ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ ନେଇ ଟ୍ରମ୍ପଙ୍କ ଆଶଙ୍କା


ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆସନ୍ତା ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବା ନେଇ ସାମ୍ବିଧାନିକ ବାଧ୍ୟବାଧକତା ରହିଛି। ଆମେରିକାରେ ପ୍ରଚଳିତ ଥିବା ମେଲ୍-ଇନ ଭୋଟିଂ ଫ୍ରଡ ହେବା ଆଶଙ୍କା ଥିବାରୁ ନିର୍ବାଚନ ବିଳମ୍ବ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମାତ୍ର ଆମେରିକାର ସାମ୍ବିଧାନିକ ପରମ୍ପରା ଅନୁସାରେ ୨୦୨୧ ଜାନୁଆରୀ ୨୦ ପ୍ରେସିଡେନସିଆଲ ଇନାଗୁରେସନ କୌଣସି ପରିସ୍ଥିତିରେ ବି ବିଳମ୍ବ ହୋଇପାରିବ ନାହିଁ। ଦେଶର ସ୍ଥିତି ଯାହା ଥାଉନା  କାହିଁକି ନିର୍ବାଚନ ବିଳମ୍ବ ହେବାକୁ ଆମେରିକାବାସୀ କେବେ ବି ଗ୍ରହଣ କରିବାର ନଜିର ନାହିଁ।

ଏହିପରି ସ୍ଥିତିରେ ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଯେ ୟୁନିଭର୍ସାଲ ମେଲ୍ ଇନ ଭୋଟିଂ ହେବା ଦରକାର। ଏହାକୁ ଆଳ କରି କେହି ଆବସେଣ୍ଟି ଭୋଟ ଦେବା ଭଲ ହେବ ନାହିଁ। ମାତ୍ର ଚଳିତ ବର୍ଷ ନିର୍ବାଚନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇତିହାସରେ ସବୁଠାରୁ ବଡ଼ ଜାଲିଆତିକୁ ସାମ୍ନା କରିବା ସମ୍ଭାବନା ରହିଛି ବୋଲି ଟ୍ରମ୍ପ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ସଠିକ ଓ ନିରାପଦ ମତଦାନ ନେଇ ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ ହେଲେ ଅସୁବିଧା କ’ଣ ବୋଲି ସେ ଟ୍ବିଟ ଜରିଆରେ ପ୍ରଶ୍ନ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ