫ରୁ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିପାରେ। ଏହି ସମୟ ମଧ୍ୟରେ ସମ୍ଭାବ୍ୟ ସଂକ୍ରମିତଙ୍କ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆଇସୋଲେସନରେ ରଖାଯିବ। ଏହାଦ୍ୱାରା ସଂକ୍ରମଣ ଚେନକୁ ଭଙ୍ଗ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜନୈକା ୨୭ ବର୍ଷୀୟା ମହିଳା କୁୱେଓ୍ୱତରୁ ଫେରିବା ପରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିଥିଲେ। ସେଠାରେ ତାଙ୍କର ନମୁନା ନେଗେଟିଭ୍ ରହିଥିଲା ତେଣୁ ତାଙ୍କୁ ନିର୍ଦ୍ଧାରିତ ସମୟ ପରେ ଛାଡ଼ିଦିଆଯାଇଥିଲା। କିନ୍ତୁ ଗତ ସୋମବାର ତାଙ୍କର ନମୁନା ପଜିଟିଭ୍ ଆସିବା ପରେ ସଂକ୍ରମଣ ଆଶଙ୍କା କରି ଭୁଟାନ୍ ସରକାର ଲକଡାଉନ୍ ଜାରି କରିବାକୁ ନିର୍ଦେଶ ଦେଇଛନ୍ତି। କ୍ୱାରେଣ୍ଟାଇନରୁ ବାହାରିବା ପରେ ଓ ତାଙ୍କ ନମୁନା ପଜିଟିଭ୍ ବାହାରିବା ଭିତରେ ସେ ଅନେକ ସ୍ଥାନ ବୁଲିଥିବାରୁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏହି ଚେନ୍ ଭାଙ୍ଗିବା ସକାଶେ ଲକଡାଉନ୍ ଘୋଷଣା କରାଯାଇଥିବା ସରକାର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ