ୟେଲୋ ଆଉଟଫିଟରେ ଛାଇଗଲେ କରିସ୍ମା ତନ୍ନା


ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଯଦିଓ ନେପୋଟିଜମ୍ ବା ପରିବାରବାଦକୁ ନେଇ ଅନେକ ଟଣାଓଟରା ଚାଲିଛି, ତେବେ ଏମିତି କେତେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ସଂଘର୍ଷ ଓ ପରିଶ୍ରମ ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଏହି ତାଲିକାରେ ‘ଖତରୋଁ କେ ଖିଲାଡ଼ି ସିଜନ୍ ୧୦’ର ବିଜେତା କରିସ୍ମା ତନ୍ନା ରହିଛନ୍ତି।

କରିସ୍ମା ସୋସାଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥିବା ଜଣେ ସେଲିବ୍ରିଟି। ତାଙ୍କର ସମସ୍ତ ଫଟୋ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ, ଯାହାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି। ନିକଟରେ କରିସ୍ମା ୟେଲୋ ଆଉଟଫିଟରେ କେତେକ ଫଟୋ ଶେୟାର କରିଥିଲେ। ଏସବୁ ଫଟୋରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଦୁଇଟି ଅଲଗା ଅଲଗା ପୋଷ୍ଟରେ ସେ ଏହି ଫଟୋ ଶେୟାର କରିଛନ୍ତି। ଗୋଟିଏ ପୋଷ୍ଟରେ ସେ କ୍ୟାପସନ୍ ଦେଇଛନ୍ତି ଯେ ୟେଲୋ ଲଭ୍। ଅନ୍ୟ ଏକ ପୋଷ୍ଟରେ କ୍ୟାପସନ୍ ଦେଇଛନ୍ତି ପ୍ୟାର୍ ହାୱାଓଁ ମେଁ ହୋତା ହୈ।

ପଶଂସକମାନେ କରିସ୍ମାଙ୍କ ଏହି ଅନ୍ଦାଜର ପ୍ରଶଂସା କରିବାରେ ଥକୁ ନାହାନ୍ତି। ଫିଟନେସ୍ ଓ ଫ୍ୟାଶନ୍ ମାମଲାରେ ବିଗବସର ପୂର୍ବତନ ପ୍ରତିଯୋଗୀ କରିସ୍ମା ଅନେକଙ୍କୁ ଅନୁପ୍ରାଣିତ କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ କରିସ୍ମା କେକେକେ ୧୦ ଜିତି ନିଜ ଉପଲବ୍ଧିରେ ଆଉ ଏକ ଟ୍ରଫି ଯୋଡ଼ି ଦେଇଛନ୍ତି। ଏହା ଜିତିବା ପରେ ସେ ଖୁବଶୀଘ୍ର କୌଣସି ବଲିଉଡ୍ ସିନେମାରେ ନଜର ଆସିପାରନ୍ତି ବୋଲି ଅନୁମାନ କରାଯାଉଛି। କରିସ୍ମା ଗ୍ରାଣ୍ଡ ମସ୍ତି ଓ ଶୁ ଭଳି ସିନେମାରେ ମଧ୍ୟ ନଜର ଆସିଛନ୍ତି। ଏହାବ୍ୟତୀତ ନାଗିନ୍, କୟାମତ କୀ ରାତ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ