ବର୍ଷାଦିନେ ଟ୍ରାଏ କରନ୍ତୁ ମନ୍‌ସୁନ୍‌ ଥିମ୍ ନେଲ ଆର୍ଟ


ବର୍ଷା କାହାକୁ ବା ଭଲ ନ ଲାଗେ! କିନ୍ତୁ ଏହି ଋତୁରେ ବର୍ଷାକୁ ଉପଭୋଗ କରିବାର ମଜା ଗୋଟିଏ ପଟେ ଓ ଫ୍ୟାଶନ୍ ସେନ୍ସ ଅନ୍ୟ ପଟେ। କପଡ଼ା ଏହି ଋତୁକୁ ଧ୍ୟାନରେ ରଖି ତ ଆପଣ ନିଶ୍ଚୟ ଚୟନ କରୁଥିବେ, କିନ୍ତୁ ଫ୍ୟାଶନ୍ ମଧ୍ୟ କ’ଣ ଋତୁକୁ ଧ୍ୟାନରେ ରଖି ଚୟନ କରୁଛନ୍ତି? ବିଶେଷକରି ନେଲ ଆର୍ଟ। ଯଦି ଝିଅମାନେ ପ୍ରତ୍ୟେକ ଜିନିଷକୁ ସିଜନ ହିସାବରେ ଥିମ୍‌ରେ ଚୟନ କରନ୍ତି, ତେବେ ନେଲ୍ ଆର୍ଟ କାହିଁକି ନୁହେଁ? ଏଠାରେ ନେଲ୍ ଆର୍ଟର କେତେକ ଡିଜାଇନ୍ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ବର୍ଷା ଦିନ ପାଇଁ ପୂରାପୂରି ପରଫେକ୍ଟ। ଝିଅମାନେ ଚାହିଲେ ଏହି ଡିଜାଇନ୍‌କୁ ବଦଳାଇ ପ୍ର୍ରତ୍ୟେକ ସପ୍ତାହରେ ନୂଆ କିଛି ଟ୍ରାଏ କରିପାରିବେ। ଚାଲନ୍ତୁ ଜଣିବା ମନ୍‌ସୁନ୍‌ ନେଲ୍ ଆର୍ଟ ସମ୍ପର୍କରେ।

କ୍ଲାଉଡ୍ ଥିମ୍

ବର୍ଷା ଦିନେ ବାଦଲ ଗରଜିଲେ ବହୁତ ଭଲ ଲାଗିଥାଏ। ଆପଣ ଚାହିଲେ ଏହି ଥିମ୍ ନେଲ୍ ଆର୍ଟରେ ମଧ୍ୟ ଟ୍ରାଏ କରିପାରିବେ। ଆପଣ ଏହାର ବିଭିନ୍ନ ପ୍ରକାରର ଡିଜାଇନ୍ ନିଜର ସୁନ୍ଦର ନଖରେ ତିଆରି ପାରିବେ।

ରେନ୍ ଥିମ୍
ବର୍ଷାର ପାଣି ବୁନ୍ଦା ଯଦି ଆପଣଙ୍କ ନଖ ଉପରେ ମଧ୍ୟ ଅନୁଭବ କରିବାକୁ ଚାହୁଛନ୍ତି, ତେବେ ରେନି ଥିମ୍ ନେଲ୍ ଆର୍ଟ ଟ୍ରାଏ କରିପାରିବେ।

ଅମ୍ବ୍ରେଲା ଥିମ୍

ଆପଣ ଅମ୍ବ୍ରେଲା ଥିମ୍‌ଡ୍‌ ନେଲ୍ ଆର୍ଟ ମଧ୍ୟ ଟ୍ରାଏ କରିପାରିବେ। ଏହି ଡିଜାଇନ୍ କରିବା ମଧ୍ୟ ବହୁତ ସହଜ ଆପଣ ନିଜେ ମଧ୍ୟ ଏହାକୁ ସହଜରେ ତିଆରି କରିପାରିବେ। ନଚେତ୍‌ ବଜାରରୁ ମଧ୍ୟ ଆପଣଙ୍କୁ ଏହି ନେଲ୍ ଆର୍ଟ ପାଇଁ ଷ୍ଟିକର୍ସ ମିଳିଯିବ। ଏହାକୁ ବ୍ୟବହାର କରି ଆପଣ ନଖରେ ଆର୍ଟ କରିପାରିବେ।

ରେନ୍ବୋ ଥିମ୍
ରେନ୍ବୋ ଥିମ୍ ବର୍ଷା ଦିନ ପାଇଁ ବେଷ୍ଟ ନେଲ ଆର୍ଟ ଆଇଡିଆ। ଏହାକୁ ମଧ୍ୟ ଘରେ ସହଜରେ କରିପାରିବେ ଏଥିପାଇଁ ଆପଣଙ୍କ ପାଖରେ ରେନ୍ବୋ ପାଇଁ ଦରକାର ପେଣ୍ଟ୍‌ ରହିଥିବା ଦରକାର। ଆପଣ ନିଜ ପସନ୍ଦ ଅନୁସାରେ ନଖରେ ରେନ୍ବୋ ତିଆରି କରିପାରିବେ।

ସି’ ୱେଭ୍ ଥିମ୍
ବର୍ଷା ଦିନେ ସମୁଦ୍ରର ଲହରି ପ୍ରଖର ହୋଇଯାଏ ଆପଣ ନଖକୁ ମଧ୍ୟ ନିଆରା ଲୁକ୍ ଦେବା ପାଇଁ ସି’ ୱେଭ୍ ଥିମ୍ ଅର୍ଥାତ୍ ସମୁଦ୍ରର ଲହରିବାଲା ନେଲ୍ ଆର୍ଟ ଟ୍ରାଏ କରିପରିବେ। ଏହା ଯଦି ଆପଣ ନିଜେ କରିପାରିବେ ନାହିଁ, ତେବେ ପାର୍ଲରର କୌଣସି ଏକ୍ସପର୍ଟଙ୍କ ସାହାଯ୍ୟରେ କରାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ