ରାମ ମନ୍ଦିର ବ୍ୟତୀତ ଅଯୋଧ୍ୟାରେ ରହିଛି ଏସବୁ ଭବ୍ୟ ମନ୍ଦିର


ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କରିବା ସହିତ ରୁପା ଇଟା ଓ ରୁପା ଫାଉଡ଼ାରେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ନିର୍ମାଣର ଆଧାରଶିଳା ରଖିଛନ୍ତି। ତେବେ ଅଯୋଧ୍ୟାରେ ରାମ ଜନ୍ମଭୂମି ବ୍ୟତୀତ ଏଭଳି ଅନେକ ମନ୍ଦିର ରହିଛି, ଯାହା ଖୁବ୍ ଲୋକପ୍ରିୟ ଚାଲନ୍ତୁ ଜାଣିବା ଏହି ମନ୍ଦିର ସବୁ ସମ୍ପର୍କରେ।
   
ନାଗେଶ୍ୱରନାଥ ମନ୍ଦିର
ଅଯୋଧ୍ୟାରେ ରାମ ମନ୍ଦିର ବ୍ୟତୀତ ଭଗବାନ ଶିବଙ୍କ ମଧ୍ୟ ଏକ ଭବ୍ୟ ମନ୍ଦିର ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମନ୍ଦିରର ନିର୍ମାଣ ଭଗବାନ ରାମଙ୍କ ପୁଅ କୁଶ କରିଥିଲେ। କିମ୍ବଦନ୍ତୀ ଅନୁସାରେ କୁଶ ସରଯୁ ନଦୀରେ ଗାଧୋଇବାବେଳେ ତାଙ୍କ ବାହୁବନ୍ଦ ହଜି ଯାଇଥିଲା। ଏହା ଏକ ନାଗକନ୍ୟାଙ୍କୁ ମିଳିଥଲା, ଯିଏ କୁଶଙ୍କୁ ପ୍ରେମ କରି ବସିଲେ। କୁଶ ନାଗକନ୍ୟାଙ୍କ ପାଇଁ ଏହି ନାଗେଶ୍ୱରନାଥ ମନ୍ଦିର ନିର୍ମାଣ କରିଥିଲେ।

ହନୁମାନଗଢ଼ି
ରାମନଗରୀ ଅଯୋଧ୍ୟାରେ ହନୁମାନଗଢ଼ି ନାମକ ହନୁମାନଜୀଙ୍କ ଏକ ସୁନ୍ଦର ମନ୍ଦିର ରହିଛି। ଏହି ମନ୍ଦିରର ନିର୍ମାଣ ୧୦ମ ଶତାବ୍ଦୀରେ ହୋଇଥିଲା କୁହାଯାଏ। ଅଯୋଧ୍ୟାରେ ରାମ ମନ୍ଦିର ଯିବା ପୂର୍ବରୁ ହନୁମାନଗଢ଼ିରେ ହନୁମାନଜୀଙ୍କ ଦର୍ଶନ କରିବା ଉଚିତ। କାରଣ ହନୁମାନଜୀଙ୍କ ଆଜ୍ଞା ବିନା ରାମଙ୍କ ଦର୍ଶନ କରାଯାଇ ନ ଥାଏ ବୋଲି କୁହାଯାଏ ।

ମଣି ପର୍ବତ
ଅଯୋଧ୍ୟାରେ ଅବସ୍ଥିତ ମଣିପର୍ବତର ମଧ୍ୟ ଧାର୍ମିକ ଓ ପୌରାଣିକ ମହତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ହନୁମାନଜୀ ଯେତେବେଳେ ସିବନୀ ବୁଟି ନେଇ ଆସୁଥିଲେ, ତାହାର ଏକ ଅଂଶ ଅଯୋଧ୍ୟାରେ ପଡ଼ି ଯାଇଥିଲା। ସେହି ଅଂଶ ମଣିପର୍ବତ ନାମରେ ଜଣାଶୁଣା ଏହି ପର୍ବତର ଉଚ୍ଚତା ୬୫ ଫୁଟ୍ ଏହାର ଶୃଙ୍ଗରୁ ପୂରା ସହରର ଦୃଶ୍ୟ ଦେଖିପାରିବେ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ