ଲଦାଖ ପାଇଁ ଭାରତର ଦୀର୍ଘସୂତ୍ରୀ ଯୋଜନା: ବିଦେଶରୁ ଆସିବ ଉଷ୍ମ ପୋଷାକ ଓ ଟେଣ୍ଟ


ନୂଆଦିଲ୍ଲୀ: ଲଦାଖରେ ଚୀନ ସେନାର ଅବିଶ୍ବସନୀୟ କାର୍ଯ୍ୟ ପରେ ଭାରତ ସରକାର ଚେତିଛନ୍ତି। ଆଉ କୌଣସି ପରିସ୍ଥିତିରେ ଚୀନକୁ ବିଶ୍ବାସକୁ ନ ନେଇ ଲଦାଖ ଓ ସିଆଚେନର ସମଗ୍ର ଅଞ୍ଚଳରେ ବର୍ଷ ତମାମ ଡେରା ପକାଇ ଜଗିବା ବ୍ୟବସ୍ଥା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ,ସବୁ ଅଞ୍ଚଳରେ ବର୍ଷ ତମାମ ତୁଷାରପାତ  ସହ ପ୍ରତିକୂଳ ପାଗ ଲାଗି ରହୁଥିବାରୁ ଏଠାରେ ଯବାନଙ୍କୁ ଡ୍ୟୁଟି କରିବା ପାଇଁ ବିଦେଶରେ ପ୍ରସ୍ତୁତ ହେଉଥିବା ଉଷ୍ମ ପୋଷାକ ଆମଦାନି କରି ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଏପରିକି ତୁଷାରପାତ ହେଉଥିବା ଅଞ୍ଚଳରେ କିପରି ଭାବେ ଉନ୍ନତମାନର ଟେଣ୍ଟ କରିହେବ, ଏନେଇ ଜ୍ଞାନକୌଶଳ ସହ ସାମଗ୍ରୀ ଆଣିବା ପାଇଁ ମଧ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆମେରିକା, ରୁଷିଆ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ଏନେଇ ସାମଗ୍ରୀ ଆଣିବା ପାଇଁ ବୈଦେଶିକ ମନ୍ତ୍ରାଳୟ ଜରିଆରେ କାର୍ଯ୍ୟ ଆରମ୍ଭ ହୋଇଛି।

୧୯୮୪ରେ ସିଆଚେନରେ ଅପରେସନ ମେଘଦୂତ ପରେ ଭାରତ ସିଆଚେନ୍ ଅଞ୍ଚଳରେ ଆବଶ୍ୟକ କରୁଥିବା ଉଷ୍ମ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଲୋକାଲ ପ୍ରଡକ୍ଟ ଉପରେ ନିର୍ଭର କରି ଆସୁଥିଲା। ମାତ୍ର ବର୍ତ୍ତମାନ ଆମ ଯବାନଙ୍କୁ ଏଲଏସିର ପୂରା ୧୫୯୭ କିମିରେ ପ୍ରହରା ଦେବାର ଆବଶ୍ୟକତା ଦେଖା ଦେଇଥିବାରୁ ବିଦେଶରୁ ଯବାନଙ୍କ ପାଇଁ ଉଷ୍ମ ପୋଷାକ ଓ ସେମାନଙ୍କ ରହିବା ପାଇଁ ଉନ୍ନତମାନର ଟେଣ୍ଟ ଆଣିବା ଜରୁରୀ ହୋଇପଡ଼ିଛି। ଯଦିଓ ଚୀନ ସେନା ଏଲଏସିରୁ ପଛକୁ ଫେରିଛନ୍ତି, ତଥାପି ପୁଣି ଗଲୱାନ ପରିସ୍ଥିତି ଯେ ନ ଉପୁଜିବ ଏହା କୁହାଯାଇ ନ ପାରେ। ତେଣୁ ଏହାକୁ ଆଖିରେ ରଖି ଭାରତ ସରକାର ସବୁ ପ୍ରକାର ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ