ଭିଟାମିନ୍ ଡି’ର ଅଭାବ ବଢ଼ାଉଛି କୋରୋନା ସଂକ୍ରମଣ ଆଶଙ୍କା


ଭିଟାମିନ୍ ଡି’ର ଅଭାବ ସହିତ କୋରୋନା ଭାଇରସର ସିଧାସଳଖ ସମ୍ପର୍କ ଥିବା ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇସ୍ରାଏଲର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଭିଟାମିନ ଡି’ର ଅଭାବ କୋଭିଡ୍-୧୯ ସଂକ୍ରମଣ ବଢ଼ାଇପାରେ। ଏହି ଗବେଷଣା ଲେଉମିଟ୍ ହେଲଥ ସର୍ଭିସ (ଏଲ୍ଏଚ୍ଏସ୍) ଓ ଇସ୍ରାଏଲି ଫାକଲ୍ଟି ଅଫ୍ ମେଡିସିନ୍ ଅଫ୍ ବାର ଇଆନ ୟୁନିଭସିର୍ଟିର ଗବେଷକମାନେ କରିଥିଲେ। ଯାହାର ଫଳାଫଳ ‘ଦ ଫେବ୍ସ ଜର୍ଣ୍ଣାଲ’ରେ ପ୍ରକାଶିତ ହୋଇଛି।

ଗବେଷକମାନଙ୍କ ଏହି ଟିମ୍ ୭,୮୦୭ ଜଣ ଲୋକଙ୍କ ଭିଟାମିନ୍ ଡି’ ଲେବଲ ଉପରେ ଗବେଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ୭୮୨ ଜଣଙ୍କ କୋଭିଡ୍-୧୯ ପଜିଟିଭ୍ ହୋଇଥିବାବେଳେ ୭,୦୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେମାନେ ଏଥିରୁ ଜାଣିବାକୁ ପାଇଥିଲେ ଯେ ଯେଉଁମାନଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲା ସେମାନଙ୍କ ଠାରେ ହାରାହାରି ପ୍ଲାଜମା ଭିଟାମିନ୍ ଡି’ ଲେବଲ ଅପେକ୍ଷାକୃତ ଅନ୍ୟମାନଙ୍କ ତୁଳନାରେ କମ୍ ଥିଲା। ପୂର୍ବରୁ କରାଯାଇଥିବା କେତେକ ଗବେଷଣାରେ କୁହାଯାଇଥିଲା ଯେ ଭିଟାମିନ୍ ଡି’ ସପ୍ଲିମେଣ୍ଟ ଗ୍ରହଣ କରିବା ଓ ସୂର୍ଯ୍ୟକିରଣରେ ୩୦ ମିନିଟ୍ ବିତାଇବା ସାହାଯ୍ୟ କରିପାରେ।

ଭିଟାମିନ୍ ଡି’ ସୂର୍ଯ୍ୟକିରଣ ଭିଟାମିନ୍ ଭାବେ ଜଣାଶୁଣା। ସୂର୍ଯ୍ୟ କିରଣରେ ସମୟ ବିତାଇଲେ ଏହା ପ୍ରାକୃତିକ ଭାବେ ଶରୀରରେ ପହଞ୍ଚି ଥାଏ। ମାଛ, ଅଣ୍ଡା, ଦୁଗ୍ଧ ଜାତୀୟ ପଦାର୍ଥ ଭଳି ଖାଦ୍ୟରୁ ମଧ୍ୟ ଭିଟାମିନ୍ ଡି’ ମିଳିଥାଏ। ଫ୍ଲୁ, ସଂକ୍ରମଣ, ହୃତପିଣ୍ଡ ଜନିତ ସମସ୍ୟା, ଅଟୋଇମ୍ୟୁନ ଡିଜିଜ୍, ଟାଇପ୍ ୨ ମଧୁମେହ, ମୋଟାପଣ, ବୟସ ଜନିତ ଦୃଷ୍ଟିଶକ୍ତି ସମସ୍ୟା କମ୍ କରିବା ପାଇଁ ଭିଟାମିନ୍ ଡି’ ସେବନ କରିବାକୁ ପରାମର୍ଶ ଦିଆଯାଏ। ଭିଟାମିନ୍ ଡି’ ମଧ୍ୟ ହାଡ଼ ଓ କ୍ୟାଲ୍ସିୟମ ମେଟାବୋଲିଜମ୍ ଆଦି ପାଇଁ ସହାୟକ ହୋଇଥାଏ। ଇସ୍ରାଏଲର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକମାନଙ୍କ ଠାରେ ଭିଟାମିନ୍ ଡି’ ଲେବଲ କମ୍ ରହିଛି, ସେମାନେ ଅଧିକ ମାତ୍ରାରେ କୋରୋନା ଭାଇରସ ସଂକ୍ରମଣ ଆଶଙ୍କା ଅଧିକ ରହିଛି କିମ୍ବା ସେମାନେ ଗୁରୁତର ଭାବେ ରୋଗରେ ପଡ଼ି ହସ୍ପିଟାଲରେ ଆଡମିଟ୍ ହେବାକୁ ପଡ଼ିପାରେ। କୋଭିଡ୍-୧୯ ସଂକ୍ରମଣ ହେବା ଫଳରେ ହେଉଥିବା ଗୁରୁତର ରେସ୍ପିରେଟୋରି ସମସ୍ୟାରୁ ମଧ୍ୟ ଭିଟାମିନ୍ ଡି’ ସପ୍ଲିମେଣ୍ଟ ନେବା ଫଳରେ କମ୍ ହୋଇଥାଏ। ଗବେଷଣାର ନେତୃତ୍ବ ନେଇଥିବା ଗବେଷକ ଫ୍ରେଙ୍କଲେ ମୋରଜେନ୍ କହିଛନ୍ତି ଯେ ଏହା ପଛରେ ଥିବା କାରଣ ତାଙ୍କୁ ଜଣା ନାହିଁ। କିନ୍ତୁ ଯେଉଁ ଲୋକମାନଙ୍କ ଠାରେ କୋଭିଡ୍-୧୯ ସଂକ୍ରମଣ ହୋଇଥିଲା ଓ ଯାହାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ଠାରେ ଭିଟାମିନ୍ ଡି’ର ଅଭାବ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ