ଉଗ୍ର ହେଉଛି ହାତୀ-ମଣିଷ ବିବାଦ: ସମାଧାନ ପାଇଁ ବଢ଼ାଯାଉ ପାଦ


ରାଜ୍ୟରେ ଦିନକୁ ଦିନ ହାତୀ-ମଣିଷ ବିବାଦ ଉଗ୍ର ହେବାରେ ଲାଗିଛି। କେବେ ହାତୀ ମଣିଷ ମାରୁଛି ତ କେବେ ମଣିଷ ମାରୁଛି ହାତୀ। ଏହି ବିବାଦ ଥମିବାର ନାଁ ନେଉନାହିଁ। ୧୯୯୦ରୁ ୨୦୦୦ ଏହି ୧୦ ବର୍ଷ ମଧ୍ୟରେ ହିସାବ କଲେ ବର୍ଷକୁ ପାଖାପାଖି ୩୩ ହାତୀ ମରୁଥିଲେ କିନ୍ତୁ ପରବର୍ତ୍ତୀ ୧୦ ବର୍ଷ ଅର୍ଥାତ ୨୦୦୦ରୁ ୨୦୧୦ ମଧ୍ୟରେ ପାଖାପାଖି ବର୍ଷକୁ ୪୬ ହାତୀ ମରିଛନ୍ତି। ସେହିପରି ୨୦୧୦ରୁ ୨୦୨୦ ବର୍ଷରେ ପ୍ରତିବର୍ଷ ୭୭ଟି ହାତୀଙ୍କର ଜୀବନ ଯାଇଛି। ସ୍ଥଳଭାଗରେ ବିଚରଣ କରୁଥିବା ସବୁଠୁ ବଡ଼ ପ୍ରାଣୀଟିର ଏ ଯେ କି ବିକଳ ଅବସ୍ଥା ଏଥିରୁ ଅନୁମାନ କରାଯାଇପାରେ। ସେପଟେ ହାତୀଙ୍କ ଦୌରାତ୍ମରେ ବହୁ ଜନଜୀବନ ଓ ଧନସମ୍ପତ୍ତି ମଧ୍ୟ ନଷ୍ଟ ହେଉଥିବା ଜଣାଯାଇଛି।

ବର୍ଷକୁ ମରୁଛନ୍ତି ୧୦୦ ହାତୀ, ୫୦୦ ମଣିଷ
ହାତୀ ଜଙ୍ଗଲରେ ଖାଦ୍ୟ ନ ପାଇ ଚାଷକ୍ଷେତ ଆଡ଼କୁ ଚାଲିଆସୁଛି। ତେଣେ ମଣିଷ ଜଙ୍ଗଲକୁ ଅଧିକ୍‌ତ କରୁଛି। ଉଭୟଙ୍କ ମଧ୍ୟରେ ବିବାଦ ସାରା ଦେଶରେ ସାମ୍ନାକୁ ଆସିଛି। ହାତୀ-ମଣିଷ ବିବାଦରେ ବର୍ଷକୁ ଦେଶରେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଉଛି ଓ ଅନ୍ୟୁନ ୧୦୦ ହାତୀ ଟଳୁଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରେ ଏହି କଥା କୁହାଯାଇଛି। ଗତ ମେ ୨୭ ତାରିଖରେ କେରଳରେ ସପୁରି ଭିତରେ ବିସ୍ଫୋରକ ପୂରାଇ ଗର୍ଭିଣୀ ହାତୀକୁ ଖାଇବାକୁ ଦିଆଯାଇଥିଲା। ବାଣଭର୍ତ୍ତି ସପୁରି ଖାଇବା ପରେ ହାତୀର ପେଟ ଓ ମୁହଁ ଜଳିଯାଇଥିଲା। ଯନ୍ତ୍ରଣା ଲାଘବ ପାଇଁ ଆହତ ହାତୀଟି ଗୋଟିଏ ଜଳଭର୍ତ୍ତି ପୋଖରୀରେ ଦୁଇଦିନ ଠିଆ ହୋଇ ମ୍‌ତ୍ୟୁବରଣ କରିବା ଘଟଣା ସାରା ଦେଶରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। ଏବେ ଶହ ଶହ ହାତୀ ଜଙ୍ଗଲ ଭିତରେ ପୂର୍ବସ୍ଥିତି ନ ପାଇ ଜନପଦ ମୁହାଁ ହେଉଛନ୍ତି। ଗାଁ ଓ ଚାଷଜମିରେ ହାତୀପଲଙ୍କୁ ଦେଖିଲେ ଲୋକେ ହାତୀକୁ ଘଉଡ଼ାଇବା ପାଇଁ ନାନା ବ୍ୟବସ୍ଥା କରୁଛନ୍ତି। ବେଳେ ବେଳେ ହାତୀ ଚାଷକ୍ଷେତର ଫସଲ ଓ ବାସଗ୍‌ହ ସମେତ ଅନେକ ବ୍ୟକ୍ତିଙ୍କ ଜୀବନ ନେଉଛି।

ଶିକାରୀଙ୍କ ଟାର୍ଗେଟରେ ହାତୀ
କେବଳ ଯେ ଚାଷକ୍ଷେତ ମୁହାଁ ଓ ଜନପଦ ମୁହାଁ ହୋଇଥିବା ହାତୀପଲଙ୍କ ଉପରେ ଗ୍ରାମବାସୀ ନିଷ୍ଠୁର ହେଉଛନ୍ତି ତାହା ନୁହେଁ, ଅସଲରେ ହାତୀଦାନ୍ତ ମାଫିଆ, ପଶୁଅଙ୍ଗ ଚାଲାଣକାରୀ ଓ ବଣ୍ୟଜନ୍ତୁ ମାଫିଆମାନଙ୍କ ହାତରେ ବେଶୀ ହାତୀ ଶିକାର ଘଟଣା ଦେଖିବାକୁ ମିଳୁଛି। ମୁଖ୍ୟତଃ ଦାନ୍ତ ପାଇଁ ଶିକାରକୁ ରୋକାଯାଇ ପାରୁ ନ ଥିବାରୁ ଉଭୟ ଆଫ୍ରିକାନ ଓ ଏସିଆନ ହାତୀ ବିପଦ ମୁହଁରେ। ଏବେ ବିଶ୍ବରେ ଆଫ୍ରିକାନ ହାତୀଙ୍କ ସଂଖ୍ୟା ମାତ୍ର ୪୦ ହଜାର। ଆଫ୍ରିକାରେ ହାତୀ ଶିକାର ଉଦବେଗଜନକ ଅବସ୍ଥାରେ ଅଛି।

ନଷ୍ଟ ହୋଇଛି ହାତୀଙ୍କ ଘର
ଆମ ଦେଶରେ ବିକାଶମୂଳକ ପ୍ରକଳ୍ପ ଯଥା ବ୍‌ହତ ନଦୀବନ୍ଧ, ରେଳପଥର ବିସ୍ତାର, ଜାତୀୟ ଓ ରାଜ୍ୟ ରାଜପଥ ନିର୍ମାଣ ତଥା ଅନେକ ପ୍ରକଳ୍ପ ନିର୍ମାଣ ପାଇଁ ହାତୀଙ୍କ ଆବାସସ୍ଥଳ ଓ ହାତୀ ଚଲାପଥକୁ ଅବରୋଧ କରି ଦିଆଯାଇଛି। ଇତିମଧ୍ୟରେ ଆମେ ୩୦ରୁ ୪୦ ପ୍ରତିଶତ ହାତୀଙ୍କ ପ୍ରାକ୍‌ତିକ ଆବାସସ୍ଥଳ ନଷ୍ଟ କରିସାରିଲୁଣି। ଗୋଟିଏ ଜଙ୍ଗଲରୁ ଏକ ଏକ ଜଙ୍ଗଲ ମୁହାଁ ହେଉଥିବା ହାତୀ ବାଟରେ କେବେ ରେଳଗାଡ଼ି ତ କେବେ ବିଜୁଳି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛି।

ହାତୀ ମାରୁଛି ମଣିଷ
୮ ବର୍ଷର ଏକ ପରିସଂଖ୍ୟାନକୁ ହିସାବ କଲେ ଜଣଶଯାଏ ଯେ ହାତୀମାନଙ୍କ ଦ୍ବାରା କେବଳ ଆମ ରାଜ୍ୟରେ ୫୬୮ ଜଣଙ୍କ ଜୀବନ ଯାଇଛି। ଏଥିରେ ଆଉ ୩୩୬ ଜଣ ବି ଆହତ ହୋଇଥିବାର ତଥ୍ୟ ରହିଛି। ୭ ହଜାର ୮୬୦ ଜଣଙ୍କର ଘର ଭାଙ୍ଗିଯାଇଛି। ୯୭ ହଜାର ୫୮୦ ଏକର ଚାଷଜମି ଦଳଚକଟି ନଷ୍ଟ କରିଛନ୍ତି ହାତୀପଲ। ଏହାଦ୍ବାରା ୧ ଲକ୍ଷ ୯୮ ହଜାର ୧୬୬ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏସବୁ ବାବଦରେ ରାଜ୍ୟ ସରକାର ୧୩ କୋଟି ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିଲେ ହେଁ ଅସଲରେ କ୍ଷତି ଅଧିକ।

ସମାଧାନ କିଭଳି
୪୧୨୯ ବର୍ଗକିମି ପରିବ୍ୟାପ୍ତ ମହାନଦୀ, ମୟୁରଭଞ୍ଜ ଓ ସମ୍ବଲପୁର ହାତୀ ଅଭୟାରଣ୍ୟକୁ ଆଇନଗତ ମାନ୍ୟତା ଦିଆଯାଉ। ଦକ୍ଷିଣ ଓଡ଼ିଶା ହାତୀ ରିଜର୍ଭ ମାନଚିତ୍ରର ରୂପରେଖ ତୁରନ୍ତ ଚୂଡ଼ାନ୍ତ କରାଯାଉ। ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ଟି ହାତୀ ଚଲାପଥକୁ ଆଇନଗତ ସ୍ବୀକ୍‌ତି ଦିଆଯାଉ ଏବଂ ବାଧାମୁକ୍ତ କରାଯାଉ। ଆଠଗଡ଼ରୁ ଆରମ୍ଭ ହୋଇଥିବା ଗଜବନ୍ଧୁ କାର୍ଯ୍ୟକ୍ରମର ସଫଳତା ଅନ୍ୟ ଜିଲାରେ ଆହୁରି ପ୍ରଭାବୀ ଢଙ୍ଗରେ କରାଯାଉ। ହାତୀ ଚଲାପଥ ଦେଇ ଯାଇଥିବା ରେଳପଥରେ ଟ୍ରେନର ବେଗ ହ୍ରାସ ନିୟମ କଡ଼ାକଡ଼ି ପାଳନ କରାଯାଉ। ଜଙ୍ଗଲ ଭିତରେ ଥିବା ପୁରୁଣା ଜଳାଶୟ, ଖାଇ, ଝରଣା, ନାଳ ଓ ନଦୀଗୁଡ଼ିକର ସୁରକ୍ଷା ପାଇଁ ବିସ୍ତ୍‌ତ କାର୍ଯ୍ୟକ୍ରମ ଆରମ୍ଭ ହେଉ। ଦିନକୁ ୧୦୦ ଲିଟର ପାଣି ଓ ଆବଶ୍ୟକୀୟ ସୋଡିୟମ ଜଙ୍ଗଲ ଭିତରେ ହାତୀକୁ ନ ମିଳିଲେ ହାତୀ ଅବଶ୍ୟ ଗାଁ ମୁହାଁ ହେବ। ତେବେ ବିବାଦ କମ ପାଇଁ ଜଙ୍ଗଲ ସୀମାନ୍ତ ଗାଁ ଗୁଡ଼ିକରେ ସୋଲାର ଫେନ୍ସିଂର ବ୍ୟବସ୍ଥା ସାଙ୍ଗକୁ ମହୁମାଛି ଗୁଣୁଗୁଣୁ ଶବ୍ଦ ସ୍‌ଷ୍ଟିକାରୀ କ୍‌ତ୍ରିମ ସାଇରନ ବ୍ୟବସ୍ଥା କରାଯାଇପାରେ। ହାତୀ ମହୁମାଛି ଶବ୍ଦ ଓ ଲଙ୍କା ଧୁଆଁକୁ ପସନ୍ଦ କରି ନ ଥାଏ। ଏଭଳି କିଛି ଉପାୟ ଅବଲମ୍ବନ କଲେ ହାତୀ-ମଣିଷ ବିବାଦର କିଛିଟା ସମାଧାନ ହୋଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ