କୋଭିଡ-୧୯ ଭ୍ୟାକ୍ସିନ ପାଇଁ ନିରାପତ୍ତା ଓ ସୁରକ୍ଷା ସହ ସାଲିସ ହେବନି: ସରକାର


ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କୋଭିଡ-୧୯ ଭ୍ୟାକ୍ସିନର କ୍ଳିନାକାଲ ଟ୍ରାଏଲ ପାଇଁ ଯେଉଁ ଡେଡଲାଇନ ଧାର୍ଯ୍ୟ କରାଯାଇଛି, ତାହା ଉପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି ଯେ ଆଇସିଏମଆର ଡିଜି ଏନେଇ ଯେଉଁ ଡେଡଲାଇନ କଥା କହିଛନ୍ତି, ତାହାକୁ ଠିକ୍ ଭାବେ ବୁଝିବାର ଆବଶ୍ୟକତା ରହିଛି। ଏହାର ଉଦେଶ୍ୟ କେବଳ ଭ୍ୟାକ୍ସିନର କ୍ଲନିକାଲ ଟ୍ରାଏଲ ପ୍ରକ୍ରିୟାକୁ ତ୍ବରାନ୍ବିତ ପାଇଁ ଉଦ୍ଦିଷ୍ଟ। ଏହାର ମାନେ ନୁହେଁ ଡେଡଲାଇନକୁ ଆଖିରେ ରଖି ଭ୍ୟାକ୍ସିନର କ୍ନିନିକାଲ ଟ୍ରାଏଲ ପାଇଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ବିପନ୍ନ କରିବାକୁ ଦିଆଯିବ। ତେଣୁ ଏହାକୁ ଭଲ ଭାବେ ଅନୁଧ୍ୟାନ କରି ତର୍ଜମା କରନ୍ତୁ ବୋଲି ଓଏସଡି ରାଜେଶ ଭୂଷଣ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଆଇସିଏମଆର ଡିଜି ବଳରାମ ଭାର୍ଗଭ ଚିଠି ଲେଖି ଭାରତ ବାୟୋଟେକ୍ ଓ ପ୍ରିନ୍ସିପାଲ ଇନଭେଷ୍ଟିଗେଟର୍ସ ଅଫ ମେଡିକାଲ କଲେଜକୁ କୋଭିଡ ଭ୍ୟାକ୍ସିନର କ୍ଳିନିକାଲ ଟ୍ରାଏଲକୁ ତ୍ବରାନିତି କରିବାକୁ କହିଥିଲେ। ଯେପରିକି ଅଗଷ୍ଟ ୧୫ ସୁଦ୍ଧା ଆମେ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଫେଜ-୧କୁ ଆରମ୍ଭ କରିପାରିବା। ଏହା ପରେ କ୍ଲିନିକାଲ ଟ୍ରାଏଲ  ଫେଜ-୨ର ଆରମ୍ଭ କରାଯିବ ବୋଲି ଭାର୍ଗବ ଲେଖିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ