ଆସନ୍ତା ୫ ବର୍ଷରେ ଶେଷ ହେବ ୨୩ଟି ଏକ୍ସପ୍ରେସୱେ ଓ ନୂଆ ହାଇୱେ


ନୂଆଦିଲ୍ଲୀ: ଦେଶର ପ୍ରମୁଖ ଏକ୍ସପ୍ରେସୱେ ଓ ନୂଆ ହାଇୱେ ପାଇଁ ଦ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) ଟାଇମଲାଇନ ଧାର୍ଯ୍ୟ କରିଛି। ଏସବୁ କାମ ୫ ବର୍ଷ ଭିତରେ ସାରିବାକୁ ନିର୍ଦେଶ ଦେଇଛି। କେଉଁ ଏକସପ୍ରେସୱେ ଓ ହାଇୱ କାର୍ଯ୍ୟ କେବେ ସରିବ, ତାହାର ମଧ୍ୟ ତାଲିକା ପ୍ରକାଶ ପାଇଛି। ଅତି ବେଶିରେ କୌଣସି ନିର୍ମାଣ କାର୍ଯ୍ୟ ୨୦୨୫ ମାର୍ଚ୍ଚ ଟପିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଦିଲ୍ଲୀ-ମୁମ୍ବାଇ, ଅହମଦାବାଦ-ଧୋଲେରା, ଅମୃତସର-ଜାମନଗର ଏକ୍ସପ୍ରେସୱେ କାର୍ଯ୍ୟ ୨୦୨୩ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ସେହିପରି ଆଉ ୯ଟି ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ମଧ୍ୟ ନିର୍ଦେଶ ରହିଛି।

୨୦୨୫ ମାର୍ଚ୍ଚ ଭିତରେ ମୋଟ ୨୩ଟି ଏକ୍ସପ୍ରେସୱେ ଓ ହାଇୱେ କାର୍ଯ୍ୟ ଶେଷ କରିବାକୁ ୩.୩ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ମୋଟ ୭ ହଜାର ୮ ଶହ କିମିର ଏକ୍ସପ୍ରେସୱେ ଓ ହାଇୱେ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୁରତ, ସୋଲାପୁର, ଲକ୍ଷ୍ନୌ, ଭାଇଜାଗ, ଚେନ୍ନାଇ, ବେଙ୍ଗାଲୁରୁ, ବିଜୟୱାଡ଼ା, ରାୟପୁର, କୋଟା, ଖଡ଼ଗପୁର ଓ ସିଲିଗୁଡ଼ିକୁ ଏହିସବୁ ସଡ଼କ ନିର୍ମାଣ କରିବା ପାଇଁ ସ୍ଥିର ହୋଇଛି। ଏବେ ଆମ ଦେଶରେ ହେବି ଭେଇକଲ ଏକ୍ସପ୍ରେସୱେରେ ଦୈନିକ ୪ ଶହ କିମି ପର୍ଯ୍ୟନ୍ତ ଯାଇ ପାରୁଛନ୍ତି। ଏହା ବିଶ୍ବର ଅନ୍ୟାନ୍ୟ ଦେଶ ତୁଳନାରେ ୫୦ ପ୍ରତିଶତ କମ ବୋଲି ଜଣାପଡ଼ିଛି। ରାସ୍ତାଘାଟର ଅଭାବ ଯୋଗୁ ଏହି ସ୍ଥିତି ରହିଛି। ତେଣୁ ଏହାକୁ ୨୦୨୫ ସୁଦ୍ଧା ହିଁ ଦୂର କରିବାକୁ ଏନଏଚଏଆଇ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ