ଜୀଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ: ଜଣେ ମୃତ, ୪ ଗୁରୁତର


କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ ଗିରଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ପରିବାରର ସମସ୍ତଙ୍କୁ ଜିଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ କରିଛନ୍ତି। ଘରର ବାହାରପଟୁ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି। ତେବେ ଅଗ୍ନିକାଣ୍ଡରେ ଜଣକର ମୃତ୍ୟୁ ହୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ମାସକର ଶିଶୁ ଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିଲେ। ପରିବାର ମୁଖ୍ୟ ଟୁକୁନା (୫୦), ସ୍ତ୍ରୀ ଗୀତାଞ୍ଜଳି (୪୮), ପୁଅ ଲିପୁ (୩୦) ଓ ବୋହୁ ରିଙ୍କି (୨୪) ଏବଂ ମାସକର ନାତି ଶୋଇଥିଲେ। ଘରର ସମସ୍ତ ସଦସ୍ୟ ଶୋଇଥିବା ବଳେ ରାତି ପ୍ରାୟ ୩ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ପରିବାର ଲୋକ ଯେତେବେଳେ ଅଗ୍ନିକାଣ୍ଡ ବିଷୟରେ ଜାଣିବାକୁ ପାଇଲେ ସେମାନେ ଘରୁ ବାହାରକଗୁ ଆସିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାହାରପଟୁକବାଟ ବନ୍ଦ ଥିବାରୁ ସେମାନେ ଚିକ୍ତାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମାର୍ଶାଘାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ହୋଇଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ କବାଟ ବନ୍ଦକରି ଘର ଭିତରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଘରେ ମୋଟ ୮ ଜଣ ଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ଡାକ୍ତରଖାନାକୁ ନେବା ବାଟରେ ଗୀତାଞ୍ଜଳି ବାରିକଙ୍କର ମୃତ୍ୟୁ ହୋଇଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଘର ବାହାରପଟୁ ତାଲା ମାରି କେହି ଦୁର୍ବୃତ୍ତ ନିଆଁ ଲଗାଇ ପରିବାରଲୋକଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବା ଟୁକୁନା ଅଭିଯୋଗ କରିଛନ୍ତି। ଏନେଇ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ