ବର୍ଷାଦିନେ ଡାଏଟରେ ସାମିଲ୍ କରନ୍ତୁ ଏସବୁ, ରୋଗ ଦୂରେଇ ଯିବ


ବର୍ଷାଦିନ ଆରମ୍ଭ ହୋଇଗଲାଣି। ବର୍ଷା ଦିନ ମନ ଓ ପରିବେଶକୁ ଶାନ୍ତ ଓ ଥଣ୍ଡା କରୁଥିବା ବେଳେ ନିଜ ସହିତ ଅନେକ ପ୍ରକାର ରୋଗ ନେଇ ଆସିଥାଏ। ଏହି ଋତୁରେ ଅପରିଷ୍କାର ପାଣିଠାରୁ ଦୂରେଇ ରହିବା ଉଚିତ। ବାହାରର ଖାଦ୍ୟ ଓ ଦରସିଝା ଖାଦ୍ୟ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଆପଣ ଅନେକ ପ୍ରକାର ରୋଗରୁ ଦୂରେଇ ରହିପାରିବେ। ଏଥିସହିତ ଏପରି ଡାଏଟ୍ ନେବା ଉଚିତ ଯାହାକି ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଆପଣଙ୍କୁ ବର୍ଷା ଦିନେ ସୁସ୍ଥ ଓ ଫିଟ୍ ରଖିବ। ବର୍ଷା ଦିନେ ରୋଗପ୍ରତିରୋଧକ ଶକ୍ତି ଠିକ୍ ରଖିବା ଲାଗି ଏସବୁ ଜିନିଷ ଖୁବ୍ ପ୍ରଭାବୀ। ଚାଲନ୍ତୁ ଜାଣିବା ଡାଏଟରେ କ’ଣ ସାମିଲ୍ କରିବା ଉଚିତ।

ଅଦା-ରସୁଣ
ଅଦା-ରସୁଣ ସେବନ ପ୍ରତ୍ୟେକ ଋତୁରେ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। କିନ୍ତୁ ବର୍ଷା ଦିନେ ଏହା ସେବନ କରିବା ଦ୍ବାରା ଅନେକ ଋତୁ ଜନିତ ରୋଗ ସହିତ ଲଢ଼ିବା ପାଇଁ ଶରୀର ପ୍ରସ୍ତୁତ ରହିଥାଏ। ସଂକ୍ରମଣ ସହିତ ଲଢ଼ିବା, ଫୁଲା କମ୍ କରିବା ଓ ଅମ୍ଳଜାନ ଜନିତ ଚାପ କମ୍ କରିବା ଲାଗି ରସୁଣକୁ ଏକ ଔଷଧ ଭାବେ ବ୍ୟବହାର କରାଯାଏ।

ଲେମ୍ବୁ
ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଲାଭଦାୟକ। ଭିଟାମିନ୍ ସି’ରେ ଭରପୂର ହୋଇଥିବା କାରଣରୁ ଏହା ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏଥିସହିତ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।

ହଳଦୀ
ନିୟମିତ ଭାବେ ହଳଦୀ ସେବନ କରିବା ଦ୍ବାରା ସ୍ମରଣଶକ୍ତି ଭଲ ରହିବା ସହିତ ମୁଡ୍ ବି ଭଲ ରହିଥାଏ। ଏହାବ୍ୟତୀତ ହଳଦୀ ସେବନ କରିବା ଫଳରେ ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଓଜନ ମଧ୍ୟ କମ୍ ହୋଇଥାଏ।

ହର୍ବାଲ ଚା’
ବର୍ଷା ଦିନେ ରୋଗପ୍ରତିରୋଧକ ଶକ୍ତି ମଜବୁତ ରଖିବା ଲାଗି ନିଜ ଡାଏଟରେ ହର୍ବାଲ ଚା’ କିମ୍ବା କାଢ଼ା ନିଶ୍ଚିତ ସାମିଲ୍ କରନ୍ତୁ। ଏଥିପାଇଁ ପାଣିରେ ହଳଦୀ, ତୁଳସୀ, ରସୁଣ, ଡାଳଚିନି, ବ୍ଲାକ୍ ସଲ୍ଟ ଭଳି ସାମଗ୍ରୀ ମିଶାଇ ଫୁଟାନ୍ତୁ। ଏବେ ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରନ୍ତୁ।

ପାଳଙ୍ଗ
ପାଳଙ୍ଗ ନିୟମିତ ସେବନ କରିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ଠିକ୍ ରହିଥାଏ ଓ ବ୍ୟକ୍ତି ଶୀଘ୍ର ରୋଗରେ ପଡ଼ି ନ ଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ