ସମୟସୀମା ପୂର୍ବରୁ ପ୍ରିୟଙ୍କା ଛାଡ଼ିଲେ ସରକାରୀ ବଙ୍ଗଳା


କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଧାର୍ଯ୍ୟ ସମୟସୀମା ପୂରଣ ହେବା ଆଗରୁ ଗୁରୁବାର ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଖାଲି କରିଦେଇଛନ୍ତି। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀସ୍ଥିତ  ଲୋଧୀ ଇଷ୍ଟେଟ ବଙ୍ଗଳାରେ ରହୁଥିଲେ। ଜୁଲାଇ ୧ରେ କେନ୍ଦ୍ର ସରକାର ତାଙ୍କୁ ଅଗଷ୍ଟ ୧ ସୁଦ୍ଧା ଘର ଖାଲି କରିବାକୁ ନୋଟିସ ଦେଇଥିଲେ। ତେବେ ଗୁରୁବାର ପ୍ରିୟଙ୍କା ଗାନ୍ଧି ନିଜର ସରକାରୀ ବାସଭବନ ଖାଲି କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧ ତାରିଖରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରିୟଙ୍କାକୁ ଅଗଷ୍ଟ ୧ ମଧ୍ୟରେ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। ୧୯୯୭ରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହି ଆସୁଥିଲେ। ହେଲେ ପ୍ରିୟଙ୍କାଙ୍କଠାରୁ କେନ୍ଦ୍ର ସରକାର ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେବାରୁ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦେଶ ମିଳିଥିଲା। ୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି। ନିୟମ ଅନୁସାରେ ଦେଶରେ ଯେଉଁମାନଙ୍କୁ ଏସପିଜି ସୁରକ୍ଷା ମିଳିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିବ।

ପ୍ରିୟଙ୍କାଙ୍କର ଏକ ଘନିଷ୍ଠ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ପ୍ରିୟଙ୍କା ତାଙ୍କ ଗୁରୁଗ୍ରାମ୍‌ ପେଣ୍ଟ୍‌ହ‌ାଉସ୍‌ରେ କିଛି ଦିନ ରହିବେ। ଏହାପରେ ସେ ପୁଣି ଦିଲ୍ଲୀକୁ ସ୍ଥାନାନ୍ତର ହେବେ। କିନ୍ତୁ ତାଙ୍କ ସାମଗ୍ରୀ ୧୦ ଜନପଥରେ ସୋନିଆଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରେ ଭଡ଼ା ନିଆଯାଇଥିବା ଘରର ମରାମତି ଚାଲିଛି ଏବଂ ଏହାର କାର୍ଯ୍ୟ ସରିଲେ ସୋନିଆଙ୍କ ବାସଭବନରୁ ପ୍ରିୟଙ୍କାଙ୍କ ସାମଗ୍ରୀ ଅଣାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ