କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୋରୋନା ନେଗେଟିଭ


କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କୋରୋନା ନମୁନା ନେଗେଟିଭ ବାହାରିଛି। ତାଙ୍କର ସମସ୍ତ କର୍ମଚାରୀଙ୍କ ନମୁନା ମଧ୍ୟ ନେଗେଟିଭ ବାହାରିଛି। ଏନେଇ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି। ସେ ଏବେ ସୁସ୍ଥ ଥିବା ଜଣାଇଛନ୍ତି। ତିନିଦିନ ପୂର୍ବରୁ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କୋରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ କ୍ୱାରେଣ୍ଟାଇନ୍‌ ରହିଥିବା ସେ ଟ୍ଵିଟ କରି ଜଣାଇଥିଲେ।

ଗତ ୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀ ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ ନେତା ବାଲେଶ୍ବର ଓ ନୀଳଗିରିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ବିଧାୟକ ନାୟକଙ୍କ ନମୁନା କୋରୋନା ପଜିଟିଭ୍‌ ବାହାରିବା ପରେ କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀ ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଗୃହ କ୍ୱାରେଣ୍ଟାଇନ୍‌ରେ ରହି ଏମ୍ସରେ ପରୀକ୍ଷା କରାଇଥିଲେ। ଗୁରୁବାର ରିପୋର୍ଟ ଜଣାପଡ଼ିବା ପରେ ଷଡ଼ଙ୍ଗୀଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଆଶ୍ବସ୍ତି ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ