ହୋଲ୍ଡର ଓ ଗାବ୍ରିଏଲଙ୍କୁ ୧୦ ୱିକେଟ୍: ଇଂଲଣ୍ଡ ୨୦୪


କୋରୋନା ମହାମାରୀ ପାଇଁ ପଡ଼ିଆରୁ ଦୂରେଇ ଯାଇଥିବା କ୍ରିକେଟ ପୁଣି ଥରେ ପ୍ରାୟ ୩ ମାସ ବ୍ୟବଧାନ ପରେ ଆରମ୍ଭ ହୋଇଛି। ବିନା ଦର୍ଶକରେ ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇଂଲଣ୍ଡ ଗସ୍ତ କରିଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ଆରମ୍ଭ କରିଛି। ଦ୍ବିତୀୟ ଦିନ ଖେଳରେ ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଓ ଶେନନ ଗାବ୍ରିଏଲ ଚମତ୍କାର ବୋଲିଂ କରି ଇଂଲଣ୍ଡର ୧୦ଟି ଯାକ ୱିକେଟ ବାଣ୍ଟି ନେଇଛନ୍ତି। ହୋଲ୍ଡରଙ୍କୁ ୬ଟି ୱିକେଟ ମିଳିଥିଲା ବେଳେ ଗାବ୍ରିଏଲଙ୍କୁ ୪ଟି ୱିକେଟ ମିଳିଛି। ଏହି ଦୁଇ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଆଗରେ ସମସ୍ତ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇଛନ୍ତି। ଘରୋଇ ଦଳର କେହି ଜଣେ ହେଲେ ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ କିଛି କ୍ଷଣ ପାଇଁ ପିଚରେ ତିଷ୍ଠି ୪୩ ରନ୍ କରିଥିଲା ବେଳେ ଜୋସ ବଟଲର ୩୫  ଓ ଡମ୍ ବେସ ଅପରାଜିତ ୩୧ ରନ କରିଛନ୍ତି। ଇଂଲଣ୍ଡ ମାତ୍ର ୬୭.୩ ଓଭରରେ ୨୦୪ ରନ୍ କରି ଅଲଆଉଟ ହୋଇଛି।

ଏହାର ଜବାବରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନ ଖେଳରେ ୧୯.୩ ଓଭର ଖେଳି ଗୋଟିଏ ୱିକେଟ ହରାଇ ୫୭ ରନ୍ କରିଛି। ବର୍ଷା ପାଇଁ ଦ୍ବିତୀୟ ଦିନ ଖେଳକୁ ଆଗୁଆ ଶେଷ କରାଯାଇଛି। ଜେମ୍ସ ଆଣ୍ଡରସନ ଏକମାତ୍ର ସଫଳ ବୋଲର ଭାବେ ଜନ୍ କ୍ୟାମ୍ପବେଲଙ୍କୁ ଏଲବିଡବ୍ଲୁ କରିଛନ୍ତି। ଓପ୍ନର କ୍ରେଗ ବ୍ରେଥୱେଟ୍ ୨୦ ଓ ନମ୍ବର-୩ ବ୍ୟାଟ୍ସମ୍ୟାନ ସାଇ ହୋପ୍ ୩ ରନ କରି ଅପରାଜିତ ରହିଛନ୍ତି। ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୯ ୱିକେଟ ସୁରକ୍ଷିତ ରଖି ୧୪୭ ରନ୍ ପଛରେ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ