ବ୍ରିଟେନ ସରକାରଙ୍କ ପରାମର୍ଶ: କମ୍ ଖାଅ, ଜୀବନ ବଞ୍ଚାଅ


କୋରୋନା ଭାଇରସ ସଂକ୍ରମଣ ବିଶେଷକରି ୩ଟି କ୍ୟାଟେଗୋରୀର ଲୋକଙ୍କ ପାଇଁ ବିଶେଷ ବିପଦ ରହିଛି। ଦୁର୍ବଳ ରୋଗପ୍ରତିରୋକ ଶକ୍ତି, ପୂର୍ବରୁ କୌଣସି ଗୁରୁତର ରୋଗର ଶିକାର ଓ ମୋଟାପଣର ଶିକାର ଥିବା ଲୋକେ ଅଧିକ ସାବଧାନ ରହିବା ଜରୁରୀ। ତଥ୍ୟ ଅନୁସାରେ କୋଭିଡ୍-୧୯ ସଂକ୍ରମଣ ଫଳରେ ହେଉଥିବା ମୃତ୍ୟୁ ତାଲିକାରେ ମୋଟାପଣ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଏହି କାରଣରୁ ବ୍ରିଟେନର ଜୁନିଅର ହେଲ୍‌ଥ ମିନିଷ୍ଟର ହେଲେନ ୱାଟଲି ଏହାକୁ ନେଇ ଲୋକଙ୍କୁ କେତେକ ପରାମର୍ଶ ଦେଇଛନ୍ତି।

ହେଲେନ ବ୍ରିଟେନର ଜନତାଙ୍କୁ କହିଛନ୍ତି ଯେ ମୋଟାପଣ କାରଣରୁ କୋରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ଆଶଙ୍କା ବହୁତ ବଢ଼ିଯାଏ। ତେଣୁ ଲୋକଙ୍କୁ କମ୍ ଖାଇବା ଉଚିତ ଓ ଓଜନ ହ୍ରାସ କରିବା ଉପରେ ଧ୍ୟାନ ଦେବା ଉଚିତ। ସେ କହିଛନ୍ତି ଯେ ୪୦ରୁ ଊର୍ଦ୍ଧ୍ବ ବିଏମ୍ଆଇ (ବଡି ମାସ ଇଣ୍ଡେକ୍ସ) ସହିତ କୋଭିଡ୍-୧୯ରେ ମୃତ୍ୟୁ ଆଶଙ୍କା ଦୁଇଗୁଣା ହୋଇଯାଏ। ସୂଚନାଯୋଗ୍ୟ ଯେ ବ୍ରିଟେନରେ ମୋଟାପଣ ସମସ୍ୟା ମୂଳରୁ ଶେଷ କରିବା ଲାଗି ସରକାର ଜଙ୍କ ଫୁଡ୍ ବିଜ୍ଞାପନ ଉପରେ ଶକ୍ତ କଟକଣା ଲଗାଇଛନ୍ତି। ହେଲ୍‌ଥ ଏଣ୍ଡ ସୋସାଲ କେୟାର ଡିପର୍ୱାଟମେଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛି।

ରାତି ୯ଟା ପୂର୍ବରୁ ହାଇ ଫ୍ୟାଟ୍, ସୁଗାର ଓ ଲୁଣଯୁକ୍ତ ଖାଦ୍ୟର ବିଜ୍ଞପନକୁ ଟେଲିଭିଜନ ଓ ଅନଲାଇନ୍ ପ୍ଲାଟଫର୍ମରେ ବ୍ୟାନ୍ କରି ଦିଆଯାଇଛି। ଏହାବ୍ୟତୀତ ସରକାର କେତେକ ଜିନିଷ ଉପରେ ଗୋଟିକରେ ଗୋଟିଏ ଫ୍ରି ଭଳି ଅଫରକୁ ବ୍ୟାନ୍ କରିବାକୁ ବିଚାର କରୁଛନ୍ତି। କେବଳ ଏତିକି ନୁହେଁ ଦୋକାନ ଓ ରେସ୍ତୋରାଁରେ ମଧ୍ୟ ଖାଦ୍ୟପେୟ ଜିନିଷରେ କ୍ୟାଲୋରି ଲେବଲ ଲଗାଇବାର ଆବଶ୍ୟକତାକୁ ଅନୁଭବ କରୁଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ନିଜେ କୋଭିଡ୍-୧୯ର ଶିକାର ହେବା ପରେ ଶରୀରର ୬ କିଲୋଗ୍ରାମ ଓଜନ କମ୍ କରିଥିଲେ। ପ୍ରଥମରୁ ହିଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଚେତାବନୀ ଦେଇ ଆସୁଛନ୍ତି ଯେ ଓଜନ ଅଧିକ ଥିବା ଲୋକଙ୍କ ପାଇଁ କୋରୋନା ଭାଇରସ ଅଧିକ ବିପଦପୂର୍ଣ୍ଣ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ