ବିତ୍ତଶାଳୀ ବ୍ୟକ୍ତି ସୂଚୀରେ ବଫେଟଙ୍କୁ ପଛରେ ପକାଇଲେ ମସ୍କ


ନ୍ୟୁୟର୍କ: ବିଶ୍ବର ବିତ୍ତଶାଳୀ ବ୍ୟକ୍ତିବିଶେଷଙ୍କୁ ନେଇ ବ୍ଲୁମବର୍ଗ ବିଲିଅନେୟର୍ ଇଣ୍ଡେକ୍ସ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଏଲନ୍ ମସ୍କ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ପ୍ରକାଶିତ ଏହି ତାଲିକାରେ ଟେସଲା ଇଙ୍କର ଏହି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ୱାରେନ୍ ବଫେଟଙ୍କୁ ପଛରେ ପକାଇ ଏହି ସ୍ଥାନରେ ପହଞ୍ଚିଛନ୍ତି। ବ୍ଲୁମବର୍ଗ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମସ୍କଙ୍କ ସମ୍ପତ୍ତି ପରିମାଣ ୬.୦୭ ବିଲିଅନ୍ ଡଲାର ବଢ଼ିଛି। କମ୍ପାନୀର ଷ୍ଟକ୍ ମୂଲ୍ୟରେ ୧୦.୮ ପ୍ରତିଶତ ବୃଦ୍ଧି ହେବା ଫଳରେ ମସ୍କଙ୍କୁ ଏହାର ଫାଇଦା ମିଳିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ସେହିପରି ବଫେଟଙ୍କ ସମ୍ପତ୍ତି ପରିମାଣରେ ଚଳିତ ସପ୍ତାହର ପ୍ରାରମ୍ଭରେ ହ୍ରାସ ଘଟିଛି। ସେ ୨.୯ ବିଲିଅନ୍ ଡଲାର୍ ଅର୍ଥ ଦାନ କରିଦେବା ଫଳରେ ବଫେଟଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି।

ଅନ୍ୟପକ୍ଷରେ ଟେସଲା ପକ୍ଷରୁ ଏହାର ମଡେଲ୍ ୩ ସେଡାନ୍ ବ୍ୟାପକ ମାତ୍ରାରେ ବିକ୍ରି ହେବା ଫଳରେ ଏହାର ଶେୟାର୍ ଦାମ୍ ପାଖାପାଖି ୫ ଶହ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଜୁଲାଇ ୧ ତାରିଖ ପରଠାରୁ ଟେସଲା ଷ୍ଟକ୍ ଦାମରେ ପାଖାପାଖି ୩୮ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଜୁନ୍ ୩୦ ତାରିଖ ସୁଦ୍ଧା କମ୍ପାନୀ ତା’ର ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ରିପୋର୍ଟ ମଧ୍ୟ ପ୍ରକାଶ କରିସାରିଛି। ଏଥିସହ କମ୍ପାନୀ ସେଡାନ୍ କାରଜନିତ ଲାଭ କାରଣରୁ ଲଗାତାର ୪ଟି ତ୍ରୈମାସରେ ଲାଭ ହିଁ ଅର୍ଜନ କରିପାରିଛି, ଯାହାକି କମ୍ପାନୀ ଇତିହାସରେ ପ୍ରଥମ ଉପଲବ୍‌ଧି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ