ସୁଶାନ୍ତ ମିଷ୍ଟ୍ରିରେ ସସପେନ୍ସ ବଢ଼ାଇଲେ ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ବାମୀ


ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ସସପେନ୍ସ ଲାଗି ରହିଥିଲେ ବେଳେ ବରିଷ୍ଠ ବିଜେପି ନେତା ତଥା ଜଣାଶୁଣା ଆଇନଜୀବୀ ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି ଏହାକ ଏକ ସୁପରିକଳ୍ପିତ ହତ୍ୟା ବୋଲି ଆଶଙ୍କା ବ୍ୟକ୍ତ କରିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ନିଜର ବଳିଷ୍ଠ ଯୁକ୍ତି ପାଇଁ ଜଣାଶୁଣା ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି କହିଛନ୍ତି ଯେ ସେ ଭାବୁଛନ୍ତି ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି। ସେ କାହିଁକି ଏପରି ଭାବୁଛନ୍ତି ତାହାର ଏକ ଯୁକ୍ତିଯୁକ୍ତ ତଥ୍ୟ ମଧ୍ୟ ଟ୍ବିଟରରେ ଆଟାଚ କରିଛନ୍ତି। ସେ ଦର୍ଶାଇଥିବା ୨୬ଟି ପଏଣ୍ଟରୁ କେବଳ ୨ଟି କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଦର୍ଶାଇଥିଲା ବେଳେ ୨୪ଟି ପଏଣ୍ଟରେ ତାଙ୍କୁ ହତ୍ୟା କରାଯିବା ଆଶଙ୍କା କରି ସେ ପୋଷ୍ଟ କରିଛନ୍ତି।

ସୁଶାନ୍ତ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସେ ଦର୍ଶାଇଥିବା ୨ ପଏଣ୍ଟରେ କହିଛନ୍ତି ଯେ ତାଙ୍କ ରୁମରୁ ଡିପ୍ରେସନ ଟାବଲେଟ ମିଳିବା ଓ ସୁଶାନ୍ତ ସୋସାଲ ମିଡିଆ ଛାଡ଼ିବା। ଏହାବାଦ  ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସେ ଦର୍ଶାଇଥିବା ୨୪ଟି ଯୁକ୍ତି ମଧ୍ୟରୁ କେତୋଟିରେ ସେ ବଳିଷ୍ଠ ଯୁକ୍ତି ଦର୍ଶାଇଛନ୍ତି। ଆତ୍ମହତ୍ୟା ପରେ ଜଣେ ବ୍ୟକ୍ତିର ଆଖି ଯେପରି ରହିବା କଥା ସେପରି ନ ଥିଲା, ପାଟିରୁ ବି କିଛି ବାହାରି ନ ଥିଲା। ଏଥିସହ  ସୁଶାନ୍ତ ବାରମ୍ବାର ସିମ କାର୍ଡ ବଦଳାଇବା, ମୃତ୍ୟୁଦିନ ଅର୍ଥାତ ଜୁନ ୧୪ ତାରିଖ ସକାଳେ ଭିଡିଓ ଗେମ ଖେଳିବା ହତ୍ୟାର ଦିଗକୁ ଦର୍ଶାଉଛି ବୋଲି ସୁବ୍ରମଣ୍ୟମ ସ୍ବାମୀ ଯୁକ୍ତି ବାଢ଼ିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ