ବିନାଖର୍ଚ୍ଚରେ ସବୁଠୁ ବଢ଼ିଆ ମୋବାଇଲ ଗେମ: ଲକଡାଉନ ବେଳର ବୋରିଂକୁ କରିଛି ଦୂର


ଅଧିକାଂଶ ଲୋକ ମୋବାଇଲ ଜରିଆରେ ଗେମ ଖେଳିବାର ଅୟମାରମ୍ଭ ଆଜିଠୁ ଦଶବର୍ଷ ତଳେ କରିଛନ୍ତି। ସେ ସମୟରେ ନୋକିଆ ଫୋନରେ ‘ସ୍ନେକ’ ଭଳି ସାଧାରଣ ଖେଳ ବହୁତ ଲୋକପ୍ରିୟ ଥିଲା। କିନ୍ତୁ ଏବେ ମୋବାଇଲରେ ଖେଳିବାର ଯାତ୍ରା ଯଥେଷ୍ଟ ମାତ୍ରାରେ ଲମ୍ବା ହୋଇଛି। ସ୍ମାର୍ଟଫୋନରେ ଗେମ ଆଦି ଉନ୍ନତ ଡିଜାଇନିଂ ସହିତ ଆସୁଛି। ଗେମ ଗୁଡ଼ିକ ଉପରେ ରୁଚି ରଖୁଥିବା ବର୍ଗଙ୍କ କହିବା କଥା ଆଇଓଏସରେ ଚାଲୁଥିବା ଗେମ ବହୁତ ଆମୋଦଦାୟକ। କିନ୍ତୁ ଆଣ୍ଡ୍ରଏଡରେ ଆସୁଥିବା ଗେମଗୁଡ଼ିକ ମଧ୍ୟ ଉଚ୍ଚକୋଟୀର। ଆଣ୍ଡଏଡରେ ଗେମିଂର ସବୁଠୁ ବଡ଼ ଲାଭ ହେଲା ଏହାର ମୂଲ୍ୟ। ଯାହାକି ମନୋରଞ୍ଜନ ତୁଳନାରେ କିଛି ନୁହେଁ।

ଆଣ୍ଡ୍ରଏଡ ପ୍ଲାଟଫର୍ମରେ ଉପଲବ୍ଧ ଅଧିକାଂଶ ଗେମ ଡାଉନଲୋଡ଼ କରିବା ଏବଂ ଖେଳିବା ପାଇଁ ମାଗଣାରେ ମିଳିଯାଏ। ଏଥିପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼େନି। ଏହାବ୍ୟତୀତ ଏଭଳି କିଛି ଗେମ ରହିଛି ଯାହା ପାଇଁ ମୂଲ୍ୟ ଦେବାକୁ ହୁଏ। ଡାଉନଲୋଡ଼ ପୂର୍ବରୁ ଟଙ୍କା ନ ଦେଲେ ଖୋଲେନି। ଏଭଳି ମାଗଣା ଉପଲବ୍ଧ କେତେକ ମନୋରଞ୍ଜନଧର୍ମୀ ଗେମ ଗୁଡ଼ିକ ବାବଦରେ ନିମ୍ନରେ ଚର୍ଚ୍ଚା କରାଗଲା। ଏସବୁ ଗେମ ବିନାମୂଲ୍ୟରେ ଚମତ୍କାର ଅନୁଭବ ଦେଇଥାଏ।

ସ୍ମାଶି ସିଟି
ବିନାମୂଲ୍ୟରେ ମିଳୁଥିବା ଏହି ଗେମରେ କନସେପ୍ଟ ଆର୍କେଡ କ୍ଲାସିକ ରାମ୍ପେଜ ଭଳି। ଏଥିରେ ଆପଣ ଏକ ସହରକୁ ଆସିଛନ୍ତି। ଆପଣଙ୍କ ଉଦ୍ଦେଶ୍ୟ ସହରରେ ବିନାଶଲୀଳା ଘଟାଇବା। ଆପଣ କୋଠା, ରାସ୍ତା,ଯାନବାହନ ଯାହା ଦେଖୁଛନ୍ତି, ନଷ୍ଟ କରୁଛନ୍ତି। ଆପଣଙ୍କ କବଳରୁ ରକ୍ଷା କରିବା ପାଇଁ ସହରର ସୁରକ୍ଷା ବଢ଼ାଯାଇଛି। ସେନା ଓ ବିମାନ ନିୟୋଜିତ କରାଯାଇଛି। ଆପଣ ଯେତିକି ଅଧିକ ନଷ୍ଟ କରିବେ, ସେହି ପରିମାଣର ଅର୍ଥ ଆପଣଙ୍କୁ ମିଳିଯାଉଥିବ। ନିଜକୁ ସୁରକ୍ଷା ଦେଇ ଅଧିକରୁ ଅଧିକ କ୍ଷତି ଓ ପ୍ରତିବଦଳରେ ଆୟପ୍ରାପ୍ତି ଭଳି ଏହି ଖେଳ ଆପଣଙ୍କୁ କେଇଘଣ୍ଟା ପାଇଁ ରୋମାଞ୍ଚକର ଅନୁଭବ ଦେବ।

ଗଲ୍‌ଫ ଆଇଲାଣ୍ଡ
ବହୁତ ସଂଖ୍ୟକ ଲୋକଙ୍କୁ ଗଲଫ ଏକ ବୋରିଂ ଖେଳି ଭଳି ମନେହୁଏ। କିନ୍ତୁ ଆପଣ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏହାର ନାଟକୀୟ ଭାଗ ଦେଖିଲେ ଭିନ୍ନ ଅନୁଭବ ମିଳିଥାଏ। ଗେମସରେ ମଲଟିପଲ କୋର୍ସ ଅଛି। ଟ୍ରପିକାଲ ଆଇଲାଣ୍ଡ, ଆଉଟର ସ୍ପେସ, ଆଇସକ୍ରିମ କଲଟ ଆଦି ସାମିଲ। ଏହା ଏକ ସାଧାରଣ ଗେମ ଏବଂ ଏହାକୁ ଖେଳିବା ଆପଣଙ୍କ ଅଭ୍ୟାସରେ ପରିଣତ ହୋଇପାରେ। ପବନ, ଭୂମି ଉପରର ସ୍ଥିତି ଏବଂ ଗ୍ରାଭିଟିର ବ୍ୟବହାର କରି ଗାତରେ ବଲଟିକୁ ପକାଇବାର କୌଶଳକୁ ନେଇ ଏହି ଖେଳ ଖେଳାଯାଇଥାଏ।

ସ୍ବି ସଫାରୀ-୨
ଏଥିରେ ପର୍ବତ ଉପରେ ଫସିଥିବା ଜଣକୁ ଉଦ୍ଧାର କରିବା ପାଇଁ ଆପଣଙ୍କୁ ରାସ୍ତା ଖୋଜିବାକୁ ହେବ। ରାସ୍ତାରେ ଆପଣଙ୍କୁ ମୁଦ୍ରା ଏବଂ ପଏଣ୍ଟ ଯୋଗାଡ଼ କରିବାକୁ ପଡ଼ିବ। ବିଭିନ୍ନ ପର୍ବତରେ ଦୌଡ଼ୁଥିବା ପେଙ୍ଗୁଇନ, ଚିଲ ଏବଂ ଅନ୍ୟାନ୍ୟ ପକ୍ଷୀ ଉପରେ ଆରୋହଣ କରିବାର ସୁଯୋଗ ମଧ୍ୟ ମିଳିବ। ଗେମର ପୂରା ପ୍ରକ୍ରିୟା ବେଶ ମଜାଦାର। ଏହି ଗେମରେ ଆପଣ ଉପାର୍ଜନ କରିଥିବା କଏନ ଏବଂ ପଏଣ୍ଟ ଆଧାରରେ ଆପଣ ଗେମର ଉନ୍ନତିକରଣ, ସ୍ତର ବେଗ ଏବଂ କଷ୍ଟ୍ୟୁମ ବଢ଼ାଇପାରିବେ।

ଟ୍ରାଏଲସ ଫ୍ରଣ୍ଟିଅର
ଏହି ଗେମ ମୋଟରସାଇକେଲ ଟ୍ରାଏଲ ଉପରେ ଆଧାରିତ। ଏହା ଉପରେ ଆରୋହଣ କରି ଆଗକୁ ଯାଉଥିବା ବେଳେ ଆସୁଥିବା ବିଭିନ୍ନ ପ୍ରକାର ବାଧାକୁ ଅତିକ୍ରମ କରି ଆଗମୁ ଯିବା ଏହି ଖେଳର ପ୍ରମୁଖ ପ୍ରକ୍ରିୟା। ଏକ ସାଧାରଣ କଣ୍ଟ୍ରୋଲ ସିଷ୍ଟମ ସହିତ ମୋଟରସାଇକେଲକୁ ଏପଟସେପଟ କରାଇବା, ସନ୍ତୁଳନ ଠିକ ରଖିବା ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାହାକୁ ଧକ୍କା ନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହୋଇଥାଏ।

ହଙ୍ଗ୍ରି ସାର୍କ ୱାର୍ଲ୍ଡ
ଏହି ଗେମରେ ଆପଣଙ୍କୁ ଏକ ସାର୍କକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଆପଣଙ୍କୁ ସମୁଦ୍ର ଭିତରେ ବଞ୍ଚିରହିବାକୁ ହେବ। ଦି ପାସିଫିକ, ଦ ଆର୍କଟିକ ଏବଂ ଆରବ ସାଗର ମଧ୍ୟରୁ ଗୋଟିଏକୁ ବାଛି ଆପଣ ଖେଳ ଆରମ୍ଭ କରିବେ। ଖେଳରେ ଆପଣ ହେଉଛନ୍ତି ଗୋଟିଏ ଭୋକିଲା ସାର୍କ। ଆପଣଙ୍କ ନିକଟକୁ ଅନେକ ବାଧା ଆସିବ। ହାର୍ଫୁନ, ନାଇଟ ଡାଇଟର, ଅସ୍ତ୍ରଧାରୀ ଜଳ ଜାହାଜ ଗୁଡ଼ିକ ଆପଣଙ୍କ ଆଡ଼କୁ ମାଡ଼ିଆସିବେ। ଆପଣଙ୍କ କାମ ହେଲା ଆପଣ ନିଜକୁ ବଞ୍ଚାଇ ଖାଦ୍ୟ ଖାଇଚାଲିବା ଏବଂ ସ୍ବର୍ଣ୍ଣ ରୋଜଗାର କରିବା।

ରିଅଲ ରେସିଂ-୩
ଖେଳର ଆରମ୍ଭରୁ ଆପଣ ରେସିଂ କ୍ୟାରିଅର ଆରମ୍ଭ କରିବେ। ଖେଳର ବିଭିନ୍ନ ସ୍ତରରେ ଆପଣଙ୍କୁ ବିଶ୍ବର ସବୁଠୁ ବଡ଼ ବଡ଼ କାର ଚଳାଇବାର ସୁଯୋଗ ଦିଆଯିବ। ଡିଭାଇସର ଆକ୍ସେଲରେଟର ବ୍ୟବହାର କରି ଆପଣ ଖେଳକୁ ନିୟନ୍ତ୍ରଣ କରିପାରିବେ।

ଏ ଗେମ ଲକଡାଉନରେ ଦେଇନାହିଁ ନିଃସଙ୍ଗର ଅନୁଭବ
ଲକଡାଉନ ସମୟରେ ଯଦି ଆପଣ ସିନେମା କିମ୍ବା ଅନଲାଇନ ଭିଡିଓ ଦେଖି କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଆପଣ ଅନଲାଇନରେ ଗେମିଂ ପ୍ରୟାସ କରିପାରନ୍ତି। ମୋବାଇଲରେ ଅନେକ ଗେମ ରହିଛି, ଯାହା ଆମର ନିଃସଙ୍ଗତାକୁ ଦୂର କରିବାରେ ସକ୍ଷମ।

ସବୁଠୁ ଶୀର୍ଷରେ ପବଜି
ପବଜୀ ଗେମ ଅତ୍ୟନ୍ତ ଲୋକପ୍ରିୟ। ଏହି ଖେଳରେ ଆପଣ ରଣାଙ୍ଗନରେ ନିଜକୁ ବଞ୍ଚାଇ ଅତ୍ୟନ୍ତ ଦ୍ରୁତଗତିରେ ଶତ୍ରୁଙ୍କୁ ନିପାତ କରିବାକୁ ହେବ। ଏଥିରେ ଆପଣଙ୍କୁ କେତେକ ଗେମିଙ୍ଗ ମୋଡ ଏବଂ ଚାଟିଙ୍ଗର ବିକଳ୍ପ ମଧ୍ୟ ମିଳିବ।

କ୍ୟାରମପୁଲ
ଯଦି ଆପଣଙ୍କୁ କ୍ୟାରମ ଗେମ ପସନ୍ଦ, ତେବେ ଏହା ଆପଣଙ୍କ ପ୍ରଥମ ପସନ୍ଦ ହୋଇଯାଇ ପାରେ। ନିଜ ବନ୍ଧୁ ଓ ପରିବାର ସହିତ ଆପଣ ଏହାକୁ ଖେଳିପାରିବେ। ଅଫଲାଇନ ମୋଡରେ ବି ଖେଳିପାରିବେ। ଏଥିପାଇଁ ଇଣ୍ଟରନେଟର ଆବଶ୍ୟକତା ନାହିଁ।

ଲୁଡୁ କିଙ୍ଗ
ଲୁଡୁ କିଙ୍ଗ ଲୋକପ୍ରିୟ ଖେଳମାନଙ୍କୁ ମଧ୍ୟରୁ ଅନ୍ୟତମ। ଏକାଧିକ ଖେଳାଳିଙ୍କୁ ନେଇ ଖେଳାଯାଇ ପାରିବ। ଏହା ଆପଣଙ୍କ ପିଲାଦିନର ସ୍ମ୍‌ତିକୁ ତାଜା କରିଥାଏ। ଗୁଗଲ ପ୍ଲେଷ୍ଟୋରରୁ ଏହାକୁ ଡାଉନଲୋଡ଼ କରି ଖେଳାଯାଏ। ଏଥିସହିତ ଆପଣ ଏକା କିମ୍ବା ସାଙ୍ଗସାଥୀ ସହିତ ବଲପୁଲ ଗେମ ମଧ୍ୟ ଗୁଗଲ ପ୍ଲେଷ୍ଟୋରରୁ ଡାଉନଲୋଡ଼ କରି ଖେଳିପାରିବେ।

ଘର ହେଉ ବା ବାହାର, ସବୁ ପ୍ରକାର ଖେଳ ମାନସିକ ଓ ଶାରୀରିକ ଆବଶ୍ୟକତାକୁ ପୂରଣ କରିଥାଏ। କିନ୍ତୁ ଏହା ଯେଭଳି ଆମର ନିଶା ହୋଇ ନ ଯାଏ। ସେ ଦିଗ ପ୍ରତି ଦ୍‌ଷ୍ଟି ଦେବାକୁ ମଧ୍ୟ ହେବ। ଘଣ୍ଟା ଘଣ୍ଟା ଧରି ମୋବାଇଲ ପରଦା ସାମ୍ନାରେ ବସି ଗେମିଂରେ ମନଯୋଗ କରିବା ମାନସିକ ସାମର୍ଥ୍ୟକୁ ହ୍ରାସ କରିଥାଏ। ତେଣୁ ମୋବାଇଲ ଗେମ କିଛି ସମୟ ପାଇଁ ଖେଳାଯିବା ଉଚିତ। ସବୁ ସମୟରେ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ