ଷ୍ଟାର୍ ୱାଇଫ୍ ହେବା ପରେ ବଦଳିଗଲା ମୀରାଙ୍କ ଫ୍ୟାଶନ


ମୀରା ରାଜପୁତ ଯଦିଓ ମନୋରଞ୍ଜନ ଦୁନିଆ ସହିତ ସିଧାସଳଖ ଜଡ଼ିତ ନାହାନ୍ତି, କିନ୍ତୁ ଏହି ଷ୍ଟାର୍ ୱାଇଫଙ୍କ ଫ୍ୟାଶନ ଅନ୍ୟ ବିଟାଉନ୍ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ। ପାରମ୍ପରିକ ପୋଷାକ ଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ୱିଅର ପର୍ଯ୍ୟନ୍ତ ମୀରା ଏଭଳି ଷ୍ଟାଇଲ୍ ଚୟନ କରନ୍ତି, ଦେଖିବା ଲୋକ ଆକର୍ଷିତ ହୋଇଯାଆନ୍ତି। ତେବେ ଶାହିଦଙ୍କୁ ବିବାହ କରିବା ପୂର୍ବରୁ ମୀରାଙ୍କ ଷ୍ଟାଇଲ୍ କିଛି ମାତ୍ରାରେ ଅଲଗା ଥିଲା। ପୂର୍ବରୁ ସେ ବହୁତ ସିମ୍ପଲ ଓ ସୋବର କପଡ଼ାରେ ନଜର ଆସୁଥିଲେ। କିନ୍ତୁ ବିବାହ ପରେ ତାଙ୍କ ଫ୍ୟାଶନ ୩୬୦ ଡିଗ୍ରୀ ଟର୍ଣ୍ଣ ନେଇଥିଲା ଓ ଏଥିରେ ବୋଲ୍ଡନେସ୍ ଯୋଡ଼ି ହୋଇଯାଇଥିଲା।

ମୀରାଙ୍କ ଷ୍ଟାଇଲରେ ଏହି ପ୍ରଭେଦ କେତେକ ଫଟୋରେ ଦେଖିବାକୁ ମିଳିଥାଏ। ସୋସାଲ ମିଡିଆରେ ତାଙ୍କର ବାହାଘର ପୂର୍ବର କେତେକ ଫଟୋ ରହିଛି, ଯାହାକୁ ଦେଖିବା ପରେ ଆପଣ ଏହା ନିଜେ ଜାଣିପାରିବେ। ମୀରା ପାରମ୍ପରିକ ଲୁକ୍ ଚୟନ କରିବା ବେଳେ ଶାଢ଼ିରୁ ଆରମ୍ଭ କରି ସୁଟ୍ ଓ ଲେହେଙ୍ଗାରେ ନଜର ଆସିଥାନ୍ତି। ଏଥିପୱାଇଁ ସେ ବହୁତ ସୁନ୍ଦର ସୁନ୍ଦର ଡିଜାଇନର ଡ୍ରେସ ଓ ଷ୍ଟାଇଲ୍ ଚୟନ କରିଥାନ୍ତି। କିନ୍ତୁ ପୂର୍ବରୁ ମୀରା ସିମ୍ପଲିସିଟି ଉପରେ ଅଧିକ ଫୋକସ୍ କରୁଥିଲେ। ତାଙ୍କ ଶାଢ଼ିର ବ୍ଲାଉଜ୍ ମଧ୍ୟ ବହୁତ ସିମ୍ପଲ ଥିଲା। ଶାଢ଼ି ମଧ୍ୟ ଅଧିକ ଡିଜାଇନର ନ ଥିଲା। ଏବେ କିନ୍ତୁ ତାଙ୍କୁ ସ୍ପାଗେଟ୍ଟୀ ସ୍ଲିଭ୍ସ ବ୍ଲାଉଜ୍ ସହିତ ଡିଜାଇନର ଶାଢ଼ି ପିନ୍ଧୁଥିବା ଦେଖିବାକୁ ମିଳୁଛି।

ପୂର୍ବରୁ ଜିନ୍ସ ଓ ଫୁଲ ସ୍ଲିଭ୍ସ ଟପ୍ସରେ ନଜର ଆସୁଥିବା ମୀରା ଏବେ ବୋଲ୍ଡ ନେକଲାଇନ ଓ ଥାଇ ହୱାଇ ସ୍ଲିଟ୍ ଭଳି ପୋଷାକରେ ନଜର ଆସୁଛନ୍ତି। ତାଙ୍କ ବାହାଘର ପରର ଅବତାର ଦେଖିବା ପରେ କେହି ବିଶ୍ବାସ କରିବେନି ଯେ ସେ ସେହି ପୁରୁଣା ସିମ୍ପଲ ରାଜପୁତ ବୋଲି। କେବଳ ସେତିକି ନୁହେଁ, ଏକଦା ମିକି ମାଉସ୍ ପ୍ରିଣ୍ଟର ଟପ୍ ପିନ୍ଧୁଥିବା ମୀରା ଏବେ ଶର୍ଟସ ମଧ୍ୟ ପିନ୍ଧୁଥିବା ଦେଖିବାକୁ ମିଳୁଛି। ବାହାଘର ପୂର୍ବରୁ ଶାର୍ଟସ୍ ଓ ଟିଶାର୍ଟରେ ପାର୍ଟି ଆଟେଣ୍ଡ କରୁଥିବା ମୀରା ବାହାଘର ପରେ ସାଙ୍ଗସାଥୀଙ୍କ ସହ ହ୍ୟାଙ୍ଗଆଉଟ୍ କରିବାକୁ ଗଲାବେଳେ ଲକ୍ଷାଧିକ ଟଙ୍କାର ଡିଜାଇନର ପୋଷାକ ପିନ୍ଧୁଥିବା ନଜର ଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ