ଜାଣନ୍ତୁ ଝିଅଙ୍କ ଜୀବନରେ କିଏ ଭାଇ ନ ହୋଇ ବି ଭାଇର କର୍ତ୍ତବ୍ୟ ତୁଲାନ୍ତି


ଋକ୍ଷାବନ୍ଧନରେ ପ୍ରତ୍ୟେକ ଭାଇ ଭଉଣୀ ହାତରୁ ରାକ୍ଷୀ ବନ୍ଧାଇ ଭଉଣୀର ସୁରକ୍ଷା ଓ ଖୁସିର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ଯଦି ଧ୍ୟାନର ସହ ନଜର ଦେବେ, ତେବେ ଜଣେ ଝିଅ ଜୀବନରେ ଏମିତି ଦୁଇ ଜଣ ପୁରୁଷ ଅଛନ୍ତି, ଯିଏ ଭାଇ ନ ହୋଇ ମଧ୍ୟ ଭାଇର କର୍ତ୍ତବ୍ୟ କରିଥାନ୍ତି। ଚାଲନ୍ତୁ ଜାଣିବା କିଏ ସେମାନେ।

ପୁରୁଷ ବନ୍ଧୁ
ସ୍କୁଲ, କଲେଜ କିମ୍ବା କାର୍ଯ୍ୟସ୍ଥଳୀର ଅଧିକାଂଶ ଫ୍ରେଣ୍ଡ ଗ୍ରୁପରେ ଝିଅ ଓ ପୁଅ ସାମିଲ୍ ରହିଥାନ୍ତି। ଗ୍ରୁପରେ କିଛି ଯୁବକ ଯୁବତୀ ବହୁତ ନିକଟତର ସାଙ୍ଗ ହୋଇଥାନ୍ତି। ଏପରିସ୍ଥଳେ ପୁରୁଷ ବନ୍ଧୁ ନିଜ ମହିଳା ବନ୍ଧୁଙ୍କୁ ନେଇ ପ୍ରୋଟେକ୍ଟିଭ୍ ହୋଇଯାଆନ୍ତି। ସେ ଭାଇ ଭଳି ନିଜ ମହିଳା ବନ୍ଧୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତି। କୌଣସି ବନ୍ଧୁ ତାଙ୍କୁ ହଇରାଣ କଲେ କିମ୍ବା ଦୁଃଖ ଦେଲେ, ସେମାନଙ୍କୁ ସେଥିରୁ ବାହାର କରିବାକୁ ପଛକୁ ହଟନ୍ତି ନାହିଁ। ଯଦି ମହିଳା ବନ୍ଧୁଙ୍କ କୌଣସି ବୟଫ୍ରେଣ୍ଡ ହୁଅନ୍ତି, ତେବେ ଭାଇ ଭଳି ତାଙ୍କ ସମ୍ପର୍କରେ ପୂରା ସୂଚନା ସଂଗ୍ରହ କରିଥାନ୍ତି। ଯାହାଫଳରେ ତାଙ୍କ ବନ୍ଧୁଙ୍କୁ ଆଘାତ ନ ପହଞ୍ଚିବ।

ବାପା
ଭାଇ କାହିଁକି ସ୍ବତନ୍ତ୍ର ହୋଇଥାନ୍ତି? କାରଣ ସେ ଜଣେ ବନ୍ଧୁ ହୋଇଥାନ୍ତି, ଯାହାଙ୍କ ସହିତ ଆମର ରକ୍ତ ସମ୍ପର୍କ ରହିଛି। ସେ ସବୁବେଳେ ଆମକୁ ସବୁ ଅସୁବିଧାରୁ ରକ୍ଷା କରିବା ସହିତ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି। ସେ ଭଉଣୀକୁ ନେଇ ପ୍ରୋଟେକ୍ଟିଭ୍ ହୋଇଥାନ୍ତି। ଭଉଣୀଙ୍କ ପାଇଁ କିଛି ସ୍ବତନ୍ତ୍ର କରିବାକୁ ଚେଷ୍ଟା କରନ୍ତି। ଏହି ବିଶେଷତ୍ବ ବାପାଙ୍କ ଠାରେ ମଧ୍ୟ ରହିଛି। ପିଲାଦିନୁ ଗେହ୍ଲାରେ ବଢ଼ାଇଥିବା ବାପା ବଡ଼ ହେବା ପରେ ଆମ ପାଇଁ ବନ୍ଧୁ ଓ ଭାଇ ଭଳି ହୋଇଯାଆନ୍ତି। ଯେଉଁ କାମ ଭାଇର ଦାୟିତ୍ବ ବୋଲି କୁହାଯାଏ, ବାପା ନିଜ ଝିଅ ପାଇଁ କରିଥାନ୍ତି। ଏହି କାରଣରୁ କେତେକ ପରିବାରରେ ଝିଅମାନେ ରକ୍ଷାବନ୍ଧନରେ ନିଜ ବାପାଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ